ନିକଟରେ ପରୀକ୍ଷା ଦେବାକୁ ଯାଇ ବୋହୂ ହେବା ଫେରାର ହେବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । କେନ୍ଦ୍ରପଡା ଧୂଷୁରି ଥାନା ଅଞ୍ଚଳର ରାହୁଲ ଗୋଛାୟତଙ୍କ ପତ୍ନୀ ହରପ୍ରିୟା ଗୋଛାୟତ ଫେରାର ହେବା ଘଟଣାକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା । ରାହୁଲ ପତ୍ନୀଙ୍କ ଖୋଜଖବର ନପାଇ ପାଗଳ ଭଳି କାନ୍ଦୁଥିଲେ ଓ କହୁଥିଲେ କି ତାଙ୍କର ବିଶ୍ବାସ ଅଛି ତାଙ୍କ ଧନ ନିଶ୍ଚୟ ଫେରି ଆସିବ ଏବଂ ସେ ତାଙ୍କୁ ସ୍ଵୀକାର କରିବେ ବୋଲି ।
ଆଉ ଏବେ ସତକୁ ଫେରି ଆସିଛନ୍ତି ହରପ୍ରିୟା ଓ ରାହୁଲଙ୍କ ସମେତ ତାଙ୍କ ପରିବାର ମଧ୍ୟ ହରପ୍ରିୟାଙ୍କୁ ଗ୍ରହଣ କରିଛନ୍ତି । ହରପ୍ରିୟାଙ୍କ କହିବା ମୁତାବକ ସେ ପରୀକ୍ଷା ଦେଇକି ଫେରିବା ବେଳେ ତାଙ୍କୁ ଏକ ଇଣ୍ଡିକା କାର୍ ରେ କିଛି ଲୋକ ନେଇଗଲେ । ତାଙ୍କର ହୋସ ନଥିଲା ସେ ଅଚେତ ହୋଇ ଯାଇଥିଲେ ତେଣୁ କିଛି ଜାଣି ପାରିଲେ ନାହିଁ । ତାଙ୍କର ଯେତେବେଳେ ହୋସ ଫେରିଲା ସେ ଏକ ବନ୍ଦ ଘରେ ଥିଲେ । କେଉଁଠି ଓ କେଉଁ ଜାଗାରେ ଥିଲେ ସେ ନିଜେ ବି ଜାଣି ନାହାନ୍ତି ।
ଆଉ କିଛି ଲୋକ ତାଙ୍କ ସହ ଥିଲେ ଯେଉଁମାନଙ୍କୁ ସେ ଜାଣି ନାହାନ୍ତି । ଗତକାଲି ମାମୁଁ ଘରକୁ ନେଇକି ଯାଇଥିଲେ ଓ ସେଠାରୁ ତାଙ୍କୁ ଜଗନ୍ନାଥ ମନ୍ଦିରକୁ ଆଣିଥିଲେ । ସେଠାରୁ ସେ ରାହୁଲଙ୍କୁ ଫୋନ କରି ସବୁ କଥା ଜଣାଇଥିଲେ । ରାହୁଲ କିଛି ସହଯୋଗୀଙ୍କୁ ନେଇ ଯାଇ ଜଗନ୍ନାଥ ମନ୍ଦିରରେ ପହଞ୍ଚି ହରପ୍ରିୟାଙ୍କୁ ସେଠାରୁ ଉଦ୍ଧାର କରି ଆଣିଥିଲେ ।
ହରପ୍ରିୟାଙ୍କୁ ଉଠେଇ ନେବା ପଛରେ ତାଙ୍କ ମାମୁଁ ଓ ବାପମା’ଙ୍କ ହାତ ରହିଛି ବୋଲି ରାହୁଲଙ୍କ ଶ୍ଵଶୁର ଘରଲୋକେ ସନ୍ଦେହ କରୁଛନ୍ତି । ହରପ୍ରିୟା ଏକଦମ ସୁସ୍ଥ ଅଛନ୍ତି ଓ ରାହୁଲଙ୍କ ପାଖକୁ ଫେରି ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ରାହୁଲ ମଧ୍ୟ ହରପ୍ରିୟାଙ୍କୁ ପାଇ ଖୁବ ଖୁସି ହେଉଛନ୍ତି । ହରପ୍ରିୟାଙ୍କୁ ନପାଇ ରାହୁଲ ତାଙ୍କ ଫଟୋ ଧରି ଧନ କୋଉଠି ଅଛୁ ଫେରିଆ କହି କାନ୍ଦୁଥିଲେ । ତାଙ୍କ ଅବସ୍ଥା ଦେଖି ଘରଲୋକେ ମଧ୍ୟ ଚିନ୍ତାରେ ପଡି ଯାଇଥିଲେ ।
ତେବେ ଦୀର୍ଘ ୭ ଦିନର ବିରହ ପରେ ରାହୁଲଙ୍କ ପାଖାଉ ପତ୍ନୀ ହରପ୍ରିୟା ଫେରି ଆସିଛନ୍ତି । ଏଥିପାଇଁ ଖୁବ ସାହାଯ୍ୟ କରିଥିବାରୁ ସେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଧାବୟବାଦ ଜଣାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।