କର୍ମଚାରୀଙ୍କୁ ଭୁଲରେ ଦରମାର 286 ଗୁଣ ଅଧିକ ଦରମା ପଠେଇଦେଲା କମ୍ପାନୀ, ପଇସା ପାଇଲା ପରେ କର୍ମଚାରୀ ଯାହା କଲା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ଥରେ ଚିନ୍ତା କରନ୍ତୁ ତ ଆପଣଙ୍କୁ ହଠାତ ମେସେଜ ଆସିବ ଆପଣ ଯେଉଁ କମ୍ପାନୀରେ କାମ କରୁଛନ୍ତି ତାହା ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟକୁ ଲକ୍ଷାଧିକ କିମ୍ବା କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ପଠାଇଛି, ଯାହା ଆପଣଙ୍କ ଦରମାରୁ ବହୁଗୁଣରେ ଅଧିକ । ଏହା ଦେଖି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ ଆଉ ସେହି ମେସେଜକୁ ବାରମ୍ବାର ପଢିବା ସହ  ନିହାତି ଭାବେ  ଆକାଉଣ୍ଟ ବାଲାନ୍ସ ବି ବାରମ୍ବାର ଚେକ୍ କରିବେ । ସତରେ ଏଭଳି ଘଟଣା ଘଟିଛି ଜଣେ କର୍ମଚାରୀଙ୍କ ସହ, ଯାହାଙ୍କୁ କମ୍ପାନୀ ଭୁଲରେ ତାଙ୍କ ଦରମା ଠାରୁ ୨୮୬ ଗୁଣ ଅଧିକ ଅର୍ଥ ପଠାଇ ଦେଇଥିଲା ।

ଏମତି ଏକ ଘଟଣା ଘଟିଛି ଫୁଡ୍ ଇଣ୍ଡଷ୍ଟ୍ରିଆଲ କନ୍ସୋର୍ଟିୟମ (Cial) ର ହ୍ୟୁମାନ ରିସୋର୍ସ ଏରିଆରେ । ଯାହାକି ସାଉଥ ଆମେରିକାର ପଶ୍ଚିମ ଭାଗରେ ଥିବା ରିପବ୍ଲିକ ଅଫ ଚିଲେ ଦେଶରେ ଅବସ୍ଥିତ । ଆମେରିକାର ଏକ  ସାନ ଜର୍ଜ, ଲା ପ୍ରିଫେରିଡା ଓ ୱିଣ୍ଟର  ଭଳି ବଡ ବଡ ଚିଲିଆନ ବ୍ରାଣ୍ଡ ଏହି କମ୍ପାନୀ ଅଧୀନରେ ରହିଛନ୍ତି । ସେସିନାସ ଯାହାକି ମୂଳତଃ ସ୍ପେନ ର ଏକ ଡିହାଇଡ୍ରେଟେଡ ମିଟ୍ ଅଟେ, ଏହା ହେଉଛି ତା’ର ସବୁଠୁ ବଡ କମ୍ପାନୀ ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମେ ୩୦ ତାରିଖ ଦିନ ସେହି କମ୍ପାନୀର ଜଣେ କର୍ମଚାରୀ କମ୍ପାନୀର ଡିଷ୍ଟ୍ରିବ୍ୟୁସନ ସେଣ୍ଟରର ଡେପୁଟି ମ୍ୟାନେଜରଙ୍କୁ ଯାଇ କହିଥିଲେ କି ତାଙ୍କ ଦରମାରେ କିଛି ତ୍ରୁଟି ରହିଛି । କାରଣ କମ୍ପାନୀ ତାଙ୍କୁ ଦରମାଠୁ ଅତିରିକ୍ତ ଅର୍ଥ ପଠାଇଛି ।

ସେତେବେଳେ ଜଣାପଡିଲା ଯେ କମ୍ପାନୀ ଉକ୍ତ କର୍ମଚାରୀଙ୍କୁ ୫୦୦,୦୦୦ ପେସୋସ ବା ୪୩,୦୦୦ ଟଙ୍କା ପଠାଇବା ବଦଳରେ ୧୬୫.୩ ମିଲିୟନ ପେସୋସ ଅର୍ଥାତ ୧.୪୨ କୋଟି ଟଙ୍କା ପଠାଇଛି । ଏହାପରେ କମ୍ପାନୀ ଉକ୍ତ କର୍ମଚାରୀଙ୍କୁ ତାଙ୍କ ବ୍ଯାଙ୍କକୁ ଯାଇ କମ୍ପାନୀ ନାଁରେ ଏକ ଭାଉଚର ଜେନେରେଟ କରିବା ପାଇଁ କହିଥିଲା ।

ସେ ମଧ୍ୟ ବ୍ଯାଙ୍କ ଯାଇ ଅତିରିକ୍ତ ଟଙ୍କା ଫେରେଇବା ପାଇଁ ବ୍ଯାଙ୍କ ଯିବାକୁ ରାଜି ହୋଇଥିଲେ । କିନ୍ତୁ ତା’ପରେ ଶୋଇ ପଡିଥିବାରୁ କମ୍ପାନୀର କଲ୍ ଉଠେଇ ପାରି ନଥିବା କହିଥିଲେ କର୍ମଚାରୀ ଜଣକ । ଯାହାକି କମ୍ପାନୀ ତାଙ୍କ ସହ ଶେଷ ଥର ପାଇଁ ଯୋଗାଯୋଗ କରିଥିଲା ।

ଏମିତି କିଛି ଘଣ୍ଟା ଯାଇ ଦିନ ମଧ୍ୟ ବିତିଗଲା ହେଲେ ସେ କମ୍ପାନୀକୁ ଟଙ୍କା ଫେରସ୍ତ କରିବା ନେଇ କୌଣସି ମେସେଜ ଆସିଲା ନାହିଁ । ଏହାର ତିନିଦିନ ପରେ ଅର୍ଥାତ ଜୁନ ୨ ତାରିଖ ଦିନ କର୍ମଚାରୀ ଜଣେ ଓକିଲ ସାଙ୍ଗରେ ନେଇ କମ୍ପାନୀରେ ଯାଇ ପହଞ୍ଚିଥିଲେ ଓ କମ୍ପାନୀକୁ ଇସ୍ତଫା ପତ୍ର ଦେଇଥିଲେ ।

ଏହା ପରଠାରୁ କର୍ମଚାରୀ ଜଣକ କୁଆଡେ ଉଭାନ ହୋଇ ଯାଇଛନ୍ତି, ଯେଉଁଥି ପାଇଁ କମ୍ପାନୀ ଏବେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି । ରିପବ୍ଲିକ ଅଫ ଚିଲେ ରେ ଏହା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଆଇନ ରହିଛି । ତେବେ ଆପଣ ସେହି କର୍ମଚାରୀଙ୍କ ସ୍ଥାନରେ ଥିଲେ କଣ କରିଥାନ୍ତେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।