ତୁଳା ରାଶି (Libra) July 2022 ମାସିକ ରାଶିଫଳ, ମାସଟି ଆପଣଙ୍କ ପାଇଁ କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି କୌଣସି ବ୍ୟକ୍ତିଙ୍କ ସ୍ଵଭାବ, ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣିହୁଏ । ସେଥିପାଇଁ ଲୋକମାନେ ଜୀବନର ପ୍ରତିଟି ପଦକ୍ଷେପରେ ଜ୍ଯୋତିଷ ଶାସ୍ତ୍ର ଉପରେ ନିର୍ଭର କରିଥାନ୍ତି । ଗ୍ରହଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ଆମ ଜୀବନରେ ମଧ୍ୟ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ସ୍ଥିତିକୁ ଆଧାର କରି ଆସନ୍ତୁ ଜାଣିବା ତୁଳା ରାଶି ପାଇଁ ୨୦୨୨ ଜୁଲାଇ ମାସଟି କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିପାରିବେ ।

ତୁଳା ରାଶିର ଶୁଭ ରଙ୍ଗ ହେଉଛି ଧଳା ବ ସିଲଭର । ବିଶେଷ କାର୍ଯ୍ୟରେ ଏହି ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ଵାରା କିମ୍ବା ବସ୍ତୁର ପ୍ରୟୋଗ ଦ୍ଵାରା ଶୁଭଫଳ ପ୍ରାପ୍ତ ହୋଇଥାଏ । ରାଶିର ଶୁଭବାର ଏବଂ ବ୍ରତ ଉପବାସ ବାର ହେଉଛି ଶୁକ୍ରବାର । ଶୁଭଦେବତା ଭଗବାନ କୁବେର ଏବଂ ଶୁଭଦେବୀ ମା ସନ୍ତୋଷୀ ଓ କମଳା । ଶୁଭସଂଖ୍ୟା ହେଉଛି ୬ ଏବଂ ପ୍ରତ୍ଯେକ ମାସର ୬, ୧୫ ଓ ୨୪ ତାରିଖ ଆପଣଙ୍କ ପାଇଁ ଶୁଭ ।

କାର୍ଯ୍ୟକ୍ଷେତ୍ର ଓ କ୍ଯାରିୟର ଦୃଷ୍ଟିରୁ ଜୁଲାଇ ମାସଟି ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବେଶ ଉତ୍ତମ ଅନୁକୂଳ ରହିଛି । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ଆପଣ ଅଧିକ ଦାୟିତ୍ଵ ପାଇବେ । ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଅଫିସ ରାଜନୀତିରେ ବିଶେଷ ସତର୍କ ରହିବାକୁ ହେବ ।

ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ । ବ୍ୟବସାୟ କରୁଥିବା ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ହେବ କିନ୍ତୁ ଆପଣ ସବୁଥିରେ ସଫଳତା ପ୍ରାପ୍ତି କରିବେ । ବ୍ୟବସାୟରେ ବୃଦ୍ଧି ହେବ କିନ୍ତୁ ବ୍ୟବସାୟ ପ୍ରତିଯୋଗୀତା ଆପଣଙ୍କୁ ଚିନ୍ତିତ କରିପାରେ । ଯେକୌଣସି କାର୍ଯ୍ୟ କରୁଛନ୍ତି ବୁଝିବିଚାରୀ ବିବେକର ସହ କରନ୍ତୁ । କାହା ଠାରୁ ଧାର ଆଣନ୍ତୁ ନାହିଁ କି ଧାରରେ ଟଙ୍କା ଦିଅନ୍ତୁ ନାହିଁ । ଆପଣଙ୍କୁ ଭାଗ୍ଯର ପୂର୍ଣ୍ଣ ସମର୍ଥନ ମିଳିବ କିନ୍ତୁ ଜିଦଖୋର ସ୍ଵଭାବ ଯୋଗୁଁ ଆପଣ କ୍ଷତିରେ ପଡ଼ିପାରନ୍ତି ।

ବିନିଯୋଗ ପାଇଁ ଏହି ସମୟ ଭଲ ଅଟେ । ତଥାପି ଆପଣ ବୁଝି ବିଚାରୀ ନିଷ୍ପତ୍ତି ନିଅନ୍ତୁ । ଅଧିକ ଅର୍ଥ ଖର୍ଚ୍ଚ ହେବାର ଯୋଗ ରହିଛି କିନ୍ତୁ କୌଣସି ନୂତନ ବାଟ ଦେଇ ତାହା ଫେରିଆସିବ ମଧ୍ୟ । ପ୍ରେମୀଙ୍କ ସହ ଭୁଲ ବୁଝାମଣାର ସ୍ଥିତି ଉପୁଜିପାରେ ତେଣୁ ମନକୁ ଯଥାସମ୍ଭବ ଶାନ୍ତ ରଖିବାକୁ ଚେଷ୍ଟା ରଖନ୍ତୁ ।

ବିବାହିତ ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ତିକ୍ତତା ସୃଷ୍ଟି ହୋଇପାରେ ସେଥିପାଇଁ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ପରିବାର ଲୋକଙ୍କ ସହ ଯଦି କୌଣସି କଥାରେ ସହମତ ହେଉ ନାହାନ୍ତି ତେବେ କ୍ରୋଧ କରିବା ପରିବର୍ତ୍ତେ ପ୍ରେମର ସହ ନିଜ କଥାକୁ ବୁଝେଇବାକୁ ଚେଷ୍ଟା କରନ୍ତୁ । ଆପଣ ଚୁପ୍ ରହିବା ଦ୍ଵାରା ଅନେକ ବିବାଦକୁ ଏଡାଇ ଦେଇପାରିବେ । ଜମି ଓ ନିର୍ମାଣ ଭଳି ବିବାଦରୁ ଆପଣଙ୍କୁ ମୁକ୍ତି ମିଳିବ । ଖାଦ୍ୟପେୟ ଓ ସୁସ୍ଥ ଜୀବନଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ ।

ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଞ୍ଜା ପ୍ରତିଦିନ ପାଣିରେ କଞ୍ଚା କ୍ଷୀର ମିଶାଇ ସ୍ନାନ କାରଣରୁ ଓ ଇଷ୍ଟଦେବତାଙ୍କୁ ପୂଜା କରନ୍ତୁ । ବିଶେଷ କରି ଶୁକ୍ରବାର ଦିନ ଛୋଟ ଝିଅମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ ଓ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।