ବିଛା ରାଶି (Scorpio) July 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ, ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ମଧ୍ୟ ମାଡି ଆସିଥାଏ । ସେହି ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି ଆଜି ଆମେ ଜାଣିବା ବିଛା ରାଶି ଜାତକଙ୍କ ପାଇଁ ୨୦୨୨ ମସିହା ଜୁଲାଇ ମାସଟି କିପରି ଫଳ ପ୍ରଦାନ କରିବାକୁ ଯାଉଛି ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବକୁ ଖଣ୍ଡନ କରିବା ପାଇଁ ଆପଣଙ୍କୁ କଣ ପ୍ରତିକାର କରିବାକୁ ହେବ ।

ଆପଣଙ୍କ ଶୁଭରଙ୍ଗ ହେଉଛି ନାଲି । ବିଶେଷ କାର୍ଯ୍ୟରେ ଏହି ରଙ୍ଗର ବସ୍ତୁ ପ୍ରୟୋଗ କରିବା ବା ବସ୍ତ୍ର ପିନ୍ଧିବା ଦ୍ଵାରା ଶୁଭଫଳ ମିଳିଥାଏ । ବିଛା ରାଶିର ଶୁଭବାର ତଥା ବ୍ରତ ଉପବାସ ବାର ହେଉଛି ମଙ୍ଗଳବାର । ଏହିଦିନ ବ୍ରତ ଉପବାସ କଲେ ଶୀଘ୍ର ମାନସିକ ପୂରଣ ହୋଇଥାଏ । ଶୁଭଦେବତା ଭଗବାନ ଶିବ, ଭୈରବ ଓ ହନୁମାନ ଏବଂ ଶୁଭଦେବୀ ହେଉଛନ୍ତି ମା ମଙ୍ଗଳା । ଶୁଭସଂଖ୍ୟା ହେଉଛି ୯ ଏବଂ ପ୍ରତ୍ଯେକ ମାସର ୯, ୧୮ ଓ ୨୭ ତାରିଖ ହେଉଛି ଶୁଭ, ଏହିଦିନ ମାନଙ୍କରେ ଶୁଭ କାର୍ଯ୍ୟ କଲେ ଶୁଭଫଳ ମିଳିଥାଏ ।

ଦେଖିବାକୁ ଗଲେ ବିଛା ରାଶିର ଲୋକଙ୍କ ପାଇଁ ୨୦୨୨ ମସିହା ଜୁଲାଇ ମାସଟି ଅନେକ କ୍ଷେତ୍ରରେ ସଫଳତା ନେଇକରି ଆସିବ । ଚାକିରିରେ ସଫଳତା ପ୍ରାପ୍ତି ହେବ ଓ ବିଶେଷ କରି ବିଦେଶ ସହ ଜଡିତ ଚାକିରିରେ ସଫଳତା ପାଇବେ । ତେବେ କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ଯା ଦେଖା ଦେଇପାରେ ଓ ସହକର୍ମୀଙ୍କ ସହ ଭୁଲ ବୁଝାମଣା ହୋଇପାରେ ।

ତେଣୁ ଟିକେ ସତର୍କ ରହିବାକୁ ହେବ । ବ୍ୟବସାୟ ଦୃଷ୍ଟିକୋଣରୁ ମଧ୍ୟ ମାସଟି ଶୁଭ ଫଳଦାୟକ ହେବ । ଏହି ସମୟରେ ଆପଣ କରିଥିବା ସବୁ ନୂତନ ଯୋଜନା କାରଜାକାରୀ ହେବ । ଛାତ୍ରଛାତ୍ରୀ ମାନଙ୍କର ପାଠପଢାରେ ଅଧିକ ମନ ଲାଗି ରହିବ । ପାରିବାରିକ ଜୀବନରେ ସୁଖଶାନ୍ତିର ପରିବେଶ ଲାଗି ରହିବ ଓ ଘରେ ଚାଲିଥିବା ପୁରୁଣା ବିବାଦ ସବୁର ସମାଧାନ ହେବ ।

ପ୍ରେମ ଜୀବନ ମଧ୍ୟ ବେଶ ଭଲ ରହିବ ଓ ପ୍ରେମୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବା ପାଇଁ ସୁଯୋଗ ପାଇବେ । ଆର୍ଥିକ ସ୍ଥିତି ମଧ୍ୟ ବେଶ ଭଲ ରହିବ ଓ ବିଦେଶ ସ୍ରୋତରୁ ଟଙ୍କା ପ୍ରାପ୍ତି ହେବେ । ଗୁପ୍ତଧନ ମଧ୍ୟ ଲାଭ କରିପାରନ୍ତି । ତେବେ ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ବିଶେଷ ସତର୍କ ରହିବାକୁ ହେବ ।

ଏଥିପାଇଁ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ତେବେ ଆପଣଙ୍କ ପାଇଁ ପ୍ରତିକାରକ ହେଉଛି ଆପଣ ପ୍ରତ୍ଯେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଓ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ଚାରୋଟି କଦଳୀ ଅର୍ପଣ କରନ୍ତୁ ।

ଶନିବାର ଦିନ କଳା ତେଲ ମଞ୍ଜି ଦାନ କରନ୍ତୁ ଓ ଗୁରୁବାର ଦିନ ଏକ କଦଳୀ ଗଛମୂଳେ ପାଣି ଦେଇ ଉପାସନା କରନ୍ତୁ । ଦେଖିବେ ଯାହାବି ଅଶୁଭ ରହିଛି ତାହା ଦୂର ହେବ ଓ ନିଶ୍ଚିତ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।