ରାତି ଅଧିଆ ପ୍ରେମ କରି ଧରାପଡିଲେ ଦୁଇ ଯୋଡା ନାବାଳକ ପ୍ରେମିକ ଓ ପ୍ରେମିକା, ଆଉ ତା’ପରେ ଯାହା ହେଲା ଦେଖନ୍ତୁ ଏହି Video

ଦୁଇ ଭଉଣୀଙ୍କ ସହ ଧରାପଡିଲେ ଦୁଇ ପ୍ରେମିକ । ଭୋଟର ଆଇଡି ଏଯାଏଁ ତିଆରି ହୋଇନି, ମାନେ ବୟସ କେତେ କମ୍ ସେମାନଙ୍କୁ ଦେଖିଲେ ଆପଣ ଜାଣି ପାରୁଥିବେ । ଏହି ଚାରିଜଣ ରାତି ଅଧିଆ ଧରା ପଡିଥିଲେ, ଯାହା ପରେ ବାହା ହେବାକୁ ଜିଦ୍ କରିଛନ୍ତି ଏହି ଦୁଇ ଭଉଣୀ । ଝିଅ ଦୁଇଜଣ ଯାଇ ପ୍ରେମିକଙ୍କ ଘର ଆଗରେ ବସି ଧାରଣା ଦେଉଛନ୍ତି, ଆଉ ଗୋଟିଏ ଜିଦ୍ କରୁଛନ୍ତି ଆମକୁ ସ୍ତ୍ରୀର ମାନ୍ୟତା ଦିଆଯାଉ ।

କାରଣ ସେମାନଙ୍କୁ ଘରଲୋକେ କିମ୍ବା ଗାଁ ଲୋକେ ଗ୍ରହଣ କରୁ ନାହାନ୍ତି । ଅଧରାତିରେ ଦୁଇ ଯୁବତୀଙ୍କ ଘରେ ପଶିଥିଲେ ଏହି ଦୁଇ ଯୁବକ । ଯାହାଫଳରେ ସେମାନଙ୍କୁ ଏକା ସାଥିରେ ଧରି ନେଇଥିଲେ ସେମାନଙ୍କ ଗାଁ ଲୋକ । ତା’ପରେ ସେମାନେ ଥାନାରେ ଯାଇ ସେମାନଙ୍କ ନାଁରେ କେସ୍ ମଧ୍ୟ ଦେଇଥିଲେ । ଏହିସବୁ ଘଟିବା ପରେ ଦୁଇ ଭଉଣୀ ଏବେ ଆଉ ଏକ ଡ୍ରାମା ଆରମ୍ଭ କରି ଦେଇଛନ୍ତି ।

ବର୍ତ୍ତମାନ ସେମାନେ ପ୍ରେମିକଙ୍କ ଘର ଆଗରେ ଯାଇ ବସି ରହିଛନ୍ତି । ଗୋଟିଏ ଜିଦ୍ ଧରିଛନ୍ତି କି ଆମକୁ ସ୍ତ୍ରୀର ମାନ୍ୟତା ଦେଇ ପାଖରେ ରଖ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଜୁଡାକୁଟି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଦୁଇ ଭଉଣୀ ପାଖ ଗାଁର ଦୁଇ ଯୁବକଙ୍କୁ ପ୍ରେମ କରୁଥିଲେ । ଦୀର୍ଘ ଦୁଇ ବର୍ଷ ହେବ ସେମାନେ ପରସ୍ପରକୁ ପ୍ରେମ କରି ଆସୁଥିଲେ ।

ଗତ ରବିବାର ଦିନ ବିଳମ୍ବିତ ରାତିରେ ଉଭୟ ନାବାଳକ ଦୁଇ ନାବାଳିକାଙ୍କ ଘରେ ପଶିଥିଲେ । ସେହି ସମୟରେ କିଛି ଗ୍ରାମବାସୀ ଏହାର ଖବର ପାଇ ସେହି ଚାରିଜଣଙ୍କୁ ଏକାଠି ଧରି ନେଇଥିଲେ । ଆଉ ସେମାନଙ୍କୁ ବାନ୍ଧି ଦେଇଥିଲେ ମଧ୍ୟ । ପୋଲିସ ଏହି ଘଟଣାର ଖବର ପାଇ ଦୁଇ ପୁଅ ଓ ଦୁଇ ଝିଅଙ୍କୁ ପୋଲିସ ଥାନା ଆଣି ଆପୋଷ ବୁଝାମଣା କରିବା ପରେ ଛାଡି ଦେଇଥିଲେ ।

ହେଲେ ଆଜି ଦୁଇ ଭଉଣୀ ପ୍ରେମିକ ମାନଙ୍କ ଘର ଆଗରେ ପହଞ୍ଚିଥିଲେ । ସେଠାରେ ସେମାନେ ଧାରଣା ଦେଇଥିଲେ କି ଆମକୁ ବାହା ହୁଅ । କିନ୍ତୁ ଉଭୟ ପୁଅ ଆଉ ପୁଅଙ୍କ ପରିବାର ଲୋକେ ଘରେ ତାଲା ପକାଇ କୁଆଡେ ଚାଲି ଯାଇଛନ୍ତି । କିନ୍ତୁ ଦୁଇ ଭଉଣୀ ସେମାନଙ୍କ ଘର ଆଗରେ ବସି ରହିଛନ୍ତି ।

ଆମକୁ ପରିବାର ଲୋକେ କି ଗାଁ ଲୋକେ ଆଉ ଗ୍ରହଣ କରୁନାହାନ୍ତି ବୋଲି କହି ସ୍ତ୍ରୀର ମାନ୍ୟତା ପାଇଁ ଦାବି କରିଛନ୍ତି ଏହି ନାବାଳିକା ଦୁଇ ଜଣ । ସ୍ତ୍ରୀର ମାନ୍ୟତା ନମିଳିଲେ ଜୀବନ ହାରିଦେବୁ ବୋଲି ମଧ୍ୟ ଧମକ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।