ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ ଓ ତାଙ୍କ ପ୍ରେମିକ ଉଭୟଙ୍କୁ ଛେଚିଲା ସ୍ଵାମୀ । ନୟାଗଡ ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଏଭଳି ଏକ ହାଇ ଡ୍ରାମା ଏବେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ସମୟରେ ସେଠାରେ ଅନେକ ଲୋକ ରୁଣ୍ଡ ହୋଇ ଯାଇଥିଲେ ଓ ଗଣ୍ଡଗୋଳ ଏତେ ବଢି ଯାଇଥିଲା ଯେ ଶେଷରେ ପୋଲିସ ଆସି ସେଠାରେ ପହଞ୍ଚିଥିଲା । ନୂଆଗାଁ ଥାନା ସମ୍ପଡା ଗାଁର ପ୍ରଦୀପ ପରିଡା ବାହାରେ ରହି କାମ କରନ୍ତି ।
ସେ କୌଣସି ସୂତ୍ରରୁ ଖବର ପାଇଥିଲେ କି ତାଙ୍କ ସ୍ତ୍ରୀଙ୍କର ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ସହିତ ପ୍ରେମ ସମ୍ପର୍କ ରହିଛି । ଏନେଇ ସେ ଦୁଇଦିନ ତଳେ ଘରକୁ ଫେରିଥିଲେ ଓ ଏ ବିଷୟରେ ସ୍ତ୍ରୀକୁ ପଚାରିବା ସହ ତାଙ୍କୁ ମାଆଡ ମଧ୍ୟ ମାଆରିଇଥିଲେ । ଗତକାଲି ପ୍ରଦୀପଙ୍କ ସ୍ତ୍ରୀ ଓ ଶ୍ଵଶୁର ମିଶି ନୟାଗଡ ମୁଖ୍ୟ ଚିକିତ୍ସାଳୟ ଆସିଥିଲେ । ଆଉ ସାଙ୍ଗରେ ପ୍ରଦୀପଙ୍କ ସମ୍ପର୍କୀୟ ଭାଇ ମଧ୍ୟ ଯାଇଥିଲେ ।
ଯାହାର ଖବର ପାଇ ପ୍ରଦୀପ ମେଡିକାଲ ପରିସରରେ ଯାଇ ପହଞ୍ଚିବା ସହ ଦୁଇ ଜଣଙ୍କୁ ଏକାଠି ଦେଖି ସମ୍ପର୍କୀୟ ଭାଇଙ୍କୁ ମାଆଡ ମାରିଥିଲା । ପ୍ରଦୀପ କିଛୁ ନ ବୁଝି ନ ପଚାରି ସମ୍ପର୍କୀୟ ଭାଇଙ୍କ ସହ ସ୍ତ୍ରୀର ଖରାପ ସମ୍ପର୍କ ରହିଛି ବୋଲି ଆରୋପ ଲଗାଇଥିଲେ ଓ ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।
ଝଗଡା ଏତେ ବଢିଥିଲା ଯେ ଶେଷରେ ପ୍ରଦୀପ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ମଦ ମାରିବାକୁ ମଧ୍ୟ ପଚାଇଥିଲେ । ଏହାସହ ସ୍ତ୍ରୀ ଓ ଶ୍ଵଶୁରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲା । ଏଭଳି ପରିସ୍ଥିତି ଦେଖି ଘଟଣା ସମ୍ପର୍କରେ ଜାଣିବା ପାଇଁ ସେଠାରେ ଅନେକ ଲୋକ ଭିଡ କରିଥିଲେ । କିଛି ଲୋକ ଏହି ସମୟର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ ଓ ହସ୍ପିଟାଲ ପରିସରର ଶୃଙ୍ଖଳା ଭଙ୍ଗ ହେଉଥିବାର ଦେଖିବାକୁ ମିଳିଥିଲା ।
ଘଟଣା ଏତେ ବଢି ଯାଇଥିଲା ଯେ ଶେଷରେ ନୟାଗଡ ଟାଉନଥାନା ପୋଲିସ ଆସି ସେମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।