“ବାପା ମା’ଙ୍କୁ ଆଖିରେ ରଖ, ଏତେ ବଡ ବଡ ଡ୍ରିମ ରଖୁଛ ଆଉ ଦେଖିଲା ବେଳକୁ…” Ruchika ଙ୍କ ଆତ୍ମହତ୍ୟାକୁ ନେଇ ଏମିତି କହିଲେ ରମାଦେବୀ କଲେଜର ଜଣେ ଛାତ୍ରୀ, ଦେଖନ୍ତୁ Video

କଖଡି ବାସିନ୍ଦା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ସାରା ଓଡିଶା ସରଗରମ ରହିଛି । ଏହି ମାମଲାରେ ସମସ୍ତେ କଲେଜ କତ୍ତୃପକ୍ଷଙ୍କୁ ଦାୟୀ କରୁଛନ୍ତି । ରାଗିଂ ରୋକିବା ପାଇଁ ଅନେକ ଆଣ୍ଟିରାଗିଂ ସେଲ ଓ ଅନ୍ଯାନ୍ଯ ବ୍ୟବସ୍ଥାମାନ ହୋଇଥିଲେ ମଧ୍ୟ ଏବେବି ଅନେକ କଲେଜରେ ଛାତ୍ର-ଛାତ୍ରୀମାନେ ରାଗିଂର ଶିକାର ହେଉଛନ୍ତି । ଯାହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ରୁଚିକା । ସେ ଅତ୍ୟନ୍ତ ମେଧାବୀ ଛାତ୍ରୀ ଥିଲେ ଓ ୟୁପିଏସସି ଦେବାର ସ୍ଵପ୍ନ ଦେଖୁଥିଲେ ।

କିନ୍ତୁ କଲେଜ ସିନିୟରଙ୍କ ରାଗିଂ ଆଜି ତାଙ୍କୁ ଜୀବନ ହରିବାକୁ ବାଧ୍ୟ କରିଛି । ଯାହା ସେ ନିଜ ସୁଇସାଇଡ ନୋଟରେ ସ୍ପଷ୍ଟ ଭାବେ ଲେଖିଛନ୍ତି । ଏହାକୁ ନେଇ ଏବେ ଚାରିଆଡେ ଆନ୍ଦୋଳନ ମଧ୍ୟ ଦେଖାଯାଉଛି । ତେବେ ଏନେଇ ରମାଦେବୀ କଲେଜର ଜଣେ ଛାତ୍ରୀ ନିଜ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି କି ଏଭଳି ଚରମ ପଦକ୍ଷେପ ପୂର୍ବରୁ ବାପାମା’ଙ୍କୁ ଆଖିରେ ରଖ । ୟୁପିଏସସି ଭଳି ବଡ ବଡ ସ୍ଵପ୍ନ ଯଦି ଦେଖୁଛ ତେବେ ହୃଦୟକୁ ଏତେ ନରମ କାହିଁକି ରଖୁଛ ।

ଆମକୁ କେହି କିଛି କହିଦେବ ଆଉ ଆମେ ସୁଇସାଇଡ କରିଦେବା ଏଇଆ ଜୀବନ ନୁହେଁ । ରୁଚିକା ନିଜ ସୁଇସାଇଡ ନୋଟରେ ତିନିଜଣ ସିନିୟରଙ୍କ ପାଇଁ ଜୀବନ ହାରୁଛି ବୋଲି ଲେଖିଛନ୍ତି । କିନ୍ତୁ ସେ ଯଦି ସେହି ତିନିଜଣଙ୍କ ନାମ ଲେଖିଥାନ୍ତେ ତେବେ ମରିବା ପୂର୍ବରୁ ହୁଏତ କିଛି ସାହସିକତାର କାମ କରିଥାନ୍ତେ ବୋଲି କହିଛନ୍ତି ଛାତ୍ରୀଜଣକ । ଆମ ଜୀବନରେ ଆମେ ବହୁତ ସ୍ଵପ୍ନ ଦେଖୁଛୁ କିନ୍ତୁ ବଞ୍ଚିବାକୁ ହେଲେ ଏତେ ବି କୋମଳ ହୃଦୟ ରଖିବା ଉଚିତ ନୁହେଁ ।

ଆତ୍ମହତୟଆ ସବୁଠାରୁ ଏକ ଖରାପ ଜିନିଷ ବୋଲି ଛାତ୍ରୀ କହିଛନ୍ତି । ଖାସ କରି ଆଜିକାଲି ଦୁନିଆରେ ବିଲକୁଲ ମଧ୍ୟ ସରଳ ହେବା ଉଚିତ ନୁହେଁ । ଯିଏ ଦୟା ଓ ସମ୍ମାନ ପାଇବାର ପାତ୍ର ତାଙ୍କୁ ହିଁ ଦୟା ଓ ସମ୍ମାନ ଦେଖାଅ । ଯଦି ଜଣେ ସିନିୟର ଜୁନିୟରଙ୍କ ସହ ଭଲ କରୁନି ତେବେ ସେ ମଧ୍ୟ ଜୁନିୟର ଠାରୁ ସେଇଆ ଆଶା କରିବା କଥା ନୁହେଁ । ପାଠପଢା ପ୍ରେସର, ଘରର ଚିନ୍ତା ଓ ସାଙ୍ଗସାଥିଙ୍କ ସହ ଛୋଟମୋଟ ମନୋମାଳିନ୍ୟ ସମସ୍ତଙ୍କ ଜୀବନରେ ଅନେକ ଚିନ୍ତା ରହିଥାଏ ।

ତା’ ଉପରେ ସିନିୟରଙ୍କ ଟର୍ଚର ଯୋଗୁଁ ରୁଚିକା ସେତେ ମାନସିକ ପ୍ରେସରରେ ଥିବ ତଥାପି ସୁଇସାଇଡ କରିବା ଏହାର ସମାଧାନ ନୁହେଁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ତାଙ୍କ ସହ ତ କେବେ ରାଗିଂ ହୋଇନି କିନ୍ତୁ ରାଗିଂ ହେଲେ ସେ ବି ଛାଡିବା ପିଲା ନୁହନ୍ତି । ଛାତ୍ରୀଙ୍କ ଏଭଳି ମନ୍ତବ୍ୟ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।