ରଥ ଉପରୁ ପହଣ୍ଡି ହୋଇ ଯାଉଥିବା ବେଳେ ହଠାତ ଭାଙ୍ଗିଲା ରଥ, ତଳକୁ ଖସି ପଡିଲେ କାଳିଆ ସାଆନ୍ତ, ଦେଖନ୍ତୁ ଏହି viral video

ସେବାୟତଙ୍କ ସହ ରଥ ଉପରୁ ଖସିପଡିଲେ ମହାପ୍ରଭୁ । ପହଣ୍ଡି ହୋଇ ମାଉସୀ ଘରକୁ ଆସୁଥିବା ବେଳେ ସିଡି ଭାଙ୍ଗିଯିବାରୁ ତଳେ ପଡିଗଲେ କାଳିଆ ସାଆନ୍ତ । ରଥଯାତ୍ରା ସମୟରେ ଘଟିଛି ଏଭଳି ଏକ ବଡ ଅଘଟଣ, ଯାହା ଆଗରୁ କେବେବି ହୋଇ ନଥିଲା । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଏହି ଅଘଟଣ । ରଥଯାତ୍ରା ଚାଲିଥିଲା ଆଉ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ ହୋଇ ଭଲରେ ଭଲରେ ଆସି ମାଉସୀ ଘରେ ପହଞ୍ଚିଥିଲେ ।

କିନ୍ତୁ ଯେତେବେଳେ ସେବାୟତମାନେ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରି ସିଡିରେ ମାଉସୀ ଘରକୁ ଓହ୍ଲାଇ ନେଉଥିଲେ ସେତେବେଳେ ରଥର ସିଡି ଭାଙ୍ଗି ଯାଇଥିଲା । ଯାହାପରେ ତଳକୁ ଖସି ଯାଇଥିଲେ ମହାପ୍ରଭୁ, ଆଉ ତାଙ୍କୁ ଧରି ସେବାୟତମାନେ ମଧ୍ୟ ତଳେ ପଡି ଯାଇଥିଲେ । ଭିଡିଓରେ ଆପଣ ଭଲ କରି ଦେଖି ପାରୁଥିବେ କେମିତି ରଥର ସିଡି ଭାଙ୍ଗିଯିବା ଫଳରେ ମହାପ୍ରଭୁ ତଳକୁ ଖସି ପଡ଼ୁଛନ୍ତି । ଏଭଳି ଅଘଟଣ ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଜରାଶିଙ୍ଘା ଗାଁର ରଥଯାତ୍ରା ସମୟରେ ।

ତେବେ ଛୋଟିଆ ରଥରେ ଏତେ ଲୋକ କଣ ପାଇଁ ଚଢିଥିଲେ ଏହାକୁ ନେଇ ଏବେ ସମସ୍ତେ ପ୍ରଶ୍ନ ଉଠାଉଛନ୍ତି । କରୋନା କଟକଣା ହେତୁ ଦୀର୍ଘ ଦୁଇ ବର୍ଷର ଅବିରତ ଅପେକ୍ଷା ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ପବିତ୍ର ରଥଯାତ୍ରା ଉପଲକ୍ଷେ ଗାଁ ଗହଳିରେ ମହାପ୍ରଭୁଙ୍କ ରଥ ଗଡାଇଛନ୍ତି ଲୋକେ । ସଂକୀର୍ତ୍ତନ ହୁଳହୁଳି ଓ ମୃଦଙ୍ଗ ଶବ୍ଦରେ ପ୍ରତିଟି ଗାଁ ଓ ଗଳିକନ୍ଦି ପ୍ରକମ୍ପିତ ହୋଇଛି ।

କିନ୍ତୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଜରାଶିଙ୍ଘା ଗାଁରେ ହୋଇଥିବା ରଥଯାତ୍ରାରେ ଏଭଳି ଅଘଟଣ ସବୁ ଭକ୍ତଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି । ମଣିଷ କରିଥିବା ଏହି ତ୍ରୁଟି ପାଇଁ ମହାପ୍ରଭୁ ତଳେ ପଡିଯିବାରୁ ସେଠାରେ ଉପସ୍ଥିତ ସମସ୍ତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ମନକୁ ଏହା ଆଘାତ ଦେଇଛି । ଆଉ ଏହି ଘଟଣା ସମୟର ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି ।

ତେବେ ଦେଓଗାଁ ବ୍ଲକର ଗରଡା, ମୁରୁସିଙ୍ଗ, ଗୁରୁଆଝରରେ ତିନିଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଦେଓଗାଁ, ସାଲେପଲ୍ଲୀ, କନକପୁର, ଉପରଝର, ରାମଚନ୍ଦ୍ରପୁର ଓ ସିଙ୍ଘାମୁଣ୍ଡାରେ ମଧ୍ୟ ମହା ଆଡମ୍ବରରେ ରଥଟଣା ଶେଷ ହୋଇଛି । କିନ୍ତୁ ଜରାଶିଙ୍ଘା ଗାଁରେ ମହାପ୍ରଭୁ ତଳେ ପଡିଯିବା ଘଟଣା ଏବେ ସମସ୍ତଙ୍କ ମନକୁ ବିଚଳିତ କରିଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।