ଲୋକପ୍ରିୟ ରିୟାଲିଟି ଶୋ ଦାଦାଗିରିରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ଅଧାରୁ ସେ ଶୋ ଛାଡିବା ନେଇ ଅନେକ ବିବାଦ ମଧ୍ୟ ଉଠିଥିଲା । ଅନୁଭବ ଶୋ ଛାଡିବା ପରେ ଦିଗଜ ଅଭିନେତା ସିଦ୍ଧାନ୍ତ ମହାପାତ୍ର ତାଙ୍କ ଜାଗାରେ ଶୋ ଟେକଓଭର କରିଥିଲେ । ତେବେ ଅନେକ ବାଦବିବାଦ ଓ ତର୍କବିତର୍କ ପରେ ବର୍ତ୍ତମାନ ଅନୁଭବ ନିଜ ମୁହଁ ଖୋଲିଛନ୍ତି । ଜବାଲ ସୁଆଲ କାର୍ଯ୍ୟକ୍ରମରେ ତାଙ୍କୁ ଏନେଇ ପଚରାଯିବା ପରେ ସେ ଶୋ ଛାଡିବାର ପ୍ରକୃତ କାରଣ ସାମ୍ନାକୁ ଆଣିଛନ୍ତି ।

ଯେତେବେଳେ ଓଡିଶାର ସବୁ ଜିଲ୍ଲାର ପିଲାମାନଙ୍କୁ ଏହି ଶୋରେ ନିଜ କଳା ଓ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବ ସେ ଶୁଣିଲେ ଏହି ଶୋ କରିବାକୁ ମନା କରିପାରି ନଥିଲେ । ସେ ସାଂସଦ ହେବା ପରେ ତାଙ୍କ ରିଲ୍ ଲାଇଫ ଓ ଲାଇଫକୁ ଅଲଗା ରଖିବାକୁ ଚାହୁଁଥିବାରୁ ଫିଲ୍ମ କରିବା ମଧ୍ୟ କମେଇ ଦେଇଥିଲେ । ରାଜନୀତିରେ ଅଧିକ ସମୟ ଦେଉଥିଲେ । କିନ୍ତୁ ଏହି ଶୋ କରିବାକୁ ୩ ବର୍ଷ ଆଗରୁ ତାଙ୍କୁ ଅନୁରୋଧ କରା ଯାଇଥିଲା ।
ବେଙ୍ଗଲରେ ମଧ୍ୟ ଏହିପରି ଗୋଟିଏ ଦାଦାଗିରି ଶୋ ଚାଲିଛି । ଯାହାକୁ ବେଙ୍ଗଲ ଟାଇଗର ସୌରଭ ଗାଙ୍ଗୁଲି ନିଜେ ହୋଷ୍ଟ କରୁଛନ୍ତି । ସେ ସେହି ଶୋ’ର କ୍ଵାଲିଟି ଓ ଷ୍ଟେଜ ଦେଖି ଓଡିଶା ସହ ଯେପରି କିଛି କମ୍ପ୍ରୋମାଇଜ ନହୁଏ ପ୍ରଡ୍ୟୁସରଙ୍କୁ ଅନୁରୋଧ କରିଥିଲେ । ଯଦି ସେପରି ହୁଏ ତେବେ ଯାଇ ସେ ଶୋ’ରେ କାମ କରିବେ ବୋଲି କହିଥିଲେ । ଶୋ’ର ନିର୍ମାତା ରାଜି ହୋଇଥିଲେ ମଧ୍ୟ ଅନେକ ଟେକ୍ନିକାଲ ତ୍ରୁଟିକୁ ନେଇ ଅନୁଭବ ସନ୍ତୁଷ୍ଟ ନଥିଲେ ।
ଅନୁଭବ ଶୋ ଆରମ୍ଭ କରିବା ପରେ ଶୋଟି ଏକଦମ ହିଟ୍ ହୋଇଥିଲା ଓ ଟିଆରପି ମଧ୍ୟ ସବୁଠୁ ଆଗରେ ଥିଲା । କିନ୍ତୁ ଚ୍ଯାନେଲ ବାରମ୍ବାର ତାଙ୍କ ଶୋର ସମୟ ଅବଧି ବଦଳାଇବା ସହ କମାଇ ଦେଇଥିଲେ । ଯାହା ଅନୁଭବଙ୍କୁ ବିଲକୁଲ ଭଲ ଲାଗି ନଥିଲା । ସେନେଇ ତାଙ୍କୁ ପୂର୍ବରୁ ମଧ୍ୟ କିଛି କୁହାଯାଇ ନଥିଲା ଓ ହଠାତ ସମୟ ପରିବର୍ତ୍ତନ ହୋଇଛି ବୋଲି ପ୍ରୋମୋ ଶୁଟିଙ୍ଗ କରିବା ପାଇଁ ସେମାନେ ତାଙ୍କୁ କହିଥିଲେ । ଏହାକୁ ନେଇ ଅନୁଭବ ଖୁବ ଦୁଃଖ କରିଥିଲେ ।

ଓଡିଶା ଓ ଓଡିଆ ଲୋକଙ୍କ ପାଇଁ ଏହା ଅସମ୍ମାନ ବୋଲି ଭାବିଥିଲେ ଏବଂ ବାରମ୍ବାର ଏପରି କରିବା ତାଙ୍କୁ ଅସମ୍ମାନ କରିବା ସହ ସମାନ ବୋଲି କହିଥିଲେ । ତେଣୁ ୨୪ଟି ଅଧ୍ୟାୟ କରିବା ପରେ ସେ ଶୋ ଛାଡି ଦେଇଥିଲେ । ସିଦ୍ଧାନ୍ତ ମହାପାତ୍ର ତାଙ୍କ ବଡଭାଇ ତାଙ୍କ ଜାଗାରେ ଶୋ ଟେକଓଭର କରିଥିଲେ ।
ସେମାନଙ୍କ ମଧ୍ୟରେ ଆଗରୁ ଭଲ ସମ୍ପର୍କ ରହିଛି । ତଥାପି ଏନେଇ ସିଦ୍ଧାନ୍ତ ତାଙ୍କୁ ଥରେ ବି ଫୋନ କରି ନଥିଲେ । ଯାହା ତାଙ୍କୁ ଖୁବ ବାଧିଥିଲା ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।