Health Tips: ଗୁଡ ଖାଉଥିଲେ ନିଶ୍ଚୟ ଜାଣି ରଖନ୍ତୁ ଏହି ସବୁ କଥା !

ପୁରାତନ କାଳରୁ ନିଜ ହଜମକ୍ରିୟାକୁ ଭଲ କରିବା ପାଇଁ ଲୋକମାନେ ଗୁଡର ବ୍ୟବହାର କରି ଆସୁଛନ୍ତି । ଆଜି ଆମେ ଆପଣଙ୍କୁ ଗୁଡ ର ଏମିତି କିଛି ଫାଇଦା ବିଷୟରେ କହିବୁ ଯାହା ଆପଣ ହୁଏତ ଆଗରୁ କେବେ ଶୁଣି ନଥିବେ । ଗୁଡରେ ଆଇରନ ପ୍ରଚୁର ପରିମାଣରେ ରହିଥାଏ । ଏହାର ସେବନ କରିବା ଦ୍ଵାରା ଆମ ରକ୍ତରେ ହିମୋଗ୍ଲୋବିନର ମାତ୍ରା ବୃଦ୍ଧି ହୋଇଥାଏ । ତେଣୁ ଗୁଡ ଖାଇବା ଦ୍ଵାରା ରକ୍ତହୀନତା ଯୋଗୁଁ ଦେଖା ଯାଉଥିବା ସମସ୍ଯା ସବୁ ଦୂର ହୋଇଯାଏ ।

ପିରିୟଡ ସମୟରେ ମହିଳାଙ୍କ ଶରୀରରେ ରକ୍ତର ଅଭାବ ହୋଇଥାଏ । ଗର୍ଭାବସ୍ଥାରେ ମଧ୍ୟ ରକ୍ତର ଅଭାବ ଶିଶୁ ପାଇଁ ବିପଦ ହୋଇଥାଏ । ତେଣୁ ଗୁଡ ରକ୍ତହୀନତା ଦୂର କରିବାରେ ଚମତ୍କାରୀ ଔଷଧ ଭାବେ କାର୍ଯ୍ୟ କରିଥାଏ । ଯଦି ଖାଦ୍ଯ ଭଲରେ ହଜମ ହେଉନି, ପେଟ ଭଲରେ ସଫା ହେଉନି, କୋଷ୍ଠକାଠିନ୍ୟ ସମସ୍ଯା ରହିଛି କିମ୍ବା ଖଟା ହାକୁଟି ତେବେ ଏବେ ଅପ୍ନା ଗୁଡର ସେବନ କରିପାରିବେ ।

ପ୍ରତିଦିନ ଖାଦ୍ଯ ଖାଇବା ପରେ ଗୋଟିଏ ଛୋଟ ଆକାରର ଗୁଡ ଖାଇ ଉଷୁମ ପାଣି ପିଇ ଦିଅନ୍ତୁ । ଏକ ସପ୍ତାହ ମଧ୍ୟରେ ହଜମ ଜନିତ ସବୁ ସମସ୍ଯା ଦୂର ହୋଇଯାଏ । ଲିଭର ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଖରାପ ଖାଦ୍ୟପେୟ ଯୋଗୁ ଲିଭର ଠିକ ଭାବେ କାର୍ଯ୍ୟ କରି ନଥାଏ ଓ ଲିଭରରେ ବିଷାକ୍ତ ପଦାର୍ଥ ଜମା ହେବାକୁ ଲାଗେ ।

ଲିଭରକୁ ଭଲ ଭାବେ ସଫା କରିବା ପାଇଁ ଗୁଡର ସେବନ କରିବା ଉଚିତ । ଦୂଷିତ ରକୀ ଆମ ଶରୀରରେ ହେଉଥିବା ଅନେକ ରୋଗର କାରଣ ହୋଇଥାଏ । ବ୍ରଣ ଓ ଚର୍ମରୋଗ ମଧ୍ୟ ଦୂଷିତ ରକ୍ତ ଯୋଗୁଁ ହୋଇଥାଏ । ତେଣୁ ଏଭଳି ସମସ୍ଯା ଥିଲେ ଆପଣ ନିୟମିତ ଗୁଡର ସେବନ କରନ୍ତୁ, ଏହା ଏକ ବ୍ଲଡ଼ ପ୍ୟୁରିଫାୟାର ଭଳି କାର୍ଯ୍ୟ କରିଥାଏ । ଏହାସହ ଗୁଡ ଆମ ଶରୀର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ ଓ ଆମକୁ ବାରମ୍ବାର ରୋଗରେ ପଡିବାରୁ ରକ୍ଷା କରିଥାଏ ।

ଛୋଟ ପିଲାଙ୍କୁ ବାରମ୍ବାର ଥଣ୍ଡା ଜ୍ଵର ଆଦି ହେଉଥିଲେ ତାଙ୍କୁ ସବୁଦିନ ଅଳ୍ପ ଅଳ୍ପ ଗୁଡ ଦେବା ଆରମ୍ଭ କରି ଦିଅନ୍ତୁ ଦେଖିବେ ସେମାନଙ୍କ ଇମ୍ୟୁନିଟି ଷ୍ଟ୍ରଙ୍ଗ ହେବାକୁ ଲାଗିବ । ପିରିୟଡ ବେଳେ ଅଧିକ ପେଟ କାଟିବା, ଭଲ ଭାବେ ଫ୍ଲୋ ନହେବା ଓ ଚିଡଚିଡାପଣ ଭଳି ସମସ୍ୟାକୁ ମଧ୍ୟ ଗୁଡ ଭଲ କରିଥାଏ ।

ଶ୍ଵାସ ସମ୍ବନ୍ଧୀୟ ସମସ୍ଯା ପାଇଁ ମଧ୍ୟ ଗୁଡ ଅତ୍ୟନ୍ତ ଉପକାରୀ ହୋଇଥାଏ । ଆଜମା ରୋଗୀଙ୍କ ପାଇଁ ଗୁଡ ବହୁତ ଲାଭଦାୟକ ହୋଇଥାଏ । ଗୁଡ ଖାଇବା ଦ୍ଵାରା ଶ୍ଵାସନଳୀ ଫୁଲିବା ଭଳି ସମସ୍ଯା ଦୂର ହୋଇଥାଏ ଓ ଶ୍ଵାସ ନେବାରେ ଅସୁବିଧା ହୋଇ ନଥାଏ । ଗୁଡ ଖାଇବା ଦ୍ଵାରା ଏହିସବୁ ଚମତ୍କାରୀ ଫାଇଦା ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।