ସ୍କୁଲରେ ପରୀକ୍ଷା ଶେଷ ହେଲା ଆଉ ତା’ପରେ ପରୀକ୍ଷା ଖାତା ଯାଞ୍ଚ ଆରମ୍ଭ ହେଲା । ମାଷ୍ଟ୍ରେ କିନ୍ତୁ ପରୀକ୍ଷା ଖାତା ଯାଞ୍ଚ କରୁ କରୁ ହଠାତ ତାଙ୍କ ହୋସ୍ ଉଡେଇଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଲା । ତେବେ ମାଷ୍ଟ୍ରେଙ୍କ ଏମିତି ଅବସ୍ଥା କାହିଁକି ହେଲା ଆପଣ ବି ଚିନ୍ତା କରୁଥିବେ । ଆଉ ଭାବୁଥିବେ ମାଷ୍ଟ୍ରେ ପରୀକ୍ଷା ଖାତାରେ ଏମିତି କଣ ଦେଖି ପକାଇଲେ । ତେବେ ଆପଣ ନିଜେ ସେହି ପରୀକ୍ଷା ଖାତା ଉପରେ ନଜର ପକାଇଲେ ଆପଣଙ୍କର ବି ବୃଦ୍ଧି ବାଟବଣା ହୋଇଯିବ ।

ଏହି ପରୀକ୍ଷା ଖାତାଟି ହେଉଛି ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଇତିହାସ ପରୀକ୍ଷାର ଉତ୍ତର ଖାତା । ପ୍ରଶ୍ନଟି ରହିଥିଲା କି, ଭାରତକୁ କାହିଁକି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ବୋଲି କୁହାଯାଏ । ଏହି ପ୍ରଶ୍ନର ଉତ୍ତର ତ ଆମେ ଆମେ ଆପଣଙ୍କୁ ଦେଖାଇବୁ । କିନ୍ତୁ ଏହା ପୂର୍ବରୁ ଆପଣଙ୍କୁ ସତର୍କ କରାଇ ଦେଉଛୁ ଯେ ଉତ୍ତର ଖାତା ଦେଖିବା ପରେ ଆପଣଙ୍କୁ ବି ଲାଗିପରେ ସଦମା । ତେଣୁ ନିଜ ରିସ୍କରେ ଆପଣ ଏହି ଉତ୍ତର ଖାତା ଦେଖନ୍ତୁ । ପରୀକ୍ଷାର୍ଥୀ ଜଣକ ପ୍ରଥମରୁ ଉତ୍ତରଟି ଠିକ ଭାବେ ଲେଖିବା ଆରମ୍ଭ କରିଛନ୍ତି ।
କିନ୍ତୁ ଏହାର ଗୋଟିଏ ଲାଇନ ପରେ କଣ ହୋଇଛି ତାହା ଥରେ ଦେଖିବା କଥା । “ଭାରତ ଏକ ଧର୍ମ ନିରପେକ୍ଷତା ରାଷ୍ଟ୍ର । ଏଥିରେ ଅନେକ ଧର୍ମାବଲମ୍ବୀ ଲୋକେ ବସବାସ କରନ୍ତି । ତମ ସାଙ୍ଗେ ଆମ ଯୋଡିତା ଯେମିତି ଗୁଆଘିଆ ସାଙ୍ଗେ ଅରୁଆ ଭାତ । ତମରି ଭଳିଆ ସୁନ୍ଦରୀ ରମଣୀ ବାହା ହେବା ପାଇଁ ଛଟପଟ ।

ମୁଁ ମୁଢି ହେଲେ ତମେ ମିକ୍ସଛାଡ଼, ମୁଁ ଖଟା ହେଲେ ତମେ ବିଅର, ମୁଁ ଇଟିଲିକୁ ରୁମେ ସମ୍ବର , ମୁଁ ମାଛ ହେଲେ ତମେ ବେସର । ଆରେ ଯେତେ ଝିଅ ଥିଲେ ମାଆରାଣ ଜମା ତମ ପରି କେହି ନୁହଁ… ଗୁଆଘିଅ ଗୁଆଘିଅ ଅରୁଆକୁ ଗୁଆଘିଅ…” ଆଗକୁ ଏମିତି ଅନେକ ଲେଖା ଲେଖିଛନ୍ତି ପରୀକ୍ଷାର୍ଥୀ ଜଣକ । ପରୀକ୍ଷାର୍ଥୀ ଜଣକ କିନ୍ତୁ ଭାରି ଚାଲାଖ । ତେଣୁ ସେ ଶେଷରେ ଭାରତରେ ଅନେକ ପର୍ବପର୍ବାଣି ହୋଇଥାଏ ଓ ଏଥିରେ ଅନେକ ଧର୍ମାବଲମ୍ବୀ ଲୋକ ସାମିଲ ହୁଅନ୍ତି ଲେଖି ଉତ୍ତର ଶେଷ କରିଛନ୍ତି ।
ଏହି ଉତ୍ତର ଖାତାଟି କାହାର ଜଣା ପଡି ନଥିବା ବେଳେ ସୋସିଆଲ ମିଡିଆରେ ଏହା ଖୁବ ଭାଇରାଲ ହେଉଛି । ଆପଣ ନିଜେ କୁହନ୍ତୁ ଏଭଳି ଉତ୍ତର ପଢି କିଏ ବା ବେହୋସ ନହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।