ଦଶମ ପରୀକ୍ଷାରେ କେନ୍ଦ୍ରାପଡା ଜିଲ୍ଲାର ଟପ୍ପର ହୋଇ କେନ୍ଦ୍ରାପଡା ପାଇଁ ଗୌରବ ଆଣିଛନ୍ତି ଅଭାବୀ ପରିବାରର ମେଧାବୀ ଛାତ୍ରୀ ମୋନାଶ୍ରୀ ବିଶ୍ଵାଳ । କେନ୍ଦ୍ରାପଡା ଡେରାବିସ ସରକାରୀ ହାଇସ୍କୁଲରେ ପାଠ ପଢି ମୋନାଶ୍ରୀ ଆଜି ସାରା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଆଜିକାଲି ସରକାରୀ ବିଦ୍ୟାଳୟ ମାନଙ୍କରେ କେହି ପାଠ ପଢିବାକୁ ଇଚ୍ଛା କରୁ ନଥିଲେ ମଧ୍ୟ ମୋନାଶ୍ରୀ ଲକ୍ଷ୍ୟ ରଖିଥିଲେ ଯେ ପ୍ରମାଣିତ କରି ଦେଖାଇବେ କି ସରକାରୀ ବିଦ୍ୟାଳୟରେ ପାଠ ପଢି ମଧ୍ୟ ସମସ୍ତଙ୍କ ଠାରୁ ଅଧିକ ନମ୍ବର ରଖିବେ ବୋଲି ।

ଯାହା ସେ ନିଜ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ମାଧ୍ୟମରେ କରି ଦେଖାଇଛନ୍ତି । ମୋନାଶ୍ରୀଙ୍କ ବାପା ଜଣେ କୃଷକ ଓ ତାଙ୍କ ଘରର ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନୁହେଁ । ମୋନାଶ୍ରୀ ସବୁ ବିଷୟ ପାଇଁ ଟ୍ୟୁସନ ନେବାକୁ ସକ୍ଷମ ନଥିଲେ ତଥାପି ତାଙ୍କ ପିତାମାତା ପାରୁ ପର୍ଯ୍ୟନ୍ତ ତାଙ୍କୁ କେତୋଟି ବିଷୟରେ ଟ୍ୟୁସନ କରେଇଥିଲେ ଏବଂ ମୋନାଶ୍ରୀ ଦିନକୁ ୧୫ରୁ ୧୭ ଘଣ୍ଟା ପରିଶ୍ରମ ମଧ୍ୟ କରନ୍ତି । ଅନ୍ୟ ଛାତ୍ରଛାତ୍ରୀଙ୍କ ଭଳି ସମସ୍ତ ସୁବିଧା ଓ ଧନ ନଥିଲେ ମଧ୍ୟ ମୋନାଶ୍ରୀ କେବଳ ଅଧ୍ୟୟନ କରି ସଫଳତାର ଶୀର୍ଷରେ ପହଞ୍ଚିବାର ଲକ୍ଷ୍ୟ ରଖିଥିଲେ ।
ଆଉ ଆଜି ତାଙ୍କ ପରିଶ୍ରମ ହିଁ ତାଙ୍କୁ ସଫଳତା ଆଣି ଦେଇଛି । ସେ ନିଜ ସଫଳତା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ଓ ପିତାମାତାଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ମୋନାଶ୍ରୀ ଆଗକୁ ଆହୁରି ଭଲ ପାଠପଢି ପ୍ରଶାସନିକ ସେବାରେ ନିୟୋଜିତ ହେବାର ଲକ୍ଷ୍ୟ ରଖିଛନ୍ତି । ସେ କହିଛନ୍ତି ଯଦି ସେ ପ୍ରଶାସନିକ ସେବା ପାଇଁ ସୁଯୋଗ ପାଆନ୍ତି ତେବେ ସେ ଗାଁର ମାଟି, ପାଣି, ପବନରେ ବଢିଥିବାରୁ ପ୍ରଥମେ ନିଜ ଗାଁର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବେ ।

ତା’ପରେ ଧୀରେ ଧୀରେ ରାଜ୍ୟ, ଦେଶ ତଥା ସମଗ୍ର ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଚେଷ୍ଟା କରିବେ । ଝିଅର ସଫଳତାରେ ପିତାମାତା ଭାବବିହ୍ଵଳ ହୋଇ ଯାଇଛନ୍ତି । ତାଙ୍କ ଝିଅର ପରିଶ୍ରମ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ପ୍ରୋତ୍ସାହନ ଆଜି ତାଙ୍କୁ ଅଷ୍ଟମୀ ଚାନ୍ଦରୁ ପୂର୍ଣ୍ଣିମା ଚାନ୍ଦ କରିଛି ବୋଲି ମୋନାଶ୍ରୀଙ୍କ ମାଆ କହିଛନ୍ତି । ଘରର ପରିସ୍ଥିତି ବୁଝି ସେ କେବେ କୌଣସି ବିଷୟ ପାଇଁ ଅଳି କରନ୍ତି ନାହିଁ ।
ପାଠପଢି ଆଗକୁ ବଢିବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ତାଙ୍କ ପିତାମାତା କହିବା ବେଳେ ଖୁସିରେ କାନ୍ଦି ପକାଇଥିଲେ । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ଆହା ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।