ସିନିୟରଙ୍କ ରାଗିଂ ଯୋଗୁଁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା କରିବା ଘଟଣା ସାମ୍ନାକୁ ଆସିବା ପରେ ଏବେ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି ହେଉଛି । ରାଗିଂ ରୋକିବା ପାଇଁ ଅନେକ କମିଟି ଓ ସେଲ ଆଦି ଗଠନ କରା ଯାଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ କଲେଜ ମାନଙ୍କରେ ରାଗିଂ ସମସ୍ଯା ଦେଖିବାକୁ ମିଳୁଛି । ରୁଚିକାଙ୍କୁ ନ୍ୟାୟ ମିଳୁ ବୋଲି ଅନେକ ଯୁବଗୋଷ୍ଠୀ ଓ ଚାତ୍ରଛାତ୍ରୀ ଆନ୍ଦୋଳନ ଜାରି ରଖିଥିବା ବେଳେ ରାଗିଂକୁ ନେଇ ନିର୍ଦ୍ଦିଷ୍ଟ ଆଇନ ପ୍ରସ୍ତୁତ କରାଯାଉ ବୋଲି ଅନେକ କ୍ଷେତ୍ରରେ ଦାବି କରାଯାଉଛି ।

ବିଶିଷ୍ଟ ଯୁବନେତା ତଥା ତଥା ସକ୍ରିୟ ସାମାଜିକ କର୍ମୀ ତେଜେଶ୍ଵର ପରିଡା ଏହି ମାମଲାରେ ନିଜ ମତ ବ୍ୟକ୍ତ କରିଛନ୍ତି । ଆମ ରାଜ୍ୟ ଓଡିଶା ରାଗିଂର ହଟସ୍ପଟ ପାଲଟି ଗଲାଣି ବୋଲି ସେ କହିଛନ୍ତି । ରାତି ସମୟରେ ହଷ୍ଟେଲ ମାନଙ୍କରେ ପିଲାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ପିଲାଙ୍କୁ ଉଲଗ୍ନ ହୋଇ ଠିଆ ହେବାକୁ, ମଶାରୀ ଧରି ଠିଆ ହେବାକୁ ଓ ବାହାରକୁ ଯାଇ ମଦ ସିଗାରେଟ କିଣି ଆଣିବାକୁ କୁହାଯାଉଛି ତ ଆଉ କେଉଁଠି ନିଜେ ସେସବୁକୁ ସେବନ କରିବା ପାଇଁ କୁହାଯାଉଛି ।
ଛାତ୍ରଛାତ୍ରୀ ମାନଙ୍କୁ ନାଚିବା ପାଇଁ, ଘର ସଫା କରିବା ପାଇଁ ଓ ଅଧିକାଂଶ ସମୟରେ ସିନିୟରମାନେ ତାଙ୍କର ନୋଟ ଲେଖିବା ପାଇଁ ଜୁନିୟର ମାନଙ୍କୁ କହୁଛନ୍ତି । ଏହିଭଳି ଭାବେ ଜୁନିୟର ଛାତ୍ରଛାତ୍ରୀମାନେ ରାଗିଂର ଶିକାର ହେଉଛନ୍ତି । ବିଭିନ୍ନ ପ୍ରକାରର ଚାପ ସୃଷ୍ଟି କରି ସେସବୁକୁ କୌତୁହଳ ଆକାରରେ ନିଆଯାଉଛି, ଯାହା ଛାତ୍ରଛାତ୍ରୀଙ୍କ ମାନସିକ ଚାପ ବୃଦ୍ଧି କରିଦେଉଛି । ଆଉ ଏସବୁ ଉଭୟ ପୁଅ ଓ ଝିଅ ଉଭୟ ରହୁଥିବା ହଷ୍ଟେଲ ମାନଙ୍କରେ ହେଉଛି ।
ଏହି ରାଗିଂ ଯୋଗୁଁ ଅନେକ ସ୍ଥାନରେ ଛାତ୍ରଛାତ୍ରୀମାନେ ଜୀବନ ହାରୁଥିବା ଦେଖିବାକୁ ମିଳୁଛି । ରାଗିଂର ପ୍ରମାଣ ଥାଇ ମଧ୍ୟ ଯେଉଁଠି ମଧ୍ୟ ରାଗିଂ ସକାଶେ କେହି ପ୍ରାଣ ହରାଉଛି ତାକୁ କେବଳ ଆତ୍ମହତ୍ୟାର ରୂପ ଦିଆଯାଉଛି । ତେଜେଶ୍ଵର ପରିଡା ଆହୁରି ମଧ୍ୟ କହିଛନ୍ତି ଯେ, ସବୁଠୁ ଦୁଃଖର ବିଷୟ ହେଉଛି ଆଜି ପର୍ଯ୍ୟନ୍ତ ଶିକ୍ଷାକ୍ଷେତ୍ରରେ ଯେଉଁମାନେ ମଧ୍ୟ ପରିଚାଳନା ଦାୟିତ୍ବରେ ଅଛନ୍ତି ହଷ୍ଟେଲ ୱାର୍ଡେନ ଓ ସୁପରିଟେଡେଣ୍ଟଙ୍କ ଠାରୁ ଆରମ୍ଭ କରି କଲେଜର ଡିନ୍ ଓ ପ୍ରିନ୍ସପାଲଙ୍କ ପର୍ଯ୍ୟନ୍ତ ଜଣେ ହେଲେ କାହାକୁ ଏଥିପାଇଁ ଉତ୍ତରଦାୟୀ କରା ଯାଇନାହିଁ ।

ଗତ କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳିନି କି କୌଣସି ଶିକ୍ଷା ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ଏଭଳି ଅନେକ ଛାତ୍ରଛାତ୍ରୀଙ୍କ ଉଦାହରଣ ସେ ଦେଇଛନ୍ତି । କିନ୍ତୁ କଟକ ଭୁବନେଶ୍ବର ଠାରୁ ବାହାରେ ଆଉ ସମସ୍ତଙ୍କ କଥାକୁ ଦବେଇ ଦିଆଯାଉଛି ।
ସେ ସମସ୍ତଙ୍କୁ ନ୍ୟାୟ ମିଳିଲେ ଯାଇ ତାଙ୍କ ଆତ୍ମାକୁ ସଦଗତି ମିଳିବ ଓ ତାଙ୍କ ପ୍ରତି ଏହା ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ଯୁବନେତା ତେଜେଶ୍ଵର ପରିଡା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।