ଏକ ସରକାରୀ ଅଫିସକୁ ପିପିଲି ବିଧାୟକ Rudra Pratap Maharathy ଙ୍କ ସରପ୍ରାଇଜ ଭିଜିଟ୍, ତାଙ୍କ ରୋକଠୋକ କଥା ଶୁଣି ଅଫିସ ଷ୍ଟାଫଙ୍କ ଅବସ୍ଥା ଯାହା ହେଲା ନା…ଦେଖନ୍ତୁ Video

ପୂର୍ବତନ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପିପିଲି ଗଡର ମହାରଥୀ ବୋଲି କୁହା ଯାଉଥିଲା । ତାଙ୍କ ରାଜନୀତି କାଳ ମଧ୍ୟରେ ସେ ପିପିଲିରେ ରାଜ୍ କରୁ ଆସୁଥିଲେ । ତାଙ୍କ ପରେ ଗତ ନିର୍ବାଚନରେ ତାଙ୍କ ସୁପୁତ୍ର ରୁଦ୍ର ପ୍ରତାପ ମହାରଥୀଙ୍କୁ ଲୋକମାନେ ଭୋଟ ଦେଇ ନିର୍ବାଚିତ କରିଥିଲେ । ରୁଦ୍ରପ୍ରତାପ ମହାରଥୀଙ୍କୁ ଏବେ ଏକଦମ ଆକ୍ସନ ମୋଡରେ ଦେଖିବାକୁ ମିଳିଛି । ଯାହାର ଭିଡିଓକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । ରୁଦ୍ର ଏକ ସରକାରୀ ଅଫିସକୁ ଭିଜିଟରେ ଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ସେଠାରେ ପହଞ୍ଚି କେତେ ଜଣ କର୍ମଚାରୀ ସେଠାରେ କାମ କରନ୍ତି ସେ ଜାଣିବାକୁ ଚାହିଁଥିଲେ । ସମୁଦାଯ ୧୨ ଜଣ କର୍ମଚାରୀ ସେହି ଅଫିସରେ କାମ କରୁଥିବା ବେଳେ ଡ୍ଯୁଟିରେ ମାତ୍ର ୨ ଜଣ ଷ୍ଟାଫ ଥିବା ଦେଖି ବିରକ୍ତ ହୋଇ ଯାଇଥିଲେ ରୁଦ୍ର । ଅନ୍ୟ ଷ୍ଟାଫ ମାନେ କଣ ପାଇଁ ଆସି ନାହାନ୍ତି ବୋଲି ସେ ପଚାରିଥିଲେ । ଜଣେ ଷ୍ଟାଫ ସବୁ ଷ୍ଟାଫମାନେ କିଏ କୁଆଡେ ଯାଇଛନ୍ତି ତା’ର ବିସ୍ତୃତ ବିବରଣୀ ଦେଇଥିଲେ । ଦୁଇଜଣ ଷ୍ଟାଫ ଫିଲ୍ଡ ଭିଜିଟରେ ଯାଇଥିବା ସେ କହିଥିଲେ ।

ଏକଥା ଶୁଣି ରୁଦ୍ର ସେମାନଙ୍କ ନମ୍ବର ମାଗିବା ସହ ସତରେ ସେମାନେ ଫିଲ୍ଡ ଡ୍ଯୁଟିରେ ଅଛନ୍ତି ନା ନାହିଁ ଲୋକ ପଠାଇ ବୁଝିବେ ବୋଲି କହିଥିଲେ । ସେମାନଙ୍କ ନମ୍ବର ନେଇ ରୁଦ୍ର ଫୋନ କଲ୍ ଲଗାଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ କେହିବି ଫୋନ ଉଠାଇ ନଥିଲେ । ରୁଦ୍ର ବାହାରକୁ ଆସିଥିଲେ ଓ ଅନ୍ୟ ଷ୍ଟାଫମାନଙ୍କ କଥା ମଧ୍ୟ ପଚାରିଥିଲେ । କିନ୍ତୁ ସେମାନେ ମଧ୍ୟ ଫିଲ୍ଡ ଭିଜିଟରେ ଯାଇଥିବା କଥା କହିଥିଲେ ଉପସ୍ଥିତି ଥିବା କର୍ମଚାରୀ ।

ବୋଧ ହୁଏ ସେ ତାଙ୍କ ସହକର୍ମୀ ମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । ଖବର ଅନୁସାରେ ଏହି ଅଫିସଟି ରୁଦ୍ରପ୍ରତାପ ମହାରଥୀଙ୍କ ନିର୍ବାଚନ ମଣ୍ଡଳୀର ପିଏଚଡ଼ି ଅଫିସ ବୋଲି ଜଣାପଡିଛି । ରୁଦ୍ର ସାଙ୍ଗେ ସଙ୍ଗେ ବିଡ଼ିଓଙ୍କୁ କଲ୍ ଲଗାଇ ପରିସ୍ଥିତି ସମ୍ପର୍କରେ ଜ୍ଞାତ କରାଇଥିଲେ ଓ ଏହାସହ ତାଙ୍କୁ ଏକ ଜରୁରୀକାଳୀନ ମିଟିଂ ମଧ୍ୟ ଡାକିବା ପାଇଁ କହିଥିଲେ । ଷ୍ଟାଫମାନେ କାହିଁକି ଅଫିସ ଆସୁ ନାହାନ୍ତି ଓ ତାଙ୍କର କଣ ଅସୁବିଧା ରହୁଛି ଜାଣିବା ପାଇଁ ଏହି ମିଟିଂ ଡାକିବାକୁ କହିଥିଲେ ରୁଦ୍ର ।

ସେହି ଅଫିସରେ କେହି ମଧ୍ୟ ଠିକ ଭାବେ ଡ୍ଯୁଟି କରୁନାହାନ୍ତି ବୋଲି ସମସ୍ତେ ଅଭିଯୋଗ ଆଣୁଥିବା କଥା ସେ କହିଛନ୍ତି । ଯଦି ସେମାନଙ୍କ ଫୋନ ଧରୁ ନାହାନ୍ତି ତେବେ ସ୍ଵାଭାବିକ କଥା ସାଧାରଣ ଲୋକଙ୍କ ଫୋନ ମଧ୍ୟ ସେ ଉଠାଉ ନଥିବେ ବୋଲି ରୁଦ୍ରପ୍ରତାପ ମହାରଥୀ କହିଛନ୍ତି । ଏସବୁ କିଛି ଠିକ ହେଉନାହିଁ ବୋଲି ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ପିପିଲି ବିଧାୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।