ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଏକଦମ ଭୁଷୁଡି ପଡିଲାଣି । ପ୍ରତିଦିନ ରାଜ୍ୟରେ ଅନେକ ହୃଦୟ ବିଦାରକ ଘଟଣା ସବୁ ଘଟିଚାଲିଛି । କିନ୍ତୁ ସାରକାର ସବୁ ଘଟଣାକୁ ସରକାର ହାଲୁକାରେ ନେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଇ ଯେମିତି ଗତ କିଛିଦିନ ତଳେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା । ରୁଚିକା ବିଜେବି କଲେଜର କାରୁବାକୀ ଛାତ୍ରୀନିବାସରେ ରହୁଥିଲେ ଓ ସେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଥିଲେ ।

ଜୀବନରେ ଆଇଏଏସ ଓ ଆଇପିଏସ ହେବାର ସ୍ଵପ୍ନ ଦେଖୁଥିଲେ ରୁଚିକା । କିନ୍ତୁ ସିନିୟରଙ୍କ ରାଗିଂ ତାଙ୍କ ସ୍ଵପ୍ନକୁ ଚୁରମାର କରିଦେଲା । ସେ ନିଜ ସୁଇସାଇଡ ନୋଟରେ ସ୍ପଷ୍ଟ ଲେଖି ଯାଇଛନ୍ତି କି ତିନିଜଣ ସିନିୟରଙ୍କ ଅତ୍ୟାଚାର ସହି ନପାରି ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ପୋଲିସ ସେହି ତିନିଜଣ ଅଭିଯୁକ୍ତଙ୍କୁ ଖୋଜି ପାଇବାରେ ସଫଳ ହୋଇ ପାରିନାହିଁ । ବରଂ ଆନ୍ଦୋଳନରେ ବସିଥିବ ରୁଚିକାଙ୍କ ପରିବାର ଓ ଛାତ୍ର ସଂଗଠନଙ୍କୁ ହଟାଇବାକୁ ଜୋର ଜବରଦସ୍ତ ଚେଷ୍ଟା କରୁଛି ।
ଯାହାକୁ ନେଇ ଆସନ୍ତା ଜୁଲାଇ ୧୯ ତାରିଖ ଦିନ ନବନିର୍ମାଣ କୃଷକ ସଂଘ, ନବନିର୍ମାଣ ସମିତି, ନବନିର୍ମାଣ ଯୁବଛାତ୍ର ସଂଗଠନ ମିଳିତ ଭାବେ ଓଡିଶା ବନ୍ଦ ଡାକରା ଦେଇଛନ୍ତି । ଓଡିଶାର ସମସ୍ତ ଜନ ସାଧାରଣ, ଚାଷୀ, ବୁଦ୍ଧିଜୀବୀ, ମହିଳା, ଯୁବକ, ଛାତ୍ର-ଛାତ୍ରୀ ଏବଂ ସବୁ ରାଜନୈତିକ ଦଳଙ୍କୁ ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ଆହ୍ଵାନ କରାଯାଇଛି ।

ଏହିଦିନ ସରକାରଙ୍କୁ ଠୋସ ଜବାବ ଦେବା ଉଦ୍ଦେଶ୍ୟରେ ଓ ରୁଚିକାଙ୍କ ପାଇଁ ନ୍ୟାୟ ଦାବିରେ ଏହି ଓଡିଶା ବନ୍ଦ ଡାକରା ଦିଆଯାଇଛି । ରୁଚିକା ତାଙ୍କ ସୁଇସାଇଡ ନୋଟରେ ରାଗିଂ ବିଷୟରେ ଉଲ୍ଲେଖ କରି ପ୍ରାଣ ହରାଇଥିବା ବେଳେ କମିଶନରେଟ ପୋଲିସ ନିଜେ କହୁଛି କି କଲେଜରେ କୌଣସି ରାଗିଂ ହୋଇନାହିଁ । ଏହା ନିହାତି ଭାବେ ଏକ ଲଜ୍ଯାକର କଥା ଏବଂ ଏହାକୁ ସାଧାରଣରେ ନିନ୍ଦା କରାଯାଉଛି ।
ତେଣୁ ପୋଲିସର ଏଭଳି ଅନୈତିକ ତଦନ୍ତକୁ ବିରୋଧ କରି ଆଗାମୀ ୧୭ ତାରିଖ ଦିନ ମଧ୍ୟ ପୋଲିସ ଡିଜି ଅଫିସ ଆଗରେ ମୌନ ଅନଶନ କରାଯିବ । ନବନିର୍ମାଣ ସଂଗଠନ ପକ୍ଷରୁ ଏହି ଦୁଇ ନିଷ୍ପତ୍ତି ନିଆଯାଇଛି ଓ ସମସ୍ତଙ୍କ ସହଯୋଗ ମଧ୍ୟ କାମନା କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।