ଗୋଟିଏ ଗାଁରୁ ୨୬ଟି କୋକେଇ ଏକାସାଥୀରେ ଉଠିଲା । ଆଉ ଏହି ଦୃଶ୍ୟ କେତେ ବିଦାରକ ତାହା ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର । ଏହି ଦୃଶ୍ୟ ଦେଖିବା ଲୋକର ଆଖିରୁ ଲୁହ ବୋହି ଆସୁଛି ଓ ସମସ୍ତେ କହୁଛନ୍ତି କି ଭଗବାନ ଏ ଦୁଃଖ କାହାକୁ ନ ଦିଅନ୍ତୁ । ଗୋଟିଏ କି ଦୁଇଟି ନୁହେଁ ବରଂ ଏକାସାଙ୍ଗରେ ୨୬ଟି କୋକେଇ ଉଠିବା ବେଳେ ସେ ଦୃଶ୍ୟ କଣ ହେଇଥିବା ଆପଣ ନିଜେ ଅନୁଭବ କରି ପାରୁଥିବେ । ରାମନାମ ସତ୍ୟ ହେ ସ୍ଵର ଗୁଞ୍ଜିବା ସହ କାନ୍ଦବୋବାଳିରେ ପୁରା ଗାଁ ଫାଟି ପଡୁଛି।

ଏହାସହ ଗାଁ ଲୋକଙ୍କ କାନ୍ଧରେ ଶ୍ମଶାନ ଅଭିମୁଖେ ଯାଉଛି ୨୬ଟି ଶବ । ତୀର୍ଥସ୍ଥାନକୁ ପୂଣ୍ୟ ଅର୍ଜନ କରିବାକୁ ଓ ପରିବାର ପାଇଁ ମଙ୍ଗଳ ମନାସିବାକୁ ଯାଇଥିଲେ, ହେଲେ ଏମିତି କିଛି ଅଘଟଣ ଘଟିଯିବ ବୋଲି କେହି ଚିନ୍ତା ମଧ୍ୟ କରି ନଥିଲେ । କିନ୍ତୁ ଏହି ତୀର୍ଥଯାତ୍ରା ସେମାନଙ୍କ ପାଇଁ ଜୀବନର ଶେଷ ଯାତ୍ରା ହୋଇଗଲା । ସମସ୍ତେ ଘରକୁ ର ଫେରିଲେ କିନ୍ତୁ ଶବ ହୋଇ । ଆତ୍ମୀୟସ୍ଵଜନଙ୍କୁ ହରେଈ ପରିବାର ଲୋକେ ମୁଣ୍ଡ ପିଟି କାନ୍ଦି କାନ୍ଦି ବେହୋସ ହୋଇ ଯାଉଛନ୍ତି । କିନ୍ତୁ ସେମାନେ ଚିରନିଦ୍ରାରେ ଶୋଇ ପଡିଛନ୍ତି ।
ଏକାସାଙ୍ଗରେ ଗୋଟିଏ ଗାଁର ୨୬ ଜଣ ପ୍ରାଣ ହରାଇବା ଦୁଃଖ ଅବର୍ଣ୍ଣନୀୟ । ଏଭଳି ଏକ ଘଟଣା କାହାକୁ ବି ବିଚଳିତ କରିଦେବ । ଘରଲୋକଙ୍କୁ ସବୁଦିନ ପାଇଁ ହରେଈ ପିଲାଠୁ ବୁଢା ଯାଏଁ ସମସ୍ତେ କାନ୍ଦି କାନ୍ଦି ନୟାନ୍ତ ହୋଇଗଲେଣି । ଯେମିତି ଏକାସାଥିରେ ଏମାନେ ତୀର୍ଥଯାତ୍ରା ପାଇଁ ବାହାରିଥିଲେ, ଠିକ ସେମିତି ସାଙ୍ଗ ହୋଇ ଶ୍ମଶାନ ଯାତ୍ରା କରୁଛନ୍ତି ।
ସ୍ତ୍ରୀ ପିଲାଛୁଆ ସମସ୍ତେ ସେମାନଙ୍କ ପାଇଁ କାନ୍ଦି କାନ୍ଦି ମାଟିରେ ଗଡି ଯାଉଛନ୍ତି । ଏତେ ବଡ ଦୁଃଖ ସହିବା ପାଇଁ ସେମାନଙ୍କୁ କିଏ ବା ସାନ୍ତ୍ଵନା ଦେବ । ଏହି ଦୃଶ୍ୟ ଦେଖିଲେ ସମସ୍ତଙ୍କ ଛାତି ଫାଟି ଯାଉଛି । କିନ୍ତୁ ବିଧିର ବିଧାନକୁ କିଏ ବା ଜାଣିପାରେ । ସେଇଥି ପାଇଁ ଏକାସାଙ୍ଗେ ଚାଲିଗଲା ୨୬ଟି ଜୀବନ । ଗତ ରବିବାର ଦିନ ଉତ୍ତରାଖଣ୍ଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଯାଇଛି ୨୬ ଜଣ ତୀର୍ଥଯାତ୍ରୀଙ୍କ ଜୀବନ ।

ସେମାନଙ୍କ ଶବ ବ୍ୟବଚ୍ଛେଦ ପରେ ଏକାସାଙ୍ଗରେ ଶବଦାହ ମଧ୍ୟ କରାଯାଇଛି । ଏ ଦୃଶ୍ୟ ଯିଏ ଦେଖୁଛି ସିଏ କହୁଛି କି ଭଗବାନ ଏମିତି ଦୁଃଖ ଆଉ କେବେ କାହାକୁ ନ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।