ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ନୂଆ ଭିଡିଓ ଦେଖିବାକୁ ମିଳେ । ସମସ୍ତେ କିଛି ଅଲଗା କରି ଲୋକଙ୍କୁ ଦେଖାଇବା ପାଇଁ ଚେଷ୍ଟା କରିଥାନ୍ତି । ସେଥିରୁ କିଛି ଭିଡିଓ ସତକୁ ସତ ୟୁଜର୍ସ ମାନଙ୍କୁ ବେଶ ପସନ୍ଦ ଆସିଥାଏ । ଭିଡିଓକୁ ବହୁଳ ମାତ୍ରାରେ ଦେଖିବା ସହ ଲାଇକ, କମେଣ୍ଟ ଓ ଶେୟାର ମଧ୍ୟ କରାଯାଏ । କିଛି ୟୁନିକ ଭିଡିଓ ଦେଖିଲେ ଏହାକୁ ନେଇ ବେଶ ଚର୍ଚ୍ଚା ଲାଗୁ ରୁହେ । ବର୍ତ୍ତମାନ ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଜଣେ ଯୁବତୀ ସ୍କେଟିଂ କରୁଥିବା ବେଳର ଏହି ଭିଡିଓଟି ଲୋକଙ୍କ ମନକୁ ବେଶ ସ୍ପର୍ଶ କରୁଛି । ଆପଣ ବିଭିନ୍ନ ସ୍କେଟିଂ ଭିଡିଓ ସବୁ ଦେଖିଥିବେ କିମ୍ବା ନିଜେ ମଧ୍ୟ ସ୍କେଟିଂ କରିଥିବେ । କିନ୍ତୁ ସ୍କେଟିଂ କରୁଥିବା ବେଳେ ଶାଢୀ ପିନ୍ଧି ସ୍କେଟିଂ କରିବା କାହାକୁ କେବେ ଦେଖି ନଥିବେ କି ଭାବି ନଥିବେ । ଆଜ୍ଞା ହଁ ଏହି ଭାଇରାଲ ଭିଡିଓରେ ଯୁବତୀ ଜଣକ ଶାଢୀ ସ୍କେଟିଂ କରୁଥିବା ନଜର ଆସିଛନ୍ତି ।
ରାସ୍ତାରେ ଯାନବାହନ ଚଳାଚଳ କରୁଥିବା ବେଳେ ସାଇଡରେ ଜଣେ ଯୁବତୀ ସ୍କେଟିଂ କରୁଛନ୍ତି । ତେବେ ଏହି ଭିଡିଓଟି କେରଳର ବୋଲି ଜଣାପଡିଛି । ଏହି ଭିଡିଓଟିକୁ ଲାରିସା ନାମକ ଜଣେ ୟୁଜର୍ସ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିବା ବେଳେ ଏଥିରେ ଲାରିସା ନିଜେ ସ୍କେଟିଂ କରୁଥିବା ଦେଖିବାକୁ ମିଳୁଛି । ସେ ଧଳା ରଙ୍ଗର ଗୋଲ୍ଡେନ ବର୍ଡର ଥିବା ଏକ ଶାଢୀ ପିନ୍ଧି ସ୍କେଟିଂ କରି ସୋସିଆଲ ମିଡିଆରେ ସମସ୍ତଙ୍କ ମନ ଜିତିଛନ୍ତି ।
ସେ ଏହି ଭିଡିଓକୁ କେରଳରେ ସୁଟ୍ କରିଛନ୍ତି ସେ ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି ସ୍କେଟିଂ କରିବାକୁ ଭାରି ମଜା ଲାଗେ ହେଲେ ଶାଢୀ ପିନ୍ଧି ସ୍କେଟିଂ କରିବା ସେତେ ସହଜ ନୁହେଁ । ଲାରିସା ଏହି ଭିଡିଓ ଶେୟାର କରିବା ମାତ୍ରେ ଖୁବ ଜୋରରେ ଏହା ଭାଇରାଲ ହେବାରେ ଲାଗିଛି । ସାଉଥ ଇଣ୍ଡିଆନ ଷ୍ଟାଇଲ ଶାଢୀ ପିନ୍ଧି କେରଳ ରାସ୍ତାରେ ତାଙ୍କର ଏହି ସ୍କେଟିଂ ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁ ପାରିଛି ।

ନିଆରା ଷ୍ଟାଇଲରେ ସ୍କେଟିଂ କରିବା ଦୃଶ୍ୟ ଆଗରୁ କେହି ଦେଖି ନଥିବେ । ଆପଣଙ୍କୁ ଲାରିସାଙ୍କର ଏହି ସ୍କେଟିଂ ଦୃଶ୍ୟ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।