ଶ୍ରେଣୀ ଗୃହ ଭିତରେ ଶିକ୍ଷୟତ୍ରୀଙ୍କ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ସ୍କୁଲ ଭିତରେ ଏମିତି ଦୃଶ୍ୟ ଆପଣ ବୋଧହୁଏ କେବେବି ଦେଖି ନଥିବେ । କିନ୍ତୁ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଚମ୍ପାନଗର ପ୍ରାଥମିକ ବିଦ୍ୟାଳୟ ଭିତରେ । ଉକ୍ତ ଶିକ୍ଷୟତ୍ରୀଙ୍କ ନାମ ହେଉଛି ବନିତା ସ୍ଵାଇଁ । ଦିଦି କଣ ପାଠ ପଢାଉଛନ୍ତି ତାହା କେହି ଜାଣି ପାରୁନାହାନ୍ତି । ଦିଦିଙ୍କୁ ପ୍ରଶ୍ନ କାଲେ ଓଲଟା ପିଲାଙ୍କୁ ନିସ୍ତୁକ ମାଡ ମାରୁଛନ୍ତି । କେବଳ ଏତିକି ନୁହେଁ ଶ୍ରେଣୀ ଗ୍ରହ ଭିତରୁ କବାଟ ଝରକା ବନ୍ଦ କରି ପିଲାଙ୍କୁ ବାହାରେ ବି ବସେଇ ଦେଉଛନ୍ତି ।

ତାଙ୍କର ଅଜବ ଆଚରଣ ପାଇଁ ଅଭିଭାବକ ମାନେ ସ୍କୁଲରେ ଯାଇ ପହଞ୍ଚିଥିଲେ । ଶିକ୍ଷୟତ୍ରୀଙ୍କ ଏଭଳି ଆଚରଣ ବିଷୟରେ ଅଭିଭାବକମାନେ ତାଙ୍କୁ ପଚାରିବାରୁ ସେ ଗର୍ଜନ କରି ହୁ ଆର ୟୁ ବୋଲି ପ୍ରଶ୍ନ କରିଥିଲେ । ଟିକେ ଟିକେ କଥାରେ ଉତ୍ତ୍ୟକ୍ତ ହୋଇ ଯାଉଛନ୍ତି ଶିକ୍ଷୟତ୍ରୀ ବନିତା ସ୍ଵାଇଁ । ଗର୍ଜନ କରିବା ସହ ଜିନିଷ ପତ୍ର ମଧ୍ୟ ଫୋପଡା ଫିଙ୍ଗା କରୁଛନ୍ତି । ଶିକ୍ଷୟତ୍ରୀଅଙ୍କ ଏଭଳି ହିଂସ୍ର ଆଚରଣ ବିଷୟରେ ଜାଣିବା ପରେ ଅଭିଭାବକ ମାନେ ନିଜ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ଭୟ କରୁଛନ୍ତି ।
ବନିତା ଦିଦିଙ୍କୁ ଦେଖି ଭୟରେ କାନ୍ଦି ପକାଉଛନ୍ତି ପିଲାମାନେ । ପ୍ରଧାନ ଶିକ୍ଷୟତ୍ରୀ ଯମୁନା ବିଶ୍ବାସ ମଧ୍ୟ ବନିତା ଦିଦିଙ୍କ ଏଭଳି ଆଚରଣରେ ଅତିଷ୍ଠ ହୋଇ ପଡିଥିବା କହିଛନ୍ତି । ତାଙ୍କୁ କିଛି କହିଲେ ସେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମଧ୍ୟ ପ୍ରବଳ ଗାଳି କରୁଛନ୍ତି । ଏମିତି ବହୁତ ଦିନ ଧରି ଚାଲିବା ପରେ ଗାଁ ଲୋକମାନେ ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଯାଇ ଅଭିଯୋଗ କରିଥିଲେ ।

କାହାକୁ ବି ଛାଡୁ ନଥିଲେ ବନିତା । ସମସ୍ତଙ୍କୁ ଖରାପ ବ୍ୟବହାର ଦେଖୁଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜିଲ୍ଲା ଶିକ୍ଷାନୁଷ୍ଠାନ ତାଙ୍କ ଉପରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ଗାଁ ଲୋକେ । ତେବେ ଏହି ଘଟନା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନଜରକୁ ଆସିବା ପରେ ସେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ଶିକ୍ଷୟତ୍ରୀଙ୍କ ଏଭଳି ବିଶୃଙ୍ଖଳିତ ଆଚରଣକୁ ନେଇ ସମସ୍ତେ ଚିନ୍ତାରେ ପଡିଲେଣି ।
ତେବେ ଶିକ୍ଷୟତ୍ରୀଙ୍କର କିଛି ମାନସିକ ରୋଗ ଥିବା ଗ୍ରାମବାସୀ କହୁଛନ୍ତି । ଯାହା ତାଙ୍କ ବ୍ୟବହାରରୁ ମଧ୍ୟ ସ୍ପଷ୍ଟ ପ୍ରତିଫଳିତ ହେଉଛି । କୁନି କୁନି ପିଲାଙ୍କ ଭବିଷ୍ୟତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପରେ ନିର୍ଭରଶୀଳ । କିନ୍ତୁ ଯେଉଁଠି ଶିକ୍ଷୟତ୍ରୀଙ୍କ ଆଚରଣ ଏମିତି ସେଠି ପିଲାଙ୍କ ଭବିଷ୍ୟତ କଣ ହେବ ତାହା ଚିନ୍ତାର କାରଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।