ଫେରିଗଲେ ଭାବି ରାଷ୍ଟ୍ରପତି Draupadi Murmu, ସେହି ସାଢେ ତିନି ଘଣ୍ଟା ମଧ୍ୟରେ କଣ ହେଲା ? ଜାଣନ୍ତୁ ପୁରା ତଥ୍ୟ

ଆସନ୍ତା ଜୁଲାଇ ୧୮ ତାରିଖରେ ଆମ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ଓ ଜୁଲାଇ ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ଏଥର ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅଣବିଜେପି ମେଣ୍ଟ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛି । ତେବେ ନିର୍ବାଚନ ହେବାକୁ ବାକି ଥିଲେ ମଧ୍ୟ ଗଣିତରୁ ଦ୍ରୌପଦୀରେ ବିପୁଳ ମାତ୍ରାରେ ବିଜୟୀ ହେବେ ଏହା ଏକପ୍ରକାର ନିଶ୍ଚିତ ହୋଇ ସାରିଲାଣି ।

ଜାତୀୟ କଂଗ୍ରେସ ଯଶବନ୍ତଙ୍କୁ ସମର୍ଥନ କରୁଥିବାରୁ ଓଡିଶା କଂଗ୍ରେସ ଅଡୁଆରେ ପଡିଯାଇଛି । ବିଜେଡି କିନ୍ତୁ ଓଡିଆ ଝିଅ ଦ୍ରୌପଦୀଙ୍କ ପ୍ରତି ସମର୍ଥନ ଜଣାଇଛି । ରାଷ୍ଟ୍ରପତି ପ୍ରାର୍ଥୀ ମନୋନୀତ ହେବା ପରେ ଦ୍ରୌପଦୀ ଦିଲ୍ଲୀରେ ଥିଲେ । ଆଉ ଆଜି ସେ ଓଡିଶା ଗସ୍ତରେ ଆସିଥିଲେ । ଦ୍ରୌପଦୀ ମୁର୍ମୁ ଦିନ ୧୧ଟା ସମୟରେ ସ୍ଵତନ୍ତ୍ର ଫ୍ଲାଇଟ ଯୋଗେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଥିଲେ ଓ ଦିନ ସାଢେ ୨ଟା ସମୟରେ ଫେରି ଯାଇଥିଲେ ।

ଏହି ସାଢେ ତିନି ଘଣ୍ଟା ମଧ୍ୟରେ ପରିଭ୍ରମଣ ପରେ ଭୁବନେଶ୍ବର ଏୟାରପୋର୍ଟରୁ ବିଦାୟ ନେଇଛନ୍ତି । ଦ୍ରୌପଦୀ ଉଭୟ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳର ସାଂସଦଙ୍କ ସହ ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ ଓ ତାଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । ତେବେ ଦ୍ରୌପଦୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଏକଦମ କଡା କରା ଯାଇଥିଲା । ଦ୍ରୌପଦୀଙ୍କୁ ସ୍ଵତନ୍ତ୍ର କାରକେଡରେ ଅଣା ଯାଇଥିଲା ଓ ତାଙ୍କ ପାଇଁ ଜେଡ ପ୍ଲସ ସିକ୍ଯୁରିଟିର ବ୍ୟବସ୍ଥା କରା ଯାଇଥିଲା ।

ସେହିପରି ବିମାନ ବନ୍ଦରରେ ମଧ୍ୟ ତାଙ୍କ ପାଇଁ କଡା ସୁରକ୍ଷା କରାଯାଇଛି । ଆଜି ଗୋଟିଏ ଦିନର ଗସ୍ତରେ ଆସିଥିଲେ ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଉଭୟ ବିଜେଡି ଓ ବିଜେପି ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କୁ ମଧ୍ୟ ଭେଟି ତାଙ୍କ ପାଇଁ ସମର୍ଥନ ଲୋଡିଛନ୍ତି । ବିଧାନସଭାରେ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଆଲୋଚନା ହେବା ସହ ସେ ସେଠାରୁ ସିଧାସଳଖ ନବୀନ ନିବାସ ମଧ୍ୟ ଯାଇଥିଲେ ।

ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଏକାଠି ଲଞ୍ଚ କରୁଥିବା ସମୟର ଏକ ଭିଜୁଆଲ ମଧ୍ୟ ସାମ୍ନାକୁ ଆସିଛି । ତେବେ ସମସ୍ତ କାର୍ଯ୍ୟ ଶେଷ କରିବା ପରେ ଦ୍ରୌପଦୀ ମୁତମୁ ପୁଣି ଥରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।