ମାସିକ ଧର୍ମ ଏକ ପ୍ରାକୃତିକ ପ୍ରକ୍ରିୟା । ଯାହା ଯୌବନରେ ପାଦ ଦେବାକୁ ଯାଉଥିବା ପ୍ରତ୍ଯେକ ମହିଳା ତଥା ଯୁବତୀଙ୍କ ପାଇଁ ଏକ ବରଦାନ । ଏହି ମାସିକ ଧର୍ମ ପ୍ରତ୍ଯେକ ମାସରେ ୩୦ ଦିନ ବ୍ଯବଧାନରେ ୪ରୁ ୫ଦିନ ପର୍ଯ୍ୟନ୍ତ ହୋଇଥାଏ । ଏହି ସମୟରେ ମହିଳାଙ୍କୁ ଅନେକ ଶାରୀରିକ କଷ୍ଟର ସାମ୍ନା କରିବାକୁ ପଡିଥାଏ । ମାସିକ ଧର୍ମ ସମୟରେ କିଛି କାମ ରହିଛି ଯାହା କରିବା ଅନୁଚିତ । ତେବେ ଆସନ୍ତୁ ଜାଣିବା ମାସିକ ଧର୍ମ ସମୟରେ କେଉଁ ସବୁ କାମ କରିବା ଶାସ୍ତ୍ରରେ ମନା କରାଯାଇଛି ।

ପ୍ରଥମରେ ହେଉଛି ବାଥ୍ରୁମ୍ ରେ ଅଧିକ ସମୟ ଯାଏଁ ରହିବା । ଯଦି ଆପଣ ବାଥ୍ରୁମ୍ ରେ ଅଧିକ ଯାଏଁ ରୁହନ୍ତି ତେବେ ଏହି ଅଭ୍ଯାସ ଆପଣଙ୍କ ପାଇଁ ସମସ୍ଯା ସୃଷ୍ଟି କରିପାରେ । କାରଣ ଏହାଦ୍ବାରା ସେଠାରେ ଥିବା ଜୀବାଣୁ ଓ ବ୍ୟାକ୍ଟେରିଆ ମହିଳାଙ୍କ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି । ମାସିକ ଧର୍ମ ସମୟରେ ଏହାର ଅଧିକ ସମ୍ଭାବନା ରହିଥାଏ । ଏହାଦ୍ବାରା ଆପଣଙ୍କୁ ଭବିଷ୍ୟତରେ ବହୁସାରା ରୋଗ ହୋଇଥାଏ ।
ଦ୍ଵିତୀୟରେ ହେଉଛି ବହୁତ ଅଧିକ କଫି ସେବନ କରିବା । ଅନେକ ସମୟରେ ମହିଳାମାନେ ଆବଶ୍ୟକତା ଠାରୁ ଅଧିକ କଫି କିମ୍ବା ଚାହା ପିଇଥାନ୍ତି । ଏହି ଅଭ୍ଯାସ ମଧ୍ୟ ଆପଣଙ୍କ ପାଇଁ ସମସ୍ଯା ଆଣିପାରେ । ବିଶେଷ କରି ଆପଣଙ୍କ ମାସିକ ଧର୍ମ ସମୟରେ । କାରଣ ଏହା ଆପଣଙ୍କ ଅଣ୍ଟାରେ ହେଉଥିବା କଷ୍ଟକୁ ଅଧିକ ବଢାଇପାରେ । ତୃତୀୟରେ ହେଉଛି ମଦ୍ୟପାନ କରିବା ।

ଯଦି ଆପଣ ଆଲକୋହଲ ସେବନ ପିଅନ୍ତି ତେବେ ବିଶେଷ କରି ମାସିକ ଧର୍ମ ସମୟରେ ଆପଣଙ୍କ ମୁଣ୍ଡବ୍ୟଥା, ରାଗ ଲାଗିବା ଓ ମୁଡ୍ ସ୍ଵିଙ୍ଗ ଅଧିକ ହୋଇପାରେ । ଏହାସହ ମ୍ୟାଗ୍ନେସିୟମ ମଧ୍ୟ କମ୍ ହୋଇପାରେ । ଚତୁର୍ଥରେ ହେଉଛି ସିଗାରେଟ ଟାଣିବା । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଯଦି ମହିଳାମାନେ ଅଧିକ ସିଗାରେଟ ଟାଣନ୍ତି ତେବେ ମାସିକ ଧର୍ମ ସମୟରେ ସେମାନଙ୍କୁ ବେଶୀ କଷ୍ଟ ହୋଇଥାଏ । କଷ୍ଟରୁ ମୁକ୍ତି ପାଇବାକୁ ଚାହୁଁଥିଲେ ସିଗାରେଟ ସେବନ ବନ୍ଦ କରି ଦିଅନ୍ତୁ ।
ପଞ୍ଚମରେ ହେଉଛି ବେଶୀ ଚିନି ଖାଇବା ଅଭ୍ଯାସ । ଯଦି ଆପଣଙ୍କର ବେଶୀ ମିଠା ଖାଇବାର ଅଭ୍ଯାସ ଥାଏ ତେବେ ଏହି ଅଭ୍ଯାସ ଆପଣଙ୍କୁ ସମସ୍ୟାରେ ପକାଇପାରେ । ବେଶୀ ମିଠା ଖାଇବା ଦ୍ଵାରା ଶରୀରରେ ହରମୋନ କମିଯାଏ ବୋଲି ମାନାଯାଏ । ଯାହାଦ୍ୱାରା ମାସିକ ଧର୍ମରେ ସମସ୍ଯା, କଷ୍ଟ ଓ ବହୁତ ଅଧିକ ଚିଡିଚିଡାପଣ ଦେଖାଯାଏ ।

ଷଷ୍ଠରେ ହେଉଛି ଅଧିକ ମାତ୍ରାରେ ଲୁଣ ଖାଇବା । ଲୁଣ ବେଶୀ ଖାଇବା ଦ୍ଵାରା ମହିଳାଅଙ୍କ ପେଟ ଫୁଲିବା ସମସ୍ଯା ଦେଖାଦିଏ । ତେଣୁ ଏହି ସମୟରେ ଲୁଣ ସେବନ ଯେତେ ସମ୍ଭବ କମ୍ କରିଦେବା ଉଚିତ । ସପ୍ତମରେ ମାସିକ ଧର୍ମ ସମୟରେ ଖାଦ୍ୟ ନଖାଇବା । ଅନେକ ମହିଳା ଏହି ସମୟରେ ହେଉଥିବା କଷ୍ଟ ଯୋଗୁଁ ଖାଦ୍ଯ ଖାଇବା ଛାଡି ଦିଅନ୍ତି । ଏହି କାରଣରୁ ଶରୀରର କଷ୍ଟକୁ ସାମ୍ନା କରୁଥିବା ଏସିଡ କମ୍ ହୋଇଯାଏ ଓ ଶରୀର ଦୁର୍ବଳ ହୋଇଯାଏ ।
ଅଷ୍ଟମରେ ହେଉଛି ରାତିରେ ଭଲସେ ନଶୋଇବା । ଅଧିକାଂଶ ମହିଳା ଶରୀରରେ ହେଉଥିବା କଷ୍ଟ ଯୋଗୁଁ ରାତିରେ ଭଲରେ ଶୋଇପାରନ୍ତି ନାହିଁ । ଏହାଯୋଗୁଁ ଆପଣଙ୍କ ମାସିକ ଧର୍ମର ଅବଧି ବଢିବା ସହ ଶରୀରକୁ ଥକାପଣ ଓ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ । ସେଥିପାଇଁ ଆପଣ ରାତିରେ ଭଲରେ ଶୋଇବାକୁ ଚେଷ୍ଟା କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।