ସୁସନ୍ତାନ ଲାଭ କରିବା ପାଇଁ କେଉଁ ଦିନ ସହବାସ କରିବା ଉଚିତ ? ଦେଖନ୍ତୁ କେଉଁ ଦିନ ମାନଙ୍କରେ ସହବାସ ବର୍ଜନ କରିବା ଉଚିତ ଓ କାହିଁକି ?

ସୁସନ୍ତାନ ବା ଦୀର୍ଘାୟୁ, ସ୍ଵାସ୍ଥ୍ୟାବାନ ଓ ଗୁଣବାନ ସନ୍ତାନ ଲାଭ କରିବା ପାଇଁ ସମସ୍ତେ ଇଚ୍ଛା ରଖିଥାନ୍ତି । ତେଣେ ଏଥିପାଇଁ ଶାସ୍ତ୍ରରେ ଅନେକ ଉପାୟମାନ ଉଲ୍ଲେଖ ରହିଛି । କେଉଁ ଦିନ କେଉଁ ତିଥି ଓ କେଉଁ ସହବାସ କରିବା ଦ୍ଵାରା ସୁସନ୍ତାନ ପ୍ରାପ୍ତି ହୋଇଥାଏ ତାହା ଶାସ୍ତ୍ରରେ ଜଣାଇ ଦିଆଯାଇଛି । ସେସବୁ ପାଳନ କରିବା ଦ୍ଵାରା ସେହି ସନ୍ତାନ ଦୀର୍ଘାୟୁ ହେବା ସହ ଗୁଣବାନ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସୁସନ୍ତାନ ଲାଭ କରିବା ପାଇଁ କେବେ ସହବାସ କରିବା ଉଚିତ ।

ଯଦି ଆପଣ ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ ମନେରଖନ୍ତୁ କେବେ ହେଲେ ଦିନ ସମୟରେ ସହବାସ କରନ୍ତୁ ନାହିଁ । କାରଣ ସୂର୍ଯ୍ୟ ଥିବା ସମୟରେ ଆପଣ ଯଦି ସନ୍ତାନ ଇଚ୍ଛା ରଖି ସହବାସ କରିବେ ତେବେ ସେହି ସନ୍ତାନ ବିକଳାଙ୍ଗ ହୋଇ ଜନ୍ମ ହୋଇଥାଏ । ତେଣୁ ସନ୍ତାନ କାମନା କରି ଦିନ ସମୟରେ କେବେବି ସହବାସ କରନ୍ତୁ ନାହିଁ ।

ଶାସ୍ତ୍ର ନିୟମ ଅନୁଯାୟୀ ରାତି ୧୧ଟା ଠାରୁ ସକାଳ ୪ଟା ସମୟ ମଧ୍ୟରେ ସହବାସ କରିବା ଉଚିତ । ସ୍ତ୍ରୀ ସହବାସ କରିବାର ଏହା ହିଁ ସବୁଠାରୁ ଉତ୍କୃଷ୍ଟ ସମୟ ବୋଲି ଶାସ୍ତ୍ରରେ କୁହାଯାଇଛି । ସେହିପରି ଅମାବାସ୍ୟା, ଷଷ୍ଠୀ, ଅଷ୍ଟମୀ, ଚତୁର୍ଥୀ, ନବମୀ ଏବଂ ଚତୁର୍ଦ୍ଦଶୀ ତିଥିରେ ସହବାସ କରିବା ଶାସ୍ତ୍ର ବିରୋଧୀ ଅଟେ ।

ଏହି ଦିନ ବା ତିଥି ମାନଙ୍କରେ ଆପଣ ସହବାସ କରୁଛନ୍ତି ତେବେ ଆପଣଙ୍କ ଲୋକରୁ ଜନ୍ମ ହୋଇଥିବା ସନ୍ତାନ କୁସନ୍ତାନ ହୋଇ ଜନ୍ମ ନେବାର ସମ୍ଭାବନା ଅଧିକ ରହିଥାଏ । ସେହିପରି ରବିବାର, ମଙ୍ଗଳବାର ଓ ଶନିବାର ଆଦି ମାନଙ୍କରେ ମଧ୍ୟ ସନ୍ତାନ ଇଚ୍ଛା କରି କେବେ ହେଲେ ସ୍ତ୍ରୀ ସହବାସ କରନ୍ତୁ ନାହିଁ ।

ଯେଉଁ ଦିନ ଆପଣଙ୍କ ପିତାମାତାଙ୍କ ଶ୍ରାଦ୍ଧ ଥିବ ସେବେ ମଧ୍ୟ ସହବାସ ବର୍ଜନ କରିବା ଉଚିତ । ଏହାସହ ଗ୍ରହଣ ଏବଂ ପରାଗରେ ମଧ୍ୟ ସନ୍ତାନ କାମନା କରି ସହବାସ କରନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆପଣଙ୍କ ଔରସରୁ ଜନ୍ମିତ ସନ୍ତାନ ଅଳ୍ପାୟୁ ଏବଂ ଗୁଣହୀନ ହୋଇ ଜନ୍ମ ନେବ । ନିଜ ଜନ୍ମ ନକ୍ଷତ୍ର ଠାରୁ ସପ୍ତମ ନକ୍ଷତ୍ର ଚାଲୁଥିବା ସମୟରେ ମଧ୍ୟ ସହବାସ ନିଷେଧ ଅଟେ ।

ନିଜ ରାଶି ଠାରୁ ଅଷ୍ଟମ ଚନ୍ଦ୍ର ଚାଲିଥିବା ଦିନ ମଧ୍ୟ ସ୍ତ୍ରୀ ସହବାସ ନିଷେଧ ଅଟେ । ତେବେ ଉତ୍ତମ ସନ୍ତାନ ତଥା ଗୁଣବାନ, ଦୀର୍ଘାୟୁ, ପରୋପକାରୀ ଓ ଭାଗ୍ୟଶାଳୀ ସନ୍ତାନ ପାଇଁ ଆପଣ କେଉଁ ନକ୍ଷତ୍ରରେ ସହବାସ କରିବା ଉଚିତ ତାହା ଜାଣିବା ନିହାତି ଆବଶ୍ୟକ ।

ମନେରଖନ୍ତୁ ଶ୍ରବଣା, ହସ୍ତା, ଅନୁରାଧା, ସ୍ଵାତୀ, ଶତଭିସା, ଧନିଷ୍ଠା, ଉତ୍ତରା ଫାଲଗୁନି, ଉତ୍ତରା ସାଡା, ଉତ୍ତରା ଭାଦ୍ରବତା, ମୂଳା ଓ ରୋହିଣୀ ଆଦି ନକ୍ଷତ୍ର ଗୋଚରରେ ଚାଲୁଥିବା ସମୟରେ ଆପଣ ଯଦି ସନ୍ତାନ କାମନା କରି ସହବାସ କରିବେ ଆପଣଙ୍କ ଔରସରୁ ଜନ୍ମିତ ସନ୍ତାନ ଭାଗ୍ୟଶାଳୀ, ଦୀର୍ଘାୟୁ, ଧର୍ମବନ୍ତ, ପରୋପକାରୀ ଏବଂ ଜଗତ କଲ୍ୟାଣକାରୀ ହୋଇ ଜନ୍ମ ହେବ ।

ସୁସନ୍ତାନ ଲାଭ କରିବା ପାଇଁ ଏହିସବୁ ନକ୍ଷତ୍ରରେ ସହବାସ କରିବା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଟେ । ଯାହା ଶାସ୍ତ୍ରରେ ଗୋଟି ଗୋଟି କରି ଉଲ୍ଲେଖ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।