ଏମିତି ଜିଲ୍ଲାପାଳ କେବେ ବି ଦେଖି ନଥିବେ, ଜିଲ୍ଲାପାଳ କଲେ କିଛି ଏପରି କାମ, ଏବେ ସବୁଆଡେ ହେଉଛି ପ୍ରଶଂସା, ଦେଖନ୍ତୁ Video

ଆମେ ଆପଣଙ୍କୁ ଦେଖାଉବୁ ଏକ ବିରଳ ଦୃଶ୍ୟ । ଯେଉଁଠି ଆପଣ ଜଣେ ଜିଲ୍ଲାପାଳଙ୍କୁ ସ୍କୁଲରେ ପାଠ ପଢାଉଥିବାର ଦେଖିବାକୁ ପାଇବେ । ଆପଣଙ୍କୁ କଥାଟି ଟିକେ ଅବିଶ୍ଵାସ ଲାଗୁ ଥାଇ ପାରେ । ଜିଲ୍ଲାପାଳ ପୁଣି ସ୍କୁଲରେ ପିଲାଙ୍କୁ ପାଠ ପଢାଉଛନ୍ତି ! ଏକଥା ଯେକେହି ବି ଅବିଶ୍ଵାସ କରିବ କି ଜିଲ୍ଲାପାଳ ହୋଇ ପିଲାମାନଙ୍କୁ ପାଠ ପଢାଉଛନ୍ତି । କାରଣ ଆମ ସମାଜରେ ଏଭଳି ଦୃଶ୍ୟ ବହୁତ କ୍ଵଚିତ ଦେଖିବାକୁ ମିଳେ । ଜିଲ୍ଲାପାଳଙ୍କ ଜୀବନ ବହୁତ ବ୍ୟସ୍ତବହୁଳ ହୋଇଥାଏ ।

ତାଙ୍କ ମୁଣ୍ଡ ଉପରେ ଅନେକ କାର୍ଯ୍ୟର ଭାର ଲଦି ହୋଇ ରହିଥାଏ । ତଥାପି ସେ ସବୁରୁ ସମୟ ବାହାର କରି ଜଣେ ଜିଲ୍ଲାପାଳ ପିଲାମାନଙ୍କୁ ପାଠ ପଢାଇବା ନିହାତି ଭାବେ ପ୍ରଶଂସାଯୋଗ୍ୟ । ଶିକ୍ଷକଙ୍କ ଭଳି ହାତରେ ଚଖଡି ଧରି ପିଲାଙ୍କୁ ପାଠ ପଢାଇ ଦେଉଛନ୍ତି ଏହି ଜିଲ୍ଲାପାଳ । ଆଉ ଦରକାର ହେଲେ ସବୁ ବିଷୟକୁ ଗୋଟି ଗୋଟି କରି ଛାତ୍ର ଛାତ୍ରୀମାନଙ୍କୁ ବୁଝାଇ ଦେଉଛନ୍ତି ।

ତେବେ ଏହି ଦୃଶ୍ୟଟି ହେଉଛି ଖପରାଖୋଲ ବ୍ଲକର ମାଲପଡା ଗାଁରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ । ଯେଉଁଠି ଖୋଦ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଖପରାଖୋଲ ବ୍ଲକ ଗସ୍ତ କରି ନିଜେ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଏହାସହ ଅପରାହ୍ନ ସମୟରେ ମାଲପଡା ସ୍କୁଲ ପରିଦର୍ଶନ କରି ୫ଟି କାମର ମଧ୍ୟ ତଦାରଖ କରିଥିଲେ ।

କେବଳ ସେତିକି ନୁହେଁ ବରଂ ପିଲାମାନଙ୍କୁ ମଧ୍ୟ ବିଜ୍ଞାନ ଶିକ୍ଷା ଦେଇଥିଲେ । ଗଛ କିପରି ଖାଦ୍ଯ ପ୍ରସ୍ତୁତ କରେ ଏନେଇ ସେ ପିଲାମାନଙ୍କୁ ବିସ୍ତୃତ ଭାବେ ବୁଝାଇ ଦେଇଥିଲେ । ପିଲାଙ୍କୁ ଏନେଇ ପ୍ରଶ୍ନ ପଚାରିବା ସହ ସେ ଗୋଟି ଗୋଟି କରି ସେମାନଙ୍କୁ ବୁଝାଇ ଦେବାକୁ ଚେଷ୍ଟା କରିଥିଲେ । ଶ୍ରେଣୀର ସବୁ ଛାତ୍ର ଛାତ୍ରୀ ଜିଲ୍ଲାପାଳ ପଢାଉଥିବା ବିଷୟକୁ ଆଗ୍ରହର ସହ ବୁଝିବାକୁ ଚେଷ୍ଟା କରିଥିଲେ ।

ଜିଲ୍ଲାପାଳଙ୍କ ପାଠ ପଢାଇବା ଶୈଳୀ ସମସ୍ତଙ୍କର ବେଶ ପସନ୍ଦ ଆସିଥିଲା । ଯାହାକୁ ନେଇ ଛାତ୍ର ଛାତ୍ରୀମାନେ ବେଶ ଖୁସି ପ୍ରକାଶ କରିବା ସହ ଅଞ୍ଚଳବାସୀ ମାନେ ମଧ୍ୟ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।