କଥାରେ ଅଛି ଉପରବାଲା ଯେବେ ବି ଦିଏ ଛପର ଫାଡିକି ଦିଏ । ଆଉ କେବେ କେବେ ଏତେ ଦେଇ ଦିଏ କି ମଣିଷ ସମ୍ଭାଳି ପାରେନାହିଁ । ଠିକ ଏମିତି କିଛି ଘଟିଛି ଉତ୍ତରପ୍ରଦେଶ ଆଗ୍ରାର ବାସିନ୍ଦା ମନୋଜ କୁମାରଙ୍କ ସହ । ମନୋଜ କୁମାରଙ୍କ ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନୁହେଁ । ସେ ଅଟୋ ଚଳାଇ କଷ୍ଟେମଷ୍ଟେ ନିଜ ସ୍ତ୍ରୀ ଓ ତିନି ଝିଅଙ୍କୁ ପୋଷନ୍ତି । କିନ୍ତୁ ତିନି ତିନୋଟି ଝିଅ ଥିବା ସତ୍ତ୍ୱେ ଗୋଟିଏ ପୁଅ ଜନ୍ମ କରିବା ଆଶା ତାଙ୍କ ପାଇଁ ଭାରି ପଡିଛି ।

ମନୋଜଙ୍କ ପତ୍ନୀ ଖୁସବୁ ପୁଣି ଥରେ ଗର୍ଭବତୀ ହେଲେ ଓ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଯେଉଁଠି ସେ ଏକସାଙ୍ଗେ ଚାରୋଟି ସନ୍ତାନଙ୍କୁ ଜନ୍ମ ଦେଲେ । ପୂର୍ବରୁ ତିନି ଝିଅ ଘରେ ଥିବା ବେଳେ ଆହୁରି ତିନୋଟି ଝିଅ ଏବଂ ଗୋଟିଏ ପୁଅ ତାଙ୍କ ଘରେ ଜନ୍ମ ହେଲେ । ଯାହାଫଳରେ ଏବେ ମନୋଜ ଓ ତାଙ୍କ ପତ୍ନୀଙ୍କ ବ୍ଯତୀତ ଏବେ ତାଙ୍କ ଘରେ ସାତୋଟି ସନ୍ତାନ । ଯେଉଁଥି ପାଇଁ ମନୋଜ ଏବେ ଛାତି ପିଟୁଛନ୍ତି ।
କାରଣ ଅଟୋ ଚଳାଇ ବହୁତ କଷ୍ଟରେ ତିନି ଝିଅ ଓ ପତ୍ନୀଙ୍କୁ ପୋଷୁଥିବା ବେଳେ ଏବେ ଚାରିଜଣ ଅଧିକ ଲୋକଙ୍କୁ କେମିତି ଲାଳନପାଳନ କରିବେ ତାଙ୍କ ମୁଣ୍ଡ କରୁନାହିଁ । ଏକସାଥିରେ ଏତେ ପିଲାଙ୍କୁ ପୋଷିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ କହି ଏବେ ସାହାଯ୍ୟ ମାଗୁଛନ୍ତି । ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ନଚେତ ସରକାର ତାଙ୍କୁ କିଛି ସାହାଯ୍ୟ କରନ୍ତୁ ବୋଲି ସେ ଗୁହାରି କରୁଛନ୍ତି ।
ମନୋଜଙ୍କ ପତ୍ନୀ ପୁତ୍ର ଜନ୍ମ କରିବେ ଏହି ଆଶା ନେଇ ଯେତେବେଳେ ସେ ଗର୍ଭବତୀ ହେଲେ ତାଙ୍କ ଗର୍ଭରେ ଦୁଇଟି ପିଲା ଅଛନ୍ତି ବୋଲି ଡାକ୍ତର ତାଙ୍କୁ କହିଥିଲେ । କିନ୍ତୁ ପ୍ରସାବ ବେଦନା ପରେ ତାଙ୍କୁ ଯେତେବେଳେ ସେ ସନ୍ତାନ ପ୍ରସବ କଲେ ସେତେବେଳେ ଜଣାପଡିଲା ଯେ ଖୁସବୁଙ୍କ ଗର୍ଭରେ ଚାରୋଟି ସନ୍ତାନ ଅଛନ୍ତି । ଯାହାପରେ ଉଭୟ ମନୋଜ ଓ ତାଙ୍କ ପତ୍ନୀ ଖୁସବୁଙ୍କ ମୁଣ୍ଡରେ ଚଡକ ପଡିଛି ।

ସେମାନଙ୍କୁ ପୋଷିବା ତ ଦୂରର କଥା ବର୍ତ୍ତମାନ ସେମାନଙ୍କ ଚିକିତ୍ସା ପାଇଁ ଦୈନିକ ଖର୍ଚ୍ଚ ଦେବାକୁ ବି ମନୋଜ ଅସମର୍ଥ ଅଟନ୍ତି । ତେଣୁ ସାହାଯ୍ୟ ପାଇଁ ସମସ୍ତଙ୍କୁ ଗୁହାରି କରୁଛନ୍ତି । ତେବେ ଡାକ୍ତର ମନୋଜଙ୍କୁ ସାହାଯ୍ୟ କରୁଥିବା କହୁଥିବା ବେଳେ ମନୋଜ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।