ନମସ୍କାର ବନ୍ଧୁଗଣ । ଆପଣ ମାନେ ସୋସିଆଲ ମିଡିଆର ଋଲ୍ସ ରାଣୀ ତନୁଜା ବିଶ୍ବାସଙ୍କୁ ବେଶ ଭଲ ଭାବେ ଜାଣିଥିବେ । ହସ ହସ ଚେହେରା ଆଉ ସୁନ୍ଦର ଅଭିନୟ କରି ଲୋକ ମାନଙ୍କର ହୃଦୟ ଜିଣିଥିଲେ ତନୁଜା ବିଶ୍ଵାସ । ଜୀବନକୁ ଗୀତ ପରି ମାନେ କରୁଥିବା ଆଉ ଫିଲ୍ମ ଡାଇଲଗ ପରି ବଞ୍ଚୁଥିବା ଚୂଲବୁଲି ଝିଅ ହେଉଛନ୍ତି ତନୁଜା ବିଶ୍ଵାସ । ଜୀବନକୁ ଅତି ସୁନ୍ଦର ଢଙ୍ଗରେ ବଞ୍ଚୁଥିଲେ ତନୁଜା ବିଶ୍ଵାସ । ତେବେ ସୋସିଆଲ ମିଡିଆରେ ନିଜକୁ ଖୁବ ଭାଇରାଲ କରିଥିବା ଝିଅ ହେଉଛନ୍ତି ଉମରକୋଟ ସହରର ତନୁଜା ବିଶ୍ଵାସ ।

ସେ ସୋସିଆଲ ମିଡିଆରେ ବହୁତ ସର୍ଟ ଭିଡିଓ ପୋଷ୍ଟ କରି ଖୁବ ଚର୍ଚ୍ଚା ରେ ରହୁଥିଲେ । କିନ୍ତୁ କିଏ ଜାଣିଥିଲା ସେ ଦିନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିବେ । ତେବେ ଏହି କଥାଟି ଶୁଣିବା ପରେ ବନ୍ଧୁଗଣ ଆପଣ ମାନେ ଆଶ୍ଚର୍ଯ୍ୟ ହେଉଥିବେ ସତ କିନ୍ତୁ ଋଲ୍ସ ରାଣୀ ତନୁଜା ବିଶ୍ଵାସ ଆଉ ଏ ଦୁନିଆରେ ନାହାନ୍ତି । ତେବେ ପ୍ରଶ୍ନ ଉଠୁଛି ତାଙ୍କ ଜୀବନରେ ଏମିତି କଣ ସମସ୍ଯା ଆସିଲା ଯାହା ପାଇଁ ସେ ଅଫେରା ରାଇଜକୁ ଚାଲିଗଲେ । ଉମରକୋଟ ବ୍ଲକ ଅନ୍ତର୍ଗତ ଜାମାରୁଣ୍ଡା ଆବସିକ ବାଳିକା ଉଚ୍ଚ ବିଦ୍ୟାଳୟରେ କ୍ରିଡା ଶିକ୍ଷୟତ୍ରୀ ଭାବେ ତନୁଜା କାର୍ଯ୍ୟରତ ଥିଲେ ।
ସେ ଜିଲ୍ଲା ର ଅନେକ ଅଞ୍ଚଳକୁ ଯାଇ ଝିଅ ମାନଙ୍କୁ କ୍ରିଡା ସମ୍ବଧରେ ଶିକ୍ଷା ଦେବା ସହ ଆତ୍ମକୌଶଳ ଶିକ୍ଷା ମଧ୍ୟ ଦେଉଥିଲେ । ଯିଏ ନିଜେ ଅନ୍ୟ ଝିଅ ମାନଙ୍କୁ ବଞ୍ଚିବାର ନୂଆ କିରଣ ଦେଖାଉଥିଲେ ଆଉ ସେଇ ଆଉ ଏ ଦୁନିଆରେ ନାହାନ୍ତି । ତେବେ ସେ କାହାଲୁ କିଛି ନ କହି କଣ ପାଇଁ ଏମିତି ଚରମ ନିସ୍ପତି ନେଲେ ତାହାକୁ ନେଇ ବେ ଚର୍ଚ୍ଚା ଜୋର ଧରିଛି । ତନୁଜାଙ୍କ ବାପା କହିଛନ୍ତି କି ସକାଳେ ସେ ଜଳଖିଆ କରି ତାଙ୍କୁ ଖାଇବାକୁ ଦେଇ ବାହାରକୁ ଚାଲିଗଲେ । ଆଉ ଘରକୁ ଫେରି ଦେଖନ୍ତି କି ତନୁଜାଙ୍କ ମୃତ ଶରୀର ତାଙ୍କ ରୁମରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ରହିଛି ।

ତେବେ ଏହା ଦେଖିବା ପରେ ତନୁଜାଙ୍କ ବାପା ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ତନୁଜାଙ୍କ ମୃତ ଶରୀର ପାଖକୁ ଏକ ସୁସାଇଟ ନୋଟ ମଧ୍ୟ ଜବତ କରିଛି ଯାହା ବଙ୍ଗାଳୀ ଭାଷାର ଲେଖା ଯାଇଛି । ତେବେ ଚିଠି ରେ କଣ ଲେଖା ଯାଉଛି ତାହା ଏ ଯାଏଁ କିଛି ସ୍ପଷ୍ଟ ହୋଇ ନାହି । ତନୁଜାଙ୍କ ଏଭଳି ନିସ୍ପତି ନେବା ପଛରେ କଣ କାରଣ ରହିଛି ତାହା ତାଙ୍କ ପରିବାର ଲୋକେ କେହି ବି ଜାଣି ନାହାନ୍ତି । କାରଣ ତାଙ୍କ ମନରେ କେବେ ଦୁଖ ଥିଲା ତାଙ୍କ ମୁହଁରେ କେବେ ବି ଲାଗୁ ନ ଥିଲା ବୋଲି ତାଙ୍କ ପଡୋଶୀ କହିଛନ୍ତି ।

ତେବେ ଜୀବନରେ ଯେତେ ସମସ୍ଯା ଆସିଲେ ବି ତାର ସମାଧାନ କେବେ ବି ଆତ୍ମହତ୍ୟା ନୁହେଁ । ଆଖି ଖୋଲି ଦେଖିଲେ ଜାଣିପାରିବେ ଜୀବନରେ ଅନେକ ବାଟ ପଡିଛି ଯାହା ବହୁତ ସୁନ୍ଦର ଆଉ ସରସ । କେବଳ ଦୁର୍ବଳ ଲୋକେ ହିଁ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।