ବିଶ୍ରାମ ନକରି କେବଳ ଚାହା ଆଉ ପାଣି ପିଇ ରାହୁଲଙ୍କୁ ୫ ଦିନ ଧରି ଅନବରତ ଉପରୁ ଡାକୁଥିଲେ ଏହି ଯବାନ, ଜାଣନ୍ତୁ କିଏ ଏହି ଯବାନ ଯାହାଙ୍କୁ ରାହୁଲଙ୍କ ବାପା କୋଟି କୋଟି ପ୍ରଣାମ କରୁଛନ୍ତି

ରାହୁଲର ୫ ଦିନର ଉଦ୍ଧାର କାର୍ଯ୍ୟ ତଥା ୧୦୫ ଘଣ୍ଟାର ସଂଘର୍ଷ ମଧ୍ୟରେ ବୋରୱେଲ ଗାତ ପାଖରୁ ଅନବରତ ରାହୁଲ ବେଟା ଡାକ ଶୁଣିବାକୁ ମିଳୁଥିବା । ରାହୁଲ ସହ ଜଣେ ଏନଡ଼ିଆରଏଫ ଯବାନ ପ୍ରତି ମୁହୂର୍ତ୍ତରେ କଥା ହେଉଥିଲେ । ଯବାନ ଜଣକ ରାହୁଲ ମନରେ ଶକ୍ତି ଭରିବା ପାଇଁ ଅନବରତ ପ୍ରୟାସ କରୁଥିଲେ । ସେ ରାହୁଲ ପାଖରେ ଖାଦ୍ଯ ପହଞ୍ଚାଉଥିଲେ ଓ ନିଜ ଜନ୍ମିତ ଛୁଆ ଠାରୁ ମଧ୍ୟ ରାହୁଲକୁ ଅଧିକ ଭଲପାଇବା ଦେଉଥିଲେ ସେହି ଯବାନ ।

ସେ ଯେଉଁ ଭଳି ରାହୁଲ ବେଟା ବୋଲି ଡାକୁଥିଲେ ସେଠାରେ ଉପସ୍ଥିତ ଥିବା ଅନେକ ଲୋକ ଭାବି ନେଇଥିଲେ କି ସେ ରାହୁଲଙ୍କ ବାପା ହୋଇଥିବେ । କିନ୍ତୁ ପରେ ତାଙ୍କ ଦେହରେ ଏନଡ଼ିଆରଏଫ ପୋଷାକ ଦେଖି ସ୍ପଷ୍ଟ ହୋଇଥିଲା କି ସେ ରାହୁଲଙ୍କ ବାପା ନୁହନ୍ତି । ରାହୁଲ ବେଟା କେଲା ଖା ଲୋ, ରାହୁଲ ବେଟା ମେ ଆ ରାହା ହୁଁ କହି କହି ୫ ଦିନ ଧରି ଯବାନ ଜଣକ ରାହୁଲଙ୍କ ମନୋବଳ ବଢାଇଥିଲେ ।

ରାହୁଲଙ୍କ ନିଜ ପିତା ମଧ୍ୟ ଏକଥା କହିଛନ୍ତି କି, ନିଜ ବାପାମା’ ବି ଏମିତି ପିଲାକୁ ଏତେ ପ୍ରେମରେ ଡାକିପାରିବେ ନାହିଁ ଯେମିତି ଏନଡ଼ିଆରଏଫ ଯବାନ ଜଣକ ପ୍ରେମର ସହ ରାହୁଲଙ୍କ ନାମ ଧରି ତାଙ୍କୁ ଡାକୁଥିଲେ । ଯବାନ ଜଣକ ସାରା ଦିନ ରାହୁଲକୁ ଡାକ ଛାଡିବାକୁ ଚେଷ୍ଟା କରୁଥିଲେ ଓ ତାକୁ ଜଣାଇବାକୁ ଚେଷ୍ଟା କରୁଥିଲେ କି ଆମେ ଏଇଠୁ ଅଛୁ ଓ ଶୀଘ୍ର ତାଙ୍କୁ ଗାତ ଭିତରୁ ବାହାର କରି ଆଣିବୁ ।

ରାହୁଲକୁ ସେମାନେ ଅନୁଭବ କରାଇଥିଲେ କି ଆମେ ତୋତେ ରକ୍ଷା କରିବା ପାଇଁ ସଂଘର୍ଷ ଜାରି ରଖିଛୁ ଆଉ ତୁ ବି ନ ଡରି ସଂଘର୍ଷ ଜାରି ରଖିଥା । କେବଳ ପାଣି ଆଉ ଚା’ କପେ କପେ ପିଇ ଏହି ଯବାନ ଜଣକ ତାଙ୍କ କର୍ତ୍ତବ୍ୟ ଜାରି ରଖିଥିଲେ । ରାହୁଲକୁ ଉଦ୍ଧାର କରିବା ପାଇଁ ସେ ବିଶ୍ରାମ ନେବା ବି ଭୁଲି ଯାଇଥିଲେ । ରାହୁଲ ତାଙ୍କ ସ୍ଵର ଶୁଣି ପ୍ରତିକ୍ରିୟା ମଧ୍ୟ ଦେଉଥିଲେ ଓ ସେ ପଠାଉଥିବା କଦଳୀ ଓ ଓଆରଏସ ପାଣି ଆଦି ସେବନ କରୁଥିଲେ ।

ଆଉ ରାହୁଲଙ୍କୁ ଉଦ୍ଧାର କରିବା ସମୟ ଆସିବା ବେଳକୁ ସେ ଟନେଲ ଭିତରକୁ ଯାଇ ରାହୁଲଙ୍କୁ ଉଦ୍ଧାର କରିଥିଲେ । ଏବେ ରାହୁଲଙ୍କ ବାପା ପ୍ରତି କଥାରେ ସେହି ଯବାନଙ୍କୁ ମନେ ପକାଉଛନ୍ତି ଓ କୋଟି କୋଟି ପ୍ରଣାମ କରୁଛନ୍ତି । ସମଗ୍ର ଛତିଶଗଡ ଓଡିଶାର ଏହି ଯବାନଙ୍କୁ ସଲାମ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।