ସାମ୍ନାକୁ ଆସିଲା ବଡ ସତ, ସିନିୟରମାନେ ରୁମ୍ କୁ ଡାକି ବଡି ମସାଜ୍ କରାଉଥିଲେ ଆଉ କପଡା ସଫା କରିବାକୁ ବି ବାଧ୍ୟ କରୁଥିଲେ…

ବିଜେବି କଲେଜ ରୁଚିକ ମହାନ୍ତିଙ୍କ ଅକାଳ ବିୟୋଗ ପରେ ମୁହଁ ଖୋଲିଛନ୍ତି ସ୍ପ୍ରିଣ୍ଟର ଦ୍ୟୁତି ଚାନ୍ଦ । ୨୦୦୬ ରୁ ୨୦୦୮ ଯାଏଁ ଦ୍ୟୁତି ଚାନ୍ଦ ଯେତେବେଳେ ସ୍ପୋର୍ଟ୍ସ ହଷ୍ଟେଲରେ ରହୁଥିଲେ ସେତେବେଳେ ସେ ମଧ୍ୟ ରାଗିଂର ଶିକାର ହୋଇଥିଲେ । ସିନିୟର ମାନେ ତାଙ୍କୁ ନାନା ନିର୍ଯ୍ୟାତନା ଦେଉଥିଲେ ମଧ୍ୟ ଦ୍ୟୁତି ଚାନ୍ଦ ସେଥିରେ ଭାଙ୍ଗି ପଡି ନଥିଲେ । ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସେ ପରିଶ୍ରମ କରୁଥିଲେ ।

ରୁଚିକା ମହାନ୍ତିଙ୍କ ମୃତ୍ୟୁକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଚାଲିଥିବା ବେଳେ ଦ୍ୟୁତି ନିଜ ଅଙ୍ଗେ ନିଭାଇଥିବା ରାଗିଂ କଥା ଶେୟାର କରିଛନ୍ତି । ଦ୍ୟୁତିଙ୍କ ସିନିୟରମାନେ ତାଙ୍କୁ ରୁମ୍ କୁ ଡାକି ବଡି ମସାଜ୍ କରିବା ପାଇଁ କହୁଥିଲେ । ଏମିତିକି ସେମାନଙ୍କ କପଡା ବି ସଫା କରିବା ପାଇଁ ଦ୍ୟୁତିଙ୍କୁ ବାଧ୍ୟ କରୁଥିଲେ । ସାମାଜିକ ଗଣମାଧ୍ୟମରେ ଏସବୁ ବିଷୟରେ ଲେଖି ପୋଷ୍ଟ କରିଛନ୍ତି ଓ ସ୍ପୋର୍ଟ୍ସ ହଷ୍ଟେଲରେ ତାଙ୍କ ସହ ହୋଇଥିବା ରାଗିଂ ବିଷୟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସେ ଅଙ୍ଗେ ନିଭାଇଥିବା ରାଗିଂକୁ ସାର୍ବଜନୀନ କରି କହିଛନ୍ତି ଯେ ତାଙ୍କ ସମୟରେ ସ୍ପୋର୍ଟ୍ସ ହଷ୍ଟେଲରେ ମଧ୍ୟ ରାଗିଂ ହେଉଥିଲା । ଦୀର୍ଘ ତିନି ବର୍ଷ ଧରି ସିନିୟରଙ୍କ ଦ୍ଵାରା ରାଗିଂର ଶିକାର ହୋଇଥିଲେ ଦ୍ୟୁତି ଚାନ୍ଦ । କିନ୍ତୁ ନିଜ ଲକ୍ଷ୍ୟ ପଥରୁ ଓହରି ନଥିଲେ କି ନିଜ ଜୀବନ ହାରିବା କଥା ଚିନ୍ତା କରି ନଥିଲେ ।

ଆଉ ଏହାସହ କାହାକୁ ବି ନିଜ ମନର କଥା କହିପାରି ନଥିଲେ ଦ୍ୟୁତି ଚାନ୍ଦ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ସିନିୟରଙ୍କ ରାଗିଂ ସହି ନପାରି ଜୀବନ ହାରିଥିବା ନିଜ ଶେଷ ଚିଠିରେ ଲେଖିଥିବା ବେଳେ ଦୌଡରାଣୀ ଦ୍ୟୁତି ଚାନ୍ଦ ସୋସିଆଲ ମିଡିଆରେ ଏଭଳି କିଛି ପ୍ରକାଶ କରି ଏବେ ଚର୍ଚ୍ଚାରେ ରହିଛନ୍ତି । ଯାହା ସମସ୍ତଙ୍କୁ ବ୍ୟଥିତ କରୁଛି । ଦ୍ୟୁତି ଚାନ୍ଦ ଏହା ପ୍ରମାଣ କରି ଦେଖାଇଛନ୍ତି ଯେ ଜଣେ ରାଗିଂର ଶିକାର ହୋଇ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚିପାରେ ।

କିନ୍ତୁ ଶାନ୍ତ ଓ ସରଳ ରୁଚିକାଙ୍କ ପାଇଁ ଏହି ରାଗିଂ ଅସହ୍ୟ ହେଲା, ଯାହାଫଳରେ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଇଗଲେ । ଏବେ ସମସ୍ତେ ଅପେକ୍ଷା କରି ରହିଛନ୍ତି ସେହି ତିନିଜଣ ଅତ୍ୟାଚାରୀ ସିନିୟରଙ୍କ ସାମ୍ନାକୁ ଆସିବାକୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।