ପାଣି ସୁଅରେ ସବୁକିଛି ଭାସିଯାଉଛି । ଛାତି ପର୍ଯ୍ୟନ୍ତ ପାଣିରେ ବୁଡି ଲୋକେ ରାସ୍ତାପାର ହେଉଛନ୍ତି । ତଥାପି ଥମିବାର ନାଁ ନେଉନି ବର୍ଷା । କିଛିଦିନ ଧରି ଲଗାଣ ବର୍ଷାରେ ସୁରଟର ସ୍ଥିତି ବେହାଲ ହୋଇଗଲାଣି । ବିଭିନ୍ନ ଅଞ୍ଚଳରେ ପାଣି ମାଡିଯିବା ପରେ ତଳିଆ ଅଞ୍ଚଳରେ ଉପୁଜିଛି ବନ୍ୟା ସ୍ଥିତି । ଏ ଦୃଶ୍ୟ ଦେଖି ଗୁଜୁରାଟର ଉପକୂଳିଆ ଅଞ୍ଚଳର ଭୟଙ୍କର ସ୍ଥିତି ଆପଣ ଅନୁମାନ କରିପାରିବେ । ଅନେକ ଲୋକ ଜଳଘେରରେ ଫସି ରହିଥିବା ବେଳେ ଏନଡ଼ିଆରଏଫ ଯବାନମାନେ ଉଦ୍ଧାରକାର୍ଯ୍ୟରେ ଲାଗି ପଡିଛନ୍ତି ।
ଗୋଟିଏ ଗୋଟିଏ ସ୍ଥାନରେ ସ୍ଥିତି ଏତେ ସାଂଘାତିକ ହୋଇଛି ଯେ ବିମାନ ଯୋଗେ ଲୋକଙ୍କୁ ଉଦ୍ଧାର କରିବାକୁ ପଡୁଛି । ଅହମ୍ମଦାବାଦ, ନାଦିଆ ଓ ଖେଦଡା ଭଳି ଅଞ୍ଚଳରେ ବିଦ୍ୟାଳୟ ପରିସରରେ ପାଣି ପଶିବା ପରେ ପାଠପଢା ବାଧାପ୍ରାପ୍ତ ହୋଇଛି । ଏହିଭଳି ଭୟଙ୍କର ବନ୍ୟା ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ଟ୍ରେନ ଲାଇନ ଉପରେ ମଧ୍ୟ ବନ୍ୟାଜଳ ମାଡିଯିବା ପରେ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ବର୍ତ୍ତମାନ ପୁରା ଦେଶରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଯାହାଫଳରେ ରାଜସ୍ଥାନ ଠାରୁ ନେଇ ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ ଭଳି ଉପକୂଳିଆ ରାଜ୍ୟ ମାନଙ୍କରେ ବନ୍ୟା ସ୍ଥିତି ଦେଖା ଦେଇଛି । ଲଘୁଚାପ ପ୍ରଭାବରେ ଗୁଜୁରାଟରେ ପ୍ରବଳ ବର୍ଷା ଲାଗି ରହିଛି । ଯେଉଁଥି ପାଇଁ ସେଠାରେ ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି ।
ଏହି ଦୃଶ୍ୟ ଦେଖିଲେ ଏହା ସୁରଟ ଭଳି ବି ଲାଗୁନି । ଏନଡ଼ିଆରଏଫ ଯବାନମାନେ ଜଲବନ୍ଦୀ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡିଛନ୍ତି । ବନ୍ୟା ଜଳ ଘେରରେ ଫସି ରହିଥିବା ଲୋକଙ୍କୁ ଯଥାଶୀଘ୍ର ଉପୁରିଆ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ବନ୍ୟା ଯୋଗୁଁ ସୁରଟର ତଳିଆ ଅଞ୍ଚଳର ଲୋକମାନେ ବିପଦସଙ୍କୁଳ ଅବସ୍ଥାରେ ରହିଛନ୍ତି ।
ଅନେକଙ୍କୁ ବାସହରା ହେବାକୁ ପଡିଛି ଓ ନିଜ ଘର ଓ ଆସବାବପତ୍ର ଛାଡି ଯିବାକୁ ପଡିଛି । ଆସାମରେ ବନ୍ୟା ଯୋଗୁଁ ଏବେବି ସେଠାକାର ଲୋକେ ହଇରାଣ ହେଉଥିବା ବେଳେ ବର୍ତ୍ତମାନ ଗୁଜୁରାଟର ଏ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।