ଏକ ଦଶ ମାସର ଶିଶୁକୁ ରେଳ ନିଯୁକ୍ତି ମିଳିବା କଥା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ କଥାଟା ଏକଦମ ସତ । ରେଳ ବିଭାଗ ତରଫରୁ ଏକ ଦଶ ମାସର ଶିଶୁ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଆଉ ରେଳବାଇର ଏଭଳି ପଦକ୍ଷେପ ଏବେ ସବୁରି ମହଲରେ ଖୁବ ପ୍ରଶଂସା କରାଯାଉଛି । ଏହିପରି ଏକ ଘଟଣା ଘଟିଛି ଛତିଶଗଡରେ । ଛତିଶଗଡର ଏହି ଦଶ ମାସର ଶିଶୁଟିର ପିତାମାତା ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଯାହାଫଳରେ ରେଳବାଇ ଅନୁକମ୍ପା ଆଧାରରେ ଶିଶୁକୁ ଚାକିରି ଦେଇଛନ୍ତି ।

ଏହି ଶିଶୁକୁ ଚାକିରି ସହିତ ଅନ୍ୟ ସବୁ ସୁବିଧା ମିଳିବ ବୋଲି ମଧ୍ୟ କୁହାଯାଉଛି । ରେଳ କର୍ମଚାରୀମାନେ ସାଧାରଣତଃ ଯେଉଁ ସୁବିଧା ସବୁ ପାଆନ୍ତି ସେହି ସମସ୍ତ ସୁବିଧା ଏହି ଶିଶୁକୁ ମିଳିବାକୁ ଯାଉଛି । ଶିଶୁକୁ ଯେତେବେଳେ ୧୮ ବର୍ଷ ବୟସ ହେବ ସେ ସେତେବେଳେ ରେଳ ବିଭାଗରେ କାମ କରିପାରିବ । ତେବେ ରାଜ୍ୟ ଇତିହାସରେ ଜଣେ ଶିଶୁକୁ ଅନୁକମ୍ପା ଆଧାରରେ ଚକୀର୍ତି ମିଳିବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି ।
ପ୍ରଥମ ଥର ପାଇଁ ଏମିତି ଏକ ଶିଶୁକୁ ଅନୁକମ୍ପା ଜନିତ ସୁବିଧା ପ୍ରାପ୍ତ ହୋଇଛି । ନିୟମ ଅନୁସାରେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ବଦଳରେ ତାଙ୍କ ପରିବାରର କେହି ଜଣେ ନିଯୁକ୍ତି ପାଇଥାନ୍ତି । ଯାହାକୁ ତତ୍କାଳ ସହାୟତା ଭାବେ ବିବେଚନା କରାଯାଏ ।

ଦକ୍ଷିଣ- ପୂର୍ବ ମଧ୍ୟ ରେଳ ତରଫରୁ ଏକ ବୟାନରେ କୁହାଯାଇଛି ଗତ ଜୁଲାଇ ୪ ତାରିଖରେ ଏସଇସିଆର ରାୟପୁର ରେଳମଣ୍ଡଳର କ୍ରମିକ ବିଭାଗରେ ଅନୁକମ୍ପା ନିଯୁକ୍ତି ପାଇଁ ଏକ ଦଶ ମାସ ଶିଶୁର ନାମ ପଞ୍ଜୀକରଣ କରାଯାଇଛି । ସେହି ଶିଶୁଟିର ପିତା ରାଜେନ୍ଦ୍ର କୁମାର ଭିଲାଇ ରେଳବାଇରେ ଜଣେ ସହାୟକ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । କିନ୍ତୁ ଜୁନ୍ ପହିଲାରେ ଏକ ସଡକ ଦୁର୍ଘଟଣାରେ ତାଙ୍କ ପତ୍ନୀଙ୍କ ସମେତ ତାଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା ।
କିନ୍ତୁ ତାଙ୍କ କୁନି ଝିଅଋ ଏହି ଦୁର୍ଘଟଣାରେ ରକ୍ଷା ପାଇ ଯାଇଥିଲା । ଆଉ ସେହି ଦଶ ମାସର କୁନି ଝିଅକୁ ଏବେ ରେଳ ବିଭାଗ ପକ୍ଷରୁ ଚାକିରି ଦିଆଯିବ । ତେଣୁ ନାଁକୁ ପଞ୍ଜୀକୃତ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।