ରାଜଧାନୀ ଭୁବନେଶ୍ବରରେ LGBTQ କମ୍ୟୁନିଟି ପକ୍ଷରୁ ବିରାଟ ଶୋଭାଯାତ୍ରାର ଆୟୋଜନ, ଦେଖନ୍ତୁ କିନ୍ନର ମୀରା କିପରି ଧୂଳି ଉଡେଇ ନାଚିଲେ, ଦେଖନ୍ତୁ Video

ଗତକାଲି ଭୁବନେଶ୍ବରରେ LGBTQ କମ୍ୟୁନିଟି ପକ୍ଷରୁ ଏକ ବଡ ରାଲିର ଆୟୋଜନ ହୋଇଥିଲା । ଏହି ରାଲିରେ ସମଲିଙ୍ଗୀ, ବାଇସେକ୍ସୁଆଲ ଓ କିନ୍ନରମାନେ ଯୋଗଦାନ କରିଥିଲେ । ସମଲିଙ୍ଗୀ ସଂପ୍ରଦାୟର ଏକ ବଡ ଶୋଭାଯାତ୍ରା ରାସ୍ତାରେ ନୃତ୍ୟ କରି ସେମାନଙ୍କ ସମ୍ପ୍ରଦାୟର ଫ୍ଲାଗ ଧରି ଖୁବ ଉତ୍ସବ ମୁଖର ହୋଇ ପଡିଥିଲେ । ସମଲିଙ୍ଗୀ ଓ କିନ୍ନରମାନଙ୍କୁ ଆମ ସମାଜ ଏକ ଅଲଗା ନଜରରେ ଦେଖିଥାଏ । ଅନେକ ଲୋକ ସେମାନଙ୍କୁ ଘୃଣା କରିଥାନ୍ତି । କିନ୍ତୁ ଧୀରେ ଧୀରେ ସମାଜ ସେମାନଙ୍କ ଅସ୍ଥିତ୍ଵକୁ ବୁଝିବାରେ ଲାଗିଛି ।

ସେମାନେ ସେହିପରି ଜନ୍ମ ହୋଇଛନ୍ତି ଯାହା ସେମାନଙ୍କ ନିୟନ୍ତ୍ରଣରେ ନାହିଁ । ସମାଜ ଏହାକୁ ଗ୍ରହଣ କରିବା ଉଚିତ ଯେ ଏହା ସେମାନଙ୍କ ବ୍ୟକ୍ତିତ୍ବ ଏବଂ ନିଜ ବ୍ୟକ୍ତିତ୍ବ ଅନୁସାରେ ଜୀବନ ଯାପନ କରିବା କୌଣସି ରୋଗ ନୁହେଁ । ସମାଜକୁ ଏହି ବାର୍ତ୍ତା ଦେବା ପାଇଁ ସେମାନେ ଏହି ଶୋଭାଯାତ୍ରାର ଆୟୋଜନ କରିଥିଲେ । LGBTQ କମ୍ୟୁନିଟିର ଅନେକ ଲୋକମାନେ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ ।

ବିଭିନ୍ନ ପ୍ରକାରର ମ୍ୟୁଜିକ ଓ ବାଜାମାନ ବଜାଇ ସେମାନେ ମନଖୋଲି ରାସ୍ତାରେ ନୃତ୍ୟ କରୁଥିଲେ । ଏହି ଶୋଭାଯାତ୍ରାରେ କିନ୍ନର ମୀରାଙ୍କୁ ମଧ୍ୟ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା । ସେ ଏକ ଗୋଲାପି ଶାଢୀ ପିନ୍ଧି ଖୋଲାମନରେ ଡ୍ୟାନ୍ସ କରୁଥିଲେ । ଆମ ଦେଶରେ ୨୦୧୮ ମସିହାରେ ସମଲିଙ୍ଗିତାକୁ ଏହାକୁ ମାନ୍ୟତା ଦେଇଥିଲେ ସୁପ୍ରିମକୋର୍ଟ ।

ପ୍ରତ୍ଯେକ ବର୍ଷ ଜୁନ ମାସରେ ନିଜ ଅସ୍ତିତ୍ଵକୁ ପାଳନ କରିଥାଏବ ଏହି କମ୍ୟୁନିଟି । ଏହି ମାସକୁ ସେମାନେ “ପ୍ରାଇଡ ମନ୍ଥ” ନାମରେ ପାଳନ କରିଥାନ୍ତି । କାରଣ ୧୯୬୯ ମସିହାରେ ଏହି ମାସରେ ଷ୍ଟୋନୱାଲ ଦଙ୍ଗା ହୋଇଥିଲା । ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ସାମାଜିକ ସଚେତନତା ବୃଦ୍ଧି କରିବା ଏବଂ ସମାନତାକୁ ପ୍ରାଧାନ୍ଯ ଦେବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ।

ଏହି କମ୍ୟୁନିଟି ପକ୍ଷରୁ ସାରା ବିଶ୍ବରେ ପ୍ରତି ବର୍ଷ ଜୁନ ମାସରେ ଏହିଭଳି ଶୋଭାଯାତ୍ରା, କମ୍ୟୁନିଟି ଇଭେଣ୍ଟ, ଷ୍ଟ୍ରିଟ ପାର୍ଟି, କବିତା ସମାରୋହ ଓ ଏଜୁକେଶନାଲ ସେଶନ ମାନ ଆୟୋଜିତ ହୋଇଥାଏ । ଏହିସବୁ ମାଧ୍ୟମରେ ସମାଜରେ ସେମାନଙ୍କୁ ସମାନ ସ୍ଥାନ ମିଳୁ ବୋଲି ଦାବି କରନ୍ତି ।

ସେମାନେ ବି କାହାକୁ ପ୍ରେମ କରିବାକୁ ଏବଂ ବିବାହ କରିବାକୁ ଯୋଗ୍ୟ ବୋଲି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେଯାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।