ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି କୌଣସି ବ୍ୟକ୍ତିଙ୍କ ସ୍ଵଭାବ, ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣିହୁଏ । ସେଥିପାଇଁ ଲୋକମାନେ ଜୀବନର ପ୍ରତିଟି ପଦକ୍ଷେପରେ ଜ୍ଯୋତିଷ ଶାସ୍ତ୍ର ଉପରେ ନିର୍ଭର କରିଥାନ୍ତି । ଗ୍ରହଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ଆମ ଜୀବନରେ ମଧ୍ୟ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ସ୍ଥିତିକୁ ଆଧାର କରି ଆସନ୍ତୁ ଜାଣିବା କନ୍ୟା ରାଶି ପାଇଁ ୨୦୨୨ ଜୁଲାଇ ମାସଟି କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିପାରିବେ ।

ଆପଣଙ୍କ ଶୁଭରଙ୍ଗ ହେଉଛି ସବୁଜ ବା ଶୁଆ ରଙ୍ଗ । ଏହି ରଙ୍ଗର ବସ୍ତୁ ଯଦି ବିଶେଷ କାମରେ ପ୍ରୟୋଗ କରନ୍ତି କିମ୍ବା ବସ୍ତ୍ର ପିନ୍ଧନ୍ତି ତେବେ ଶୁଭଫଳ ନିଶ୍ଚିତ ପ୍ରାପ୍ତି ହୋଇଥାଏ । ଆପଣଙ୍କ ପାଇଁ ଶୁଭବାର ହେଉଛି ରବିବାର ଏବଂ ବୁଧବାର । ଶୁଭଦେବତା ହେଉଛନ୍ତି ଭଗବାନ ଶ୍ରୀଗଣେଶ ଓ ଶୁଭଦେବୀ ହେଉଛନ୍ତି ତ୍ରିଫଳା ସୁନ୍ଦରୀ । ବୁଧବାର ଦିନ ବ୍ରତ ଉପବାସ ପାଳନ କଲେ ଶୁଭଫଳ ମିଳିଥାଏ । ଶୁଭସଂଖ୍ୟା ହେଉଛି ୫ ଏବଂ ପ୍ରତ୍ଯେକ ମାସର ୫, ୧୪ ଓ ୨୩ ତାରିଖ ଆପଣଙ୍କ ପାଇଁ ଶୁଭ ହୋଇଥାଏ ।
ଦେଖିବାକୁ ଗଲେ କନ୍ୟା ରାଶି ଜାତକଙ୍କ ପାଇଁ ୨୦୨୨ ମସିହା ଜୁଲାଇ ମାସଟି କିଛି କ୍ଷେତ୍ରରେ ସଫଳତା ନେଇକରି ଆସିବ । କ୍ଯାରିୟର ଓ କାର୍ଯ୍ୟକ୍ଷେତ୍ରରେ ମାସଟି ଆପଣଙ୍କ ପାଇଁ ଅନୁକୂଳ ରହିବାକୁ ଯାଉଛି । ଚାକିରି କ୍ଷେତ୍ରରେ ବିଶେଷ ଉନ୍ନତି ହେବ ତଥା ଚାକିରିରେ ପଦୋନ୍ନତି ହେବା ସହ ବିଶେଷ ସଫଳତା ମିଳିବାକୁ ଯାଉଛି ।

ଯେଉଁମାନେ ନୂତନ ଚାକିରି ସନ୍ଧାନରେ ରହିଛନ୍ତି ସେମାନଙ୍କୁ ମନ ମୁତାବକ ଚାକିରି ମିଳିପାରେ । ଏଥିସହିତ ବ୍ୟବସାୟ ଏବଂ ବ୍ୟବସାୟ ସହିତ ଜଡିତ ଲୋକମାନେ ପ୍ରଚୁର ଲାଭ ପ୍ରାପ୍ତ କରିବେ । ବ୍ୟବସାୟ ପାଇଁ ନୂତନ ମାର୍ଗ ଖୋଲିବ ଓ ଅନେକ ଲୋକ ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରନ୍ତି । ଛାତ୍ର ଛାତ୍ରୀମାନେ ଅସୁବିଧାର ସମୁଖୀନ ହୋଇପାରନ୍ତି ଓ ଚାହୁଁଥିବା ସଫଳତାରୁ ବଞ୍ଚିତ ହୋଇପାରନ୍ତି ।
କିନ୍ତୁ ଆପଣଙ୍କ ପରିଶ୍ରମର ଫଳ ଡେରିରେ ହେଲେ ମଧ୍ୟ ଆପଣ ନିଶ୍ଚିତ ପାଇବେ । ପରିବାରରେ ମଧ୍ୟ କିଛି ଟେନସନ ଭଳି ପରିସ୍ଥିତି ଦେଖାଯିବ । ତେଣୁ କୌଣସି କଥାରେ ହଠାତ ରାଗି ନଯାଇ ସଂଯମର ସହ ପରିସ୍ଥିତିକୁ ନିୟନ୍ତ୍ରଣ କରନ୍ତୁ । ପ୍ରେମ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ବେଶ ଭଲ ରହିବ ।

ତେବେ ସାଥିଙ୍କ ପ୍ରତି ଟିକେ ଧ୍ୟାନ ରଖନ୍ତୁ ଯାହାକି ଆପଣଙ୍କ ମଧ୍ୟରେ ଉପୁଜିବାକୁ ଥିବା ଭୁଲ ବୁଝାମଣାକୁ ଦୂର କରିବ । କିନ୍ତୁ ଆପଣଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଯିବା ସହ ସରକାରୀ କ୍ଷେତ୍ରରୁ ଲାଭ ପ୍ରାପ୍ତ ହେବ । ଯାହାବି ସ୍ୱାସ୍ଥ୍ୟ ସମସ୍ଯା ରହିଥିବା ସେସବୁ ଦୂର ହେବାକୁ ଲାଗିବ । ତଥାପି ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆପଣଙ୍କ ପକ୍ଷେ ଉତ୍ତମ ହେବ ।
ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରନ୍ତୁ ଓ କଳା କୁକୁରକୁ କ୍ଷୀର ରୋଟି ଖାଇବାକୁ ଦିଅନ୍ତୁ । ବୁଧବାର ଦିନ ଗୋମାତାଙ୍କୁ କିଛି ମୁଗ ଆଣି ଖାଇବାକୁ ଦିଅନ୍ତୁ । ଆପ୍ମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।