ଇଣ୍ଟରଆକ୍ସନ କ୍ଳାସ ନାଁରେ କିଛି ପିଲା ରାଗିଂ କରୁଛନ୍ତି, BJB କଲେଜରେ ହେଉଥିବା ରାଗିଂକୁ ନେଇ ପୁରା ତଥ୍ୟ ସାମ୍ନାକୁ ଆଣିଲେ କିଛି ପୁରାତନ ଛାତ୍ର, କଣ କହିଲେ ଦେଖନ୍ତୁ Video

ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତୟଆ ଘଟଣା ବର୍ତ୍ତମାନ ସବୁ ଗଣମାଧ୍ୟମର ଶିରୋନାମା ଖବର ପାଲଟିଛି । ରାଜଧାନୀରେ ଏହାକୁ ନେଇ ସ୍ଥାନେ ସ୍ଥାନେ ଆନ୍ଦୋଳନ ମଧ୍ୟ କରାଯାଉଛି । ରାଗିଂକୁ ବ୍ୟାନ କରା ଯାଇଥିଲେ ସୁଦ୍ଧା ରାଜ୍ୟର ଅଗ୍ରଣୀ ସରକାରୀ କଲେଜରେ ରାଗିଂ ହେବା ଓ ଏଥିପାଇଁ ଛାତ୍ରୀ ଆତ୍ମହତୟଆ କରିବା ସବୁଠୁ ନିନ୍ଦନୀୟ ବିଷୟ । ଏନେଇ ବିଜେବି କଲେଜର କିଛି ପୁରାତନ ଛାତ୍ର କଲେଜରେ ରାଗିଂକୁ ନେଇ ମୁହଁ ଖୋଲିଛନ୍ତି ।

ସେ କହିଛନ୍ତି କି କଲେଜରେ ଅନେକ ସମୟରେ ରାଗିଂ ଚାଲେ ଆଉ ବର୍ତ୍ତମାନ ସମୟରେ ଏହା ବଢି ବଢି ଚାଲିଥିବାର ଦେଖିବାକୁ ମିଳୁଛି । ସବୁଠୁ ଅଧିକ ରାଗିଂ କଲେଜ ହଷ୍ଟେଲରେ ଦେଖିବାକୁ ମିଳୁଛି । କାରଣ ହଷ୍ଟେଲରେ ସିନିୟର ଜୁନିୟରଙ୍କ ମଧ୍ୟ ଅନେକ କଥାରୁ ମତଭେଦ ହୋଇ କାହା ସୃଷ୍ଟି ହେଉଛି । ନୂଆ ପିଲାମାନେ କଲେଜକୁ ଆସିଲେ ଇଣ୍ଟରଆକ୍ସନ ନାଁରେ ତାଙ୍କୁ ଇଆଡୁ ସିଆଡୁ କାମ କରିବାକୁ କୁହା ଯାଇଥାଏ, ଯାହା ସେମାନେ କରିପାରନ୍ତି ନାହିଁ ।

କଲେଜକୁ ନୂଆ ଆସୁଥିବା ପିଲାମାନଙ୍କ ମନରେ ପୂର୍ବରୁ ବହୁତ କିଛି ଚାଲିଥାଏ, କିନ୍ତୁ ଏହା ଉପରେ ସିନିୟରଙ୍କ ଏଭଳି କାର୍ଯ୍ୟ ତାଙ୍କୁ ମାନସିକ ଭାବେ ଆଘାତ ଦେଇଥାଏ । ଯାହା ପିଲାମାନେ ଘରେ କହିପାରନ୍ତି ନାହିଁ । ଆଉ କହିଲେ ବି ଘରଲୋକ କଥାକୁ ହାଲୁକାରେ ନିଅନ୍ତି ଓ ନୂଆ ନୂଆ କଲେଜରେ ସେମିତି ହୁଏ ଟିକେ ଆଡଜଷ୍ଟ କାଇଦେ ବୋଲି କହି ଦିଅନ୍ତି ।

ଏନେଇ ୱାର୍ଡେନଙ୍କୁ ଅଭିଯୋଗ କଲେ ସେ ପୁରୁଣା ପିଲାଙ୍କ ସହ ଭଲ ଭାବେ ମିଶି ସାରିଥାନ୍ତି ତେଣୁ ତାଙ୍କୁ କିଛି କହି ନଥାନ୍ତି । ଯଦି ୱାର୍ଡେନ ମାନେ ଆଗରୁ କିଛି ଆକ୍ସନ ନେଇଥାନ୍ତେ ତେବେ ଆଜି ନିଶ୍ଚିତ ଭାବେ ଝିଅଟି ବଞ୍ଚିଥାନ୍ତା ବୋଲି ଛାତ୍ରଜଣକ କହିଛନ୍ତି । ସେ କିଛି ପଦକ୍ଷେପ ନନେବାରୁ ହିଁ ଆଜି ଏଭଳି ଦୁଃଖଦ ଦିନ ଦେଖିବାକୁ ପଡୁଛି । ବିଜେବି କଲେଜ ରାଜ୍ୟର ଏକ ନମ୍ବର କଲେଜ ଓ ମେଧାବୀ ଛାତ୍ରଛାତ୍ରୀ ଏଠାକୁ ଆସନ୍ତି ।

ତଥାପି ସେମାନଙ୍କ ମନରେ କିପରି ରାଗିଂ ଭଳି ମାନସିକତା ଆସୁଛି । ଏସବୁକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବା ଦରକାର । ତେଣୁ ରାଗିଂ କରିଥିବା ପିଲାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।