ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଅଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟକୁ ହୁଲୁସ୍ତୁଲ କରି ରଖିଦେଇଛି । ରୁଚିକା ଆତ୍ମହତ୍ୟା ପୂର୍ବରୁ ସିନିୟରଙ୍କ ରାଗିଂ ତାଙ୍କ ଆତ୍ମହତ୍ୟାର କାରଣ ବୋଲି ଉଲ୍ଲେଖ କରି ଯାଇଛନ୍ତି । ତିନିଜ ସିନିୟରଙ୍କ ରାଗିଂ ସହି ନପାରି ସେ ଜୀବନ ହାରୁଛନ୍ତି ବୋଲି ଲେଖିଥିଲେ । ତାଙ୍କ ସୁଇସାଇଡ ନୋଟ ବାହାରକୁ ଆସିବା ପରେ ସାରା ରାଜ୍ୟରେ ଏହାକୁ ନେଇ ପ୍ରତିବାଦ କରାଯାଉଛି । ତେବେ ରୁଚିକା ସେହି ତିନିଜଣ ସିନିୟରଙ୍କ ନାମ ଉଲ୍ଲେଖ କରି ନଥିବା ବେଳେ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ ।

ରାଜ୍ୟର ଅନେକ କଲେଜରେ ସମୟ ସମୟରେ ଏହିଭଳି ରାଗିଂ ହେତୁ ଛାତ୍ର କିମ୍ବା ଛାତ୍ରୀ ପ୍ରାଣ ହରାଉଥିବା ଘଟଣା ସାମ୍ନାକୁ ଆସୁଛି । ଏନେଇ ଜୟଶ୍ରୀ ମହାପାତ୍ର ନିଜ ମତ ବ୍ୟକ୍ତ କରିଛନ୍ତି । ତେବେ ଗତ ତିନିଦିନ ଧରି ପୋଲିସ ୧୦୦ରୁ ଉର୍ଦ୍ଧ୍ଵ ଛାତ୍ରୀଙ୍କୁ ଜେରା କରି ସାରିଥିବା ବେଳେ ସେହି ତିନିଜଣ ଅଭିଯୁକ୍ତ ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ବୋଲି ସୁରାକ ପାଇଛି । ବର୍ତ୍ତମାନ ଯୁକ୍ତ ତିନିର ଫାଇନାଲ ସେମିଷ୍ଟାର ଆରମ୍ଭ ହେବାକୁ ରହିଛି ।
ଜୟଶ୍ରୀ ଏହାକୁ ନେଇ କହିଛନ୍ତି କି ଗୋଟେ ବାପାମା ସେମାନନକ ରାଗିଂ ଯୋଗୁଁ ନିଜ ଝିଅକୁ ହରାଇ ଦେଇଛନ୍ତି । ତେଣୁ ସେମାନେ ପରୀକ୍ଷା ଦେଇ ନ ପାରିଲେ କଣ ଭାସିଗଲା । ରୁଚିକାଙ୍କ ଆତ୍ମହତ୍ୟା ମାମଲାରେ ଯେଉଁମାନେ ଜଡିତ ଅଛନ୍ତି ସେମାନଙ୍କ ପରୀକ୍ଷା ଆରମ୍ଭ ହୋଇଥିଲେ ମଧ୍ୟ ସେମାନଙ୍କୁ ଦୟା ନ ଦେଖାଇ ରଷ୍ଟିକେଟ କରିଦେବା ଉଚିତ ।
ସେମାନେ ନିଜ ଅପରାଧର ଦଣ୍ଡ ଭୋଗିବା ଆବଶ୍ୟକ । ସେପରି ହେଲେ ଯାଇ ଆଗକୁ ଆଉ ରାଗିଂ ହେବନାହିଁ । ରୁଚିକା ଆତ୍ମହତ୍ୟା କରି ମୁର୍ଖାମି କଲେ ତଥାପି ସବୁ ପିଲାଙ୍କର ମନୋବୃତ୍ତି ବ ମାନସିକତା ସମାନ ନଥାଏ । ୱାର୍ଡେନ ମାନେ ଏ ବିଷୟରେ ସବୁ ଜାଣିଥିଲେ ମଧ୍ୟ ଓ ତାଙ୍କ ପାଖକୁ ବାରମ୍ବାର ଅଭିଯୋଗ ଯାଇଥିଲେ ମଧ୍ୟ ସେମାନେ ଏହାକୁ ସାମାନ୍ଯ କଥା ଭାବି ଏଡାଇ ଦେଇଛନ୍ତି । ଯାହାଫଳରେ ରୁଚିକାଙ୍କ ଜୀବନ ଚାଲିଯାଇଛି ।

ୱାର୍ଡେନ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ନା ନାହିଁ ଏହାର ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ରାଗିଂ ବିଟୋଧରେ ସ୍କୁଲ ଓ କଲେଜ ମାନଙ୍କରେ କଠୋର ଦଣ୍ଡ ବ୍ୟବସ୍ଥା ରହିବା ଉଚିତ । ତା’ହେଲେ ଯାଇ ଆଗକୁ ଏଭଳି ଛାତ୍ରଛାତ୍ରୀମାନେ ପ୍ରାଣ ହରାଇବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।