ବର୍ତ୍ତମାନ ସେହି ବୋରୱେଲ ଗାତ ପୋତା ଚାଲିଛି ଔ ପାଖରେ ବସି ସବୁ ଦେଖୁଛି ରାହୁଲ । ଦିନେ ଏହି ବୋରୱେଲ ଗାତରେ ପଡି ମୃତ୍ୟୁକୁ ଅତି ନିକଟରୁ ଦେଖି ଫେରିଥିଲା ରାହୁଲ । ସେ ଏକାକୀ ୧୦୫ ଘଣ୍ଟା ମୃତ୍ୟୁ ସହ ଲଢିଥିଲା । ରାହୁଲ ପାଞ୍ଚ ରାତି ଓ ଚାରିଦିନ ବିତାଇଥିଲା ସେହି ୮୦ ଫୁଟ୍ ଗଭୀର ବୋରୱେଲ ଗାତ ତଳେ । ରାହୁଲ ସାଙ୍ଗରେ ଗୋଟିଏ ବିଷଧର ସାପଟିଏ ମଧ୍ୟ ଥିଲା । ତଥାପି ଶେଷରେ ସାରା ବିଶ୍ଵକୁ ଚକିତ କରି ମୃତ୍ୟୁକୁ ଜିତିଥିଲା ରାହୁଲ ।

ରାହୁଲ ମନ ଖୋଲି କିଛି କହିପାରୁନି ସିନା ହେଲେ ଦିବ୍ୟାଙ୍ଗ ହେଲେ ମଧ୍ୟ ସେହି ଅନୁଭବ ଓ ଦୃଶ୍ୟ କେଉଁଠି ନା କେଉଁଠି ତାକୁ ବ୍ୟଥିତ କରୁଥିବ । ଆଜି ପ୍ରଶାସନ ପକ୍ଷରୁ ଏହି ବୋରୱେଲ ଗାତ ଓ ଖୋଳା ଯାଇଥିବା ସ୍ଥାନକୁ ପୋତାଯାଇଛି । ତେବେ ଘଟଣା ପରଠାରୁ ଏହି ସ୍ଥାନକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟୁଛି । ପୁଣି ଥରେ ଯେପରି କିଛି ଅଘଟଣ ନଘଟୁ ସେଥିପାଇଁ ଲୋକଙ୍କ ସୁରକ୍ଷା ପାଇଁ ଗାତ ଓ ଖନନ ସ୍ଥାନ ଚାରିପଟେ ପ୍ରଶାସନ ପକ୍ଷରୁ ଲୁହା ବାଡ ଦିଆଯାଇଛି ।
ଆଉ ଘଟଣାସ୍ଥଳରେ ଏବେବି ମୁତୟନ ଅଛନ୍ତି କିଛି ପୋଲିସ । ବର୍ତ୍ତମାନ ଛତିଶଗଡ ଅପରେସନ ଜିନ୍ଦେଗୀ ଉପରେ ଆଧାରିତ ଏକ ପ୍ରାମାଣିକ ଚଳଚ୍ଚିତ୍ର କରୁଛନ୍ତି । ସେଥିପାଇଁ ଏତେ ଦିନ ପର୍ଯ୍ୟନ୍ତ ସେହି ବୋରୱେଲ ଗାତ ଏବଂ ସ୍ଥାନକୁ ପୋତା ଯାଇ ନଥିଲା । ସେପଟେ ରାହୁଲ ମୃତ୍ୟୁମୁଖରୁ ଫେରି ନୂଆ ଜୀବନ ପାଇଥିବାରୁ ପରିବାରରେ ଖୁସିର ଲହରୀ ଦେଖିବାକୁ ମିଳିଛି ।
ରାହୁଲ ଗାତରୁ ଉଦ୍ଧାର ହେବା ପରେ ବିଳାସପୁର ହସ୍ପିଟାଲରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ଙ୍କ ଦ୍ଵାରା ଚିକିତ୍ସିତ ହେଉଥିଲା । ଆଉ ଏବେ ରାହୁଲ ଘରକୁ ଫେରି ଆସିଛି । ରାହୁଲ ଫେରିବା ଖୁସିରେ ଗ୍ରାମବାସୀ ଏକ ଭବ୍ୟ ଆୟୋଜନ ମଧ୍ୟ କରିଥିଲେ । ରାହୁଲ ଦିବ୍ୟାଙ୍ଗ ହୋଇଥିବାରୁ ଛତିଶଗଡ ସରକାର ତା’ର ପାଠପଢା ଏବଂ ସ୍ୱାସ୍ଥ୍ୟର ସଂପୂର୍ଣ୍ଣ ଦାୟିତ୍ଵ ନେଇଛନ୍ତି । ଯାହା ରାହୁଲଙ୍କ ବାପାଙ୍କ ପାଇଁ ଅନେକ ମାତ୍ରାରେ ଆଶ୍ଵସ୍ତି ଆଣି ଦେଇଛି ବୋଲି ସେ କହିଛନ୍ତି ।

ରାହୁଲର ଉଦ୍ଧାର ଘଟଣାକୁ ନେଇ ଏକ ଡକ୍ୟୁମେଣ୍ଟ୍ରି ପ୍ରସ୍ତୁତ କରାଯାଉଛି, ଯାହା ମାଧ୍ୟମରେ ଲୋକଙ୍କୁ ଏନେଇ ଜାଗ୍ରତ କରା ଯାଇପାରିବ । ରାହୁଲ ସଂପୂର୍ଣ୍ଣ ଭଲ ହେବା ପରେ ପରିବାର ଲୋକ ତାକୁ ଧରି ପୁରୀ ଆସି ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି ପରିବାର ଲୋକେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।