ମହଙ୍ଗା ପଡିଲା ଆତ୍ମ ବିବାହ, ନିଜକୁ ନିଜେ ବାହା ହୋଇଥିବା Kshama Bindu ଙ୍କୁ ନେଇ ବିବାଦ ତେଜିବା ପରେ ସେ ବାଧ୍ୟ ହୋଇ…

ଅଡୁଆ ବଢାଇଲା ଆତ୍ମ ବିବାହ । ଗୁଜୁରାଟ ଝିଅ କ୍ଷମା ବିନ୍ଦୁଙ୍କୁ ଆତ୍ମ ବିବାହ କରିବା ମହଙ୍ଗା ପଡିଛି । ଯାହାଫଳରେ ଚାକିରି ବି ଚାଲିଗଲା ଆଉ ଘର ମାଲିକ ବି ଘରୁ ତଡିଦେଲେ । କିଛିଦିନ ତଳେ ନିଜକୁ ନିଜେ ବିବାହ କରି ଚର୍ଚ୍ଚାକୁ ଆସିଥିଲେ ଗୁଜୁରାଟ ବଦୋଦରାର ଝିଅ କ୍ଷମା ବିନ୍ଦୁ । ଯାହାକି ତାଙ୍କ ପାଇଁ ଏବେ ଅଡୁଆ ବଢାଇ ଦେଇଛି । ଆତ୍ମ ବିବାହ କରିବା ପରେ ନିଜ ସହର ଛାଡିବାକୁ ଏବେ ସେ ବାଧ୍ୟ ହୋଇଛନ୍ତି ।

କେବଳ ସେତିକି ନୁହେଁ ବରଂ ଆତ୍ମ ବିବାହ କରିବା ବେଳେ ଏଭଳି ପରିସ୍ଥିତି ଉପୁଜିଛି ଯେ ଶେଷରେ ତାଙ୍କୁ ଚାକିରି ବି ଛାଡିବାକୁ ପଡିଛି । ଅନ୍ୟପଟେ କ୍ଷମା ବିନ୍ଦୁ ଆତ୍ମ ବିବାହ କରିବା ପରେ ସେ ରହୁଥିବା ଭଡାଘରର ମାଲିକ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ଏନେଇ କ୍ଷମା ବିନ୍ଦୁ କହିଛନ୍ତି କି ସାମାଜିକ ଚାପ ପଡିବାରୁ ଘର ମାଲିକ ତାଙ୍କୁ ଘର ଖାଲି କରିବାକୁ କହିଥିଲେ । ଯାହାପରେ କ୍ଷମା ବିନ୍ଦୁ ଘର ଖାଲି କରିବା ସହ ଚାକିରି ଛାଡି ବଦୋଦରା ସହର ଛାଡି ପଳାଇ ଯାଇଛନ୍ତି ।

କିନ୍ତୁ ବର୍ତ୍ତମାନ ସେ କେଉଁ ସହରରେ ରହୁଛନ୍ତି ତାହା ଜଣାଇବାକୁ ରାଜି ହୋଇ ନାହାନ୍ତି । କହିରଖୁଛୁ ଯେ ଗତ ଜୁନ୍ ୧୧ ତାରିଖରେ କ୍ଷମା ବିନ୍ଦୁ ନିଜକୁ ନିଜେ ବିବାହ କରିଥିଲେ । କିନ୍ତୁ ଏହା ହିନ୍ଦୁ ଧର୍ମର ପ୍ରାବଧାନ ନୁହେଁ ବୋଲି କହି କିଛି ଲୋକ ଏହାକୁ ବିରୋଧ କରିଥିଲେ ।

ହେଲେ କ୍ଷମା ବିନ୍ଦୁ କାହାରି କଥାକୁ ଖାତିର ନକରି ନିଜ ନିଷ୍ପତ୍ତି ମୁତାବକ ବିନା ବରରେ ସାତଫେରା ନେଇଥିଲେ ଓ ନିଜକୁ ନିଜେ ସିନ୍ଦୂର ପିନ୍ଧାଇ ବିବାହ କରିଥିଲେ । ବଦୋଦରାର ଏକ ମନ୍ଦିରରେ ସଂପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ କ୍ଷମା ବିନ୍ଦୁ । ଏହି ବାହାଘରରେ ବର କି ପଣ୍ଡିତ କେହି ନଥିଲେ ବି କ୍ଷମାଙ୍କ ପରିବାର ଲୋକ ଓ କିଛି ସାଙ୍ଗସାଥି ଉପସ୍ଥିତି ରହିଥିଲେ ।

ତେବେ ଦେଶରେ ଏଭଳି ଆତ୍ମ ବିବାହ କରିବାର ଏହା ପ୍ରଥମ ଘଟଣା । ଆତ୍ମ ବିବାହ କରି ସାରା ଦେଶରେ ଚର୍ଚ୍ଚାରେ ରହିଥିବା କ୍ଷମାଙ୍କ ପାଇଁ କିନ୍ତୁ ଏହା ମହଙ୍ଗା ପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।