ଧନୁ ରାଶି (Sagitarius) ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜାଣନ୍ତୁ ସମସ୍ତ ଭୟଙ୍କର କଥା, ଏମାନେ କିପରି ହୋଇଥାନ୍ତି ଓ ଏମାନଙ୍କ ଭବିଷ୍ୟତ କିପରି ହୋଇଥାଏ ?

ଧନୁ ରାଶିର ଲୋକମାନେ ସାହାସୀ। ଆତ୍ମବିଶ୍ଵାସୀ, ସତ୍ୟବାଦୀ, ଭ୍ରମଣ ପ୍ରିୟ, ଧାର୍ମିକ, ଏକାଧିକ କାର୍ଯ୍ୟରେ ପ୍ରବୀଣ ଏବଂ ଅଳ୍ପ ସନ୍ତାନ ଯୁକ୍ତ ହୋଇଥାନ୍ତି । ଏମାନେ କଳାକାର, ଲେଖକ, କିରାଣୀ, ଅଧ୍ୟାପନା, ରାଜନୀତି, ବ୍ଯାଙ୍କ କର୍ମଚାରୀ, ଧର୍ମ ପ୍ରଚାରକ, ହିସାବ ରକ୍ଷକ ପୁସ୍ତକ ପ୍ରକାଶକ, ସମ୍ପାଦକ ଏବଂ ସଂଗ୍ରହକାରୀ ଆଦି କ୍ଷେତ୍ରରେ ଜୀବିକା କରିଥାନ୍ତି । ଏମାନେ ପାଠପଢା ପ୍ରିୟ ଓ ଧନୀବ୍ୟକ୍ତି ହୋଇଥାନ୍ତି । ଧନୁ ରାଶିର ଅଧିପତି ହେଉଛନ୍ତି ବୃହସ୍ପତି । ତେଣୁ ଗୁରୁବାର ଏମାନନକ ପାଇଁ ଶୁଭଦିନ ହୋଇଥାଏ ।

ବିଷ୍ଣୁପୁରାଣ ପୂର୍ଣ୍ଣମୀ ବ୍ରତ ପାଳନ କରିବା ଦ୍ଵାରା ଏମାନଙ୍କ ଗ୍ରହ ଶାନ୍ତି ହୋଇଥାଏ । ସୁନାକୁ ଗୁରୁବାର ଦିନ ପୂଜା କରି ପିନ୍ଧିଲେ ମଧ୍ୟ ଗ୍ରହ ଶାନ୍ତି ହୋଇଥାଏ । ଏମାନେ ସୁନ୍ଦର ସ୍ଵଭାବର ହେବା ସହ ଶ୍ରେଷ୍ଠ ଲୋକଙ୍କର ପ୍ରିୟ ହୋଇଥାନ୍ତି । ୧୮ ବର୍ଷରୁ ୨୭ ବର୍ଷ ପର୍ଯ୍ୟନ୍ତ ଏମାନଙ୍କ ଶୁଭ ବିବାହର ଯୋଗ ହୋଇଥାଏ । ଏମାନଙ୍କ ସନ୍ତାନ ଯୋଗ ଦୁର୍ବଳ ରହିଥାଏ । ବିଦେଶ ଭ୍ରମଣର ଯୋଗ ଏମାନଙ୍କ ଭାଗ୍ୟରେ ରହିଥାଏ । ଜୁନ ମାସ ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ସମୟ ହୋଇଥାଏ ।

ଏହାସହ ପ୍ରତ୍ଯେକ ମାସର ୩, ୯, ୧୮ ଓ ୨୬ ତାରିଖ ଏମାନଙ୍କ ପାଇଁ ଅଶୁଭ ହୋଇଥାଏ । ଏହାସହ ଶୁକ୍ରବାର ମଧ୍ୟ ଏମାନଙ୍କ ପାଇଁ ଅଶୁଭ ହୋଇଥାଏ । ମେଷ ରାଶି, ସିଂହ ରାଶି ଓ କୁମ୍ଭ ରାଶି ସହ ଏମାନଙ୍କ ମିତ୍ରତା ଶୁଭଫଳ ପ୍ରଦାନ କରିଥାଏ । ଗୁରୁବାର ଦିନ ପୂର୍ବ ଦିଗକୁ ଯାତ୍ରା କରିବା ଦ୍ଵାରା ନ ହୋଇଥିବା କାର୍ଯ୍ୟ ମଧ୍ୟ ସହଜରେ ପୂର୍ଣ୍ଣ ହୋଇଯାଏ ।

ପୂର୍ବ ଦିଗଟି ଏମାନଙ୍କ ପାଇଁ ଖୁବ ଶୁଭ ହୋଇଥାଏ । ଏମାନେ ଦୋଷୀକୁ ସହଜରେ କ୍ଷମା କରିପାରନ୍ତି ନାହିଁ । କର୍କଟ ରାଶି, ବିଛା ରାଶି ଓ ମୀନ ରାଶି ହେଉଛି ଏମାନଙ୍କ ପାଇଁ ଅଶୁଭ ରାଶି । ଏହି ରାଶିର ବନ୍ଧୁ ଏମାନଙ୍କ ପାଇଁ କ୍ଷତିକାରକ ଅଟନ୍ତି । ନୀଳ ରଙ୍ଗ ଓ କଳା ରଙ୍ଗ ମଧ୍ୟ ଏମାନଙ୍କ ପାଇଁ ଅଶୁଭ ହୋଇଥାଏ । ବୃହସ୍ପତି ଆପଣଙ୍କ ଅଧିପତି ହୋଇଥିବାରୁ ଘରେ ମଝିରେ ମଝିରେ ବୃହସ୍ପତିଙ୍କ ହୋମଯଜ୍ଞ କରିବା ଦ୍ଵାରା ଶୁଭଫଳ ମିଳିଥାଏ ।

କୁଣ୍ଡଳୀରେ ବୃହସ୍ପତି ଅଶୁଭ ସ୍ଥାନରେ ଡେରିରେ ଶୁଭଫଳ ମିଳିଥାଏ । ତେଣୁ ପ୍ରତ୍ଯେକ ଗୁରୁବାର ଦିନ ବୃହସ୍ପତିଙ୍କ ପୁସ୍ତକ ପାଠ କରିବା ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ବୃହସ୍ପତି ଆପଣଙ୍କୁ କର୍ମଠ, ଜ୍ଞାନୀ, ଧନବାନ, ବଳବାନ କରିଥାନ୍ତି । ଜୀବନର ମଧ୍ୟମ ଭାଗରେ ଏମାନଙ୍କର ସୁଖ ଏବଂ ଧନର ହାନି ହେବାର ସମ୍ଭାବନା ରହିଥାଏ ।

ଚାକିରି କ୍ଷେତ୍ରରେ ଭଲ ଉନ୍ନତି ହୋଇଥାଏ କିନ୍ତୁ ଏମାନଙ୍କର ବ୍ୟବସାୟରେ ସେତେ ଭଲ ଲାଭ ହୁଏ ନାହିଁ । କିନ୍ତୁ ୩୦ରୁ ୪୦ ବର୍ଷ ମଧ୍ୟରେ ବ୍ୟବସାୟରେ ମନ ମୁତାବକ ଶୁଭଫଳ ମିଳିପାରିବ । ଆପଣଙ୍କର ଇଷ୍ଟଦେବ ବିଷ୍ଣୁ ଅଟନ୍ତି । ତେଣୁ ତାଙ୍କର ବିଗ୍ରହ ପ୍ରତିଷ୍ଠା ଓ ନାମ ସଙ୍କୀର୍ତ୍ତନ ଆଦିରେ ଜୀବନର ଶେଷ ସମୟ ବିତିଯିବ ।

ଏମାନେ ବେଳେବେଳେ ସାମାନ୍ଯ ଚିଡଚିଡା ସ୍ଵଭାବର ହୋଇଥାନ୍ତି । ଜୀବନସାଥିଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ଭାଗ୍ୟରେ ହଠାତ ଧନଲାଭର ଯୋଗ ମଧ୍ୟ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।