ସମୁଦ୍ର ଭିତରେ 483 ଦିନ ବିତାଇଲେ ଏହି ବ୍ୟକ୍ତି ! ଯାହାଙ୍କ ଦୁଃସାହସିକ କାହାଣୀ ଶୁଣିଲେ ଆପଣଙ୍କ ବିଶ୍ବାସ ବି କରି ପାରିବେନି…

ଆମ ପୃଥିବୀର ସବୁଠୁ ବଡ ମହାସାଗର ପ୍ରାୟ ୧୬୫ ମିଲିୟନ ବର୍ଗମିଟର ଯାଏଁ ବିସ୍ତୃତ । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ପୃଥିବୀର ସମୁଦାୟ ସ୍ଥଳଭାଗ ୧୪୮ ମିଲିୟନ ବର୍ଗମିଟର ଯାଏଁ ବିସ୍ତୃତ । ତେବେ ଏକଥା ଟ ସମସ୍ତଙ୍କୁ ଜଣା । କିନ୍ତୁ ସେଥିପାଇଁ ପୃଥିବୀରେ ସ୍ଥଳଭାଗ ଅପେକ୍ଷା ଜଳଭାଗ ଅଧିକ ବୋଲି କୁହାଯାଏ । ଆଉ ଆଜି ଆମେ ଏହି ବିଶାଳକାୟ ପ୍ରଶାନ୍ତ ମହାସାଗର ମଧ୍ୟରେ ଘଟିଥିବା ଏକ ରହସ୍ୟମୟୀ ଘଟଣା ବିଷୟରେ କହିବୁ ।

ପ୍ରଶାନ୍ତ ମହାସାଗର ଭିତରେ କିଛି ଆଇଲ୍ୟାଣ୍ଡ ରହିଛି ଯାହା ମାନଚିତ୍ରରେ କିଛି ବିନ୍ଦୁ ଭଳି ଦେଖାଯାଏ । ଏଠାକାର କିଛି ଆଇଲ୍ୟାଣ୍ଡରେ ମଣିଷ ରୁହନ୍ତି । କିନ୍ତୁ ଏହି ମହାସାଗରରେ ଥିବା ଆଇଲ୍ୟାଣ୍ଡରେ ଯଦି କେହି ବାଟବଣା ହୋଇଯାଏ ତେବେ ତାଙ୍କୁ ଖୋଜି ପାଇବା ଅସମ୍ଭବ । ଏମିତି ଜଣେ ବ୍ୟକ୍ତି ଥିଲେ ଯିଏକି ଏହି ମହାସାଗରରେ ପୁରା ୪୮୩ ଦିନ ପାଇଁ ନିଖୋଜ ହୋଇ ଯାଇଥିଲେ । ହଲିଉଡ ଫିଲ୍ମ “କାଷ୍ଟ ଆୱେ” କୌଣସି ବ୍ୟକ୍ତିଙ୍କ ମନଗଢା କାହାଣୀ ନୁହେଁ ଜଣେ ବ୍ୟକ୍ତିଙ୍କ ଅସଲ ଅନୁଭୂତିକୁ ନେଇ ନିର୍ମିତ ହୋଇଥିଲା ।

ସେହି ବ୍ୟକ୍ତିଙ୍କ ନାମ ହେଉଛି ଯୋଶ ଏଲଭଡର ଏଲଭିସନ । ଯୋଶ ପ୍ରଶାନ୍ତ ମହାସାଗରରେ ୧୪ ମାସ କିଭଳି ଅତିକ୍ରମ କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ୨୦୧୨ରେ ମେକ୍ସିକୋର ଏକ ଛୋଟିଆ ଗାଁ କୋସାଅଜୁଲାରେ ରହୁଥିବା ମତ୍ସ୍ୟଜୀବୀ ଯୋଶ ନିଜ ବୃତ୍ତିରେ ଖୁବ ପାରଙ୍ଗମ ଥିଲେ ।

ଯୋଶ ୧୭ ନଭେମ୍ବର ୨୦୧୨ରେ ନିଜର ଏକ ଛୋଟିଆ ବୋଟ ଓ ସାଙ୍ଗରେ ଜଣେ ସାଥିଙ୍କୁ ନେଇ ଏକ ଚ୍ୟାଲେଞ୍ଜ କରିବାକୁ ବାହାରି ପଡିଥିଲେ । ଗଭୀର ସମୁଦ୍ରରେ ୩୦ ଘଣ୍ଟା ଅତିକ୍ରମ କରିବା ପାଇଁ ଚିନ୍ତା କରି ଅଳ୍ପ କିଛି ଜିନିଷ ନେଇ ସେ ଯାଇଥିଲେ । ପ୍ରାୟ ୧୨୦କିମି ଭିତରକୁ ଯିବାପରେ ସେ ଜାଲ ପକାଇଥିଲେ । କିନ୍ତୁ ସେହି ସମୟରେ ଜୋରରେ ଝଡ ତୋଫାନ ଆସିଲା । ଝଡରୁ ବଞ୍ଚିବା ପାଇଁ ଅନେକ ଚେଷ୍ଟା କରିବା ପରେ ଦୀର୍ଘ ୬ଘଣ୍ଟା ପରେ ସେମାନେ ଝଡ ଠାରୁ ଦୂରକୁ ପଳାଇଥିଲେ ।

ଏକ ବଡ ସମସ୍ୟାରୁ ପାର ହୋଇଯିବେ ଭାବି ସେମାନେ ଆଉ ଏକ ବଡ ସମସ୍ଯା ଆଡକୁ ଆଗେଇ ଯାଉଥିଲେ ବୋଲି ଜାଣି ନଥିଲେ । ଏତେ ସମୟ ଧରି ବୋଟ ଚାଲିବାରୁ ଇଞ୍ଜିନ ଖରାପ ହୋଇଗଲା ଓ ବୋଟ ଚଳାଇବା ପାଇଁ ସେମାନଙ୍କ ପାଖେ ଆହୁଲା ମଧ୍ୟ ନଥିଲା ।

ତଥାପି ହାତ ମାଧ୍ୟମରେ ପାଣିକୁ ଆହୁଲା ମାରି ଦେଖା ଯାଉଥିବା କୂଳ ଆଡକୁ ଯାଉଥିବା ବେଳେ ହଠାତ ଏକ ବଡ ଘୂର୍ଣ୍ଣିଝଡ ତାଙ୍କୁ ବୋଟ ସହ ପାଣିରେ ବୁଡାଇ ଦେଇଥିଲା । କିନ୍ତୁ ଏହାପରେ ବି ସେମାନେ ବଞ୍ଚିଗଲେ ଓ ଭାଙ୍ଗି ଯାଇଥିବା ଛୋଟ କାଠ ବୋଟକୁ ଚଳାଇ ଆଗକୁ ବଢିଲେ । କିନ୍ତୁ ସେତେବେଳକୁ ସେମାନେ ଦିଗହରା ହୋଇ ସାରିଥିଲେ । ଖାଇବାକୁ ଖାଦ୍ଯ ନଥିଲା କି ପିଇବାକୁ ପାଣି ନଥିଲା ଓ କେଉଁ ଦିଗକୁ ଯିବେ ଏହା ତାଙ୍କୁ ଚିନ୍ତାରେ ପକାଇ ଦେଇଥିଲା ।

ପରେ ଉପାୟଶୂନ୍ୟ ହୋଇ ଲୁଣି ପାଣି ପିଇ କଞ୍ଚା ମାଛ ଧରି ଖାଇ ବଞ୍ଚିବାକୁ ଚେଷ୍ଟା କଲେ । ସେମାନଙ୍କ ବୋଟ ଏତେ ଛୋଟ ଥିଲା ଯେ ଦୂରରୁ କେହି ଦେଖି ଜାଣିବା କଷ୍ଟ ଥିଲା । ଯେତେ ଇସାରା କଲେ ବି ସେପଟେ ଯାଉଥିବା କାର୍ଗୋ ଶିପ୍ ଗୁଡିକ ମଧ୍ୟ ସେମାନଙ୍କୁ ଦେଖି ପାରୁ ନଥିଲେ ।

ଏମିତି କିଛି ଦିନ ଓ କିଛି ମାସ ବିତିବା ପରେ ଯୋଶଙ୍କ ସାଥି ଭୟ ଓ ଚିନ୍ତାରେ ପାଣିକୁ ଡେଇଁ ଆତ୍ମହତ୍ୟା କରିଦେଲେ । ତଥାପି ଯୋଶ ବଞ୍ଚିବାର ଆଶାରେ ଚେଷ୍ଟା ଜାରି ରଖିଥିଲେ । ଦିନେ ଅଚାନକ ପାଣିରେ ତାଙ୍କୁ ପଇଡ ଭାସୁଥିବାର ଦେଖିବାକୁ ମିଳିଲା । ଯାହା ହେତୁ ପାଖରେ ଜଙ୍ଗଲ କିମ୍ବା ଆଇଲ୍ୟାଣ୍ଡ ଥିବାର ସେ ଅନୁମାନ କଲେ ଓ ସତକୁ ସତ ଅନେକ ଦିନ ପରେ ସେ ମାଟି ଉପରେ ପାଦ ରଖିଲେ ।

ଏହି ଆଇଲ୍ୟାଣ୍ଡ ମେକ୍ସିକୋ ଠାରୁ ୧୧ହଜାର କିମି ଦୂରରେ ଥିଲା । କିନ୍ତୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଯୋଶ ନିଜ ସ୍ଥାନକୁ ପୁଣି ଫେରି ଆସିଥିଲେ । ଯାହାପରେ ସବୁଆଡେ ଆଜିବି ତାଙ୍କର ଦୁଃସାହସିକ ଯାତ୍ରା ବିଷୟରେ ଚର୍ଚ୍ଚା ହୁଏ ।