ARMY ଶବ୍ଦର ଫୁଲଫର୍ମ ଓ ଏହାର ଅର୍ଥ କଣ ? ଏହି ଶବ୍ଦଟି କେଉଁଠୁ ଆସିଛି ? IAS Interview Question 

ଭାରତୀୟ ସେନା ବର୍ତ୍ତମାନ ଦୁନିଆର ସବୁଠୁ ଅଗ୍ରଣୀ ସେନାମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ଭାରତୀୟ ସେନା ପ୍ରତ୍ଯେକ ଭାରତୀୟଙ୍କ ଗର୍ବ ଓ ଗୌରବର କାରଣ ଅଟନ୍ତି । ଭାରତୀୟ ସେନାରେ ଥିବା ଯବାନମାନେ ଦିନରାତି ବର୍ଡରରେ ଠିଆ ହୋଇ ଆମ ଦେଶର ରକ୍ଷା କରୁଛନ୍ତି । ଆର୍ମି ଶବ୍ଦ ଶୁଣିଲେ ମନରେ ଆତ୍ମବିଶ୍ଵାସ ବଢିବା ସହ ଦେଶଭକ୍ତି ଭାବନା ମଧ୍ୟ ଜାଗ୍ରତ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଆର୍ମି ଶବ୍ଦର ଅର୍ଥ କଣ, ଏହି ଶବ୍ଦଟି କେଉଁଠୁ ଆସିଛି ସେହିସବୁ ବିଷୟରେ ଜଣାଇବୁ ।

ଆମେରିକା, ଋଷ ଭଳି ବିଶ୍ଵର ମହାଶକ୍ତିଙ୍କ ତୁଳନାରେ ଭାରତୀୟ ସେନା ମଧ୍ୟ କିଛି କମ୍ ନୁହେଁ । ଭାରତୀୟ ସେନା ଦୁନିଆର ଚତୁର୍ଥ ସବୁଠୁ ବଡ ସେନା ଅଟେ । ଦୁନିଆର ପ୍ରାୟ ସବୁ ଦେଶର ନିଜର ସେନାବାହିନୀ ଅଛନ୍ତି ଓ ସବୁ ଦେଶର ନାଗରିକ ମାନେ ନିଜ ଦେଶର ସୈନିକ ମାନଙ୍କୁ ବେଶ ଭଲ ପାଆନ୍ତି । ପ୍ରତ୍ଯେକ ଦେଶର ନିଜର ସେନାବାହିନୀଙ୍କୁ ଆର୍ମି ବୋଲି କୁହା ଯାଇଥାଏ ।

ଆର୍ମିରେ ଯୋଗ ଦେଇଥବା ସୈନିକମାନେ ନିଜର ସବୁ ସୁଖ ସବିଧାକୁ ଭୁଲି ମାତୃଭୂମି ପାଇଁ ଜୀବନ ଦେବାକୁ ବି ସର୍ବଦା ପ୍ରସ୍ତୁତ ରହିଥାନ୍ତି । ସେମାନଙ୍କ ବଳିଦାନ ଯୋଗୁଁ ଆଜି ଆମେ ଶାନ୍ତିରେ ଜୀବନଯାପନ କରିପରୁଛୁ । ତେବେ ସର୍ବ ପ୍ରଥମେ ଜାଣିବା ଆର୍ମି ଶବ୍ଦଟି ଆସିଲା କେଉଁଠୁ ?

ଏହି ଆର୍ମି ଶବ୍ଦଟି ଲାଟିନ ଭାଷାର “ଅର୍ମାଟା” (Armata) ଶବ୍ଦରୁ ନିଆଯାଇଛି । ଏହି ଶବ୍ଦର ଅର୍ଥ ହେଉଛି ଆର୍ମ ଫୋର୍ସ, ଯେଉଁମାନେ କି ମାଟି ଉପରେ ଛିଡା ହୋଇ ଦେଶ ପାଇଁ ଲଢିଥାନ୍ତି ॰ ଏହି ଆର୍ମି ସେନା ଶତ୍ରୁ ସହ ଲଢିବା ପାଇଁ ଓ ନିଜ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ସବୁବେଳେ ସତର୍କ ରହିଥାନ୍ତି ।

ଆର୍ମିର ନାମ ନେବା ମାତ୍ରେ ହିଁ ସବୁ ଭାରତୀୟ ମାନେ ଗର୍ବ କରନ୍ତି । କିନ୍ତୁ ବହୁତ କମ୍ ଲୋକଙ୍କୁ ଏହି ଆର୍ମି ଶବ୍ଦର ଫୁଲଫର୍ମ ଜଣା ଅଛି । ତେବେ ଏହି ଆର୍ମି ଶବ୍ଦର ଫୁଲଫର୍ମ ବା ପୁରା ଅର୍ଥ ହେଉଛି “ଆଲର୍ଟ ରେଗୁଲାର ମୋବିଲିଟି ୟଙ୍ଗ” (Alert Regular Mobility Young) ।

ବର୍ତ୍ତମାନ ସମୟରେ ଆମ ଦେଶ ଭାରତ ପାଖରେ ପାଖାପାଖି ୧୧ ଲକ୍ଷ ୨୯ ହଜାର ସକ୍ରିୟ ସୈନ୍ୟ ଅଛନ୍ତି ଏବଂ ୯ ଲକ୍ଷ ୬୦ ହଜାର ରିଜର୍ଭ ସେନା ଅଛନ୍ତି । ଆଇଏଏସ ଭଳି ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ଏହି ଆର୍ମି ଶବ୍ଦର ଫୁଲଫର୍ମ ଅବଶ୍ୟ ଜାଣିବା ଉଚିତ ।

ଏହି ଆର୍ମି ଶବ୍ଦର ଫୁଲଫର୍ମ କଣ ତାହା ପ୍ରାୟତଃ ଆଇଏଏସ ପରୀକ୍ଷାରେ ପଚରା ଯାଇଥାଏ । ଯାହାର ଉତ୍ତର ବହୁତ କମ୍ ପିଲା ଦେଇପାରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।