ଭୋ-ଭୋ ହେଇ କାନ୍ଦି ପକାଇଲେ ମୁଖ୍ୟମନ୍ତ୍ରୀ, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

ଏକ ଫିଲ୍ମ ଦେଖି ଭାବପ୍ରବଣ ହୋଇ ପଡିଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ । ଫିଲ୍ମ ଦେଖିବା ବେଳେ ସେ ଏତେ ଭାବପ୍ରବଣ ହୋଇ ପଡିଛନ୍ତି ଯେ ତାଙ୍କ ଆଖିରୁ ଧାର ଧାର\ ଲୁହ ବୋହି ପଡୁଛି । ସେ ନିଜ ହାତରେ ଆଖି ଲୁହ ପୋଛୁଥିବା ସମୟର ଏକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ରିଲିଜ ହୋଇଛି ଫିଲ୍ମ “୭୭୭ ଚାର୍ଲି” । ଗୋଟିଏ ପୋଷା କୁକୁର ଓ ତା’ର ମାଲିକଙ୍କ ସମ୍ପର୍କକୁ ନେଇ ତିଆରି ହୋଇଛି ଏହି ଫିଲ୍ମଟି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏହି ସିନେମାକୁ ବହୁତ ପସନ୍ଦ କରିଛନ୍ତି । ଏହି ସିନେମା ଦେଖିବା ପରେ ଖୁବ ଭାବବିହ୍ଵଳ ହୋଇ ପଡିଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ବିସଭରାଜ ବୋମାଇ ନିଜେ ଜଣେ କୁକୁର ପ୍ରେମୀ ମଣିଷଟିଏ ଅଟନ୍ତି । ଗତ ବର୍ଷ ତାଙ୍କ ପୋଷା କୁକୁରର ଦେହାନ୍ତ ହେବା ପରେ ସେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ । ଏହି ଫିଲ୍ମ ଦେଖିବା ପରେ ସେ ନିଜ କୁକୁରକୁ ମନେପକାଇ କାନ୍ଦିଛନ୍ତି । କୁକୁର ଓ ମଣିଷର ଭଲପାଇବା ସବୁବେଳେ ଚର୍ଚ୍ଚାରେ ରହିଥାଏ ।

ଏହା ଏମିତି ଏକ ସମ୍ପର୍କ ଯେଉଁଥିରେ ତିଳେ ହେଲେ ସ୍ଵାର୍ଥ ନାହିଁ କି ଲୋଭ ମୋହ ବି ନାହିଁ । କେବଳ ଦୁହିଁଙ୍କ ମଧ୍ୟରେ କ୍ଷାନ୍ତି ଭଲପାଇବା ରହିଛି । ୭୭୭ ଚାର୍ଲି ଫିଲ୍ମରେ କୁକୁର ଓ ମଣିଷ ମଧ୍ୟରେ ଏଭଳି କିଛି ଅତୁଟ ସମ୍ପର୍କ ଦେଖିବାକୁ ମିଳିଛି । ଲୋକେ କୁହନ୍ତି ରକ୍ତର ସମ୍ପର୍କ ସବୁଠୁ ମୂଲ୍ଯବାନ । କିନ୍ତୁ ଏଠାରେ ନା ରକ୍ତ, ନା ଧର୍ମ, ଜାତି, କିଛି ବି ସମାନ । ଏଠି ପରିଚୟ ବି ଭିନ୍ନ ଓ ପ୍ରକୃତି ବି ଏକଦମ ଅଲଗା । ତଥାପି ଏହି ଭଲପାଇବା ଅତ୍ୟନ୍ତ ଶୁଦ୍ଧ ଅଟେ ।

କୁକୁର ତା’ର ପ୍ରିୟ ମଣିଷ ପାଇଁ କଣ କରିପାରେ ଓ ମଣିଷ ବି ତା ପୋଷା କୁକୁର ପାଇଁ କେତେ ଦୂର ଯାଇପାରେ ତା’ତ ନିଚ୍ଛକ ଘଟଣାକୁ ଏହି ଫିଲ୍ମରେ ପ୍ରଦର୍ଶନ କରାଯାଇଛି । ଚାର୍ଲିକୁ ସାରା ଦେଶର ଭଲପାଇବା ମିଳୁଛି । ଫିଲ୍ମଟୁଇ ଏତେ ପ୍ରଭାବଶାଳୀ ଓ ହୃଦୟସ୍ପର୍ଶୀ ଯେ ଯିଏ ଏହି ଫିଲ୍ମ ଦେଖୁଛି ପ୍ରଶଂସା ନକରି ରହିପାରୁନି । ସେମିତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଫିମ ଦେଖି କାନ୍ଦି ପକାଇଥିଲେ । ଗତ ସପ୍ତାହରେ ପାନ ଇଣ୍ଡିଆ ସ୍ତରରେ କନ୍ନଡ ଫିଲ୍ମ ୭୭୭ ଚାର୍ଲି ରିଲିଜ ହୋଇଛି ।

ଏବେ ପର୍ଯ୍ୟନ୍ତ ସିନେମାଯତି ୪୦ କୋଟି ଟଙ୍କାରୁ ଅଧିକ ଆୟ କରି ସାରିଲାଣି, ଯାହା ଫିଲ୍ମର ବଜେଟ ଠାରୁ ଢେର ଅଧିକ ରହିଛି । ରଖିତ ଶେଠୀ ଓ କୁକୁର ଚାର୍ଲିର କେମିଷ୍ଟ୍ରିକୁ ଦର୍ଶକେ ଭୁଲି ପାରୁନାହାନ୍ତି । ନିର୍ଦ୍ଦେଶକ କିରଣ ରାଜଙ୍କୁ ଏହି ସିନେମାକୁ ପ୍ରସ୍ତୁତ କରିବା ପାଇଁ ୫ ବର୍ଷ ସମୟ ଲାଗିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।