ବର୍ତ୍ତମାନ ସୋସିଆଲ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ଭାଇରାଲ ହେଉଛି । ଯାହା ସେ ନିଜେ ବନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ କରି ତାଙ୍କ ସହ ବିବାଦ ବିଷୟରେ ଅନେକ କଥା କହିଛନ୍ତି । ଯାହା ଆପଣ ନିଶ୍ଚୟ ଦେଖିଥିବେ । ଅନୁଭବ ଲଗାତାର ଦୁଇଟି ଭିଡିଓ କରିଛନ୍ତି ପ୍ରାୟ ଦେଢ ଘଣ୍ଟା ଅବଧିର । କିନ୍ତୁ ବର୍ତ୍ତମାନ ଅନୁଭବଙ୍କ ଭିଡିଓର ଜବାବ ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
ସେ ସିଧାସଳଖ ପୁରୀଘାଟ ଥାନାରେ ଅନୁଭବଙ୍କ ବିରୋଧରେ ମାମଲାରେ ରୁଜୁ କରିଛନ୍ତି । ବର୍ଷା ନିଜ ଏତଲାରେ ଲେଖିଛନ୍ତି କି, ଅନୁଭବ ମୋ ନାରୀତ୍ଵକୁ ଅପମାନ କରୁଛନ୍ତି । ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ମୋ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହ ଅଧିକାର ଛଡାଇ ନେଉଛନ୍ତି । ବର୍ଷା ଆହୁରି ଲେଖିଛନ୍ତି, ରାତିଦିନ ପରିଶ୍ରମ କରି ଅର୍ଜନ କରିଥିବା ଖ୍ଯାତିକୁ ମାଟିରେ ମିଶାଇ ଦେଉଛନ୍ତି ଅନୁଭବ ।
ସମାଜରେ ମୋର ମର୍ଯ୍ୟାଦାହାନି ଓ ସମ୍ମାନହାନି ଘଟାଇଛନ୍ତି । ୨୦୨୨ ମସିହାରେ ଅନୁଭବ ମୋତେ ଡିଭୋର୍ସ ଦେବାକୁ ବାଧ୍ୟ କରିଥିଲେ ଔ ମୁଁ ରାଜି ନହେବାରୁ ମୋତେ ଧମକାଇ ଥିଲେ । ବର୍ଷାଙ୍କ କହିବା ଅନୁଯାୟୀ ଅନୁଭବ ୨୦୨୦ ମସିହାରୁ ଆଜି ଯାଏଁ ତାଙ୍କ ସହ ପ୍ରତିଶୋଧ ନେଇ ଚାଲିଛନ୍ତି । ୭ ଜୁନ ୨୦୨୦ରେ ସେ ମୋତେ ଗୋଟିଏ ବଣ୍ଡ ପେପର ସାଇନ କରିବାକୁ କହିଥିଲେ ।
ଯେଉଁଥିରେ ଲେଖାଥିଲା, କି ବର୍ଷା ଫିଲ୍ମ ଲାଇନ ଛାଡିଦେବେ, କୌଣସି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେନି କି ରାଜନୀତିରେ ମଧ୍ୟ ଯୋଗ ଦେବେନାହିଁ । ଏହିସବୁ କଥା ବର୍ଷା ନିଜ ଏତଲାରେ ଦର୍ଶାଇଛନ୍ତି । ଏହିସବୁ ଘଟଣା ପାଇଁ ଦିଲ୍ଲୀରେ ଥିବା ଅନୁଭବଙ୍କ ବାନ୍ଧବୀ ଦାୟୀ ବୋଲି ସେ ବର୍ଷା ଲେଖିଛନ୍ତି । ବର୍ଷା ଓ ଅନୁଭବଙ୍କ ଛାଡପତ୍ର ମାମଲା ସାମ୍ନାକୁ ଆସିବା ପରେ ଅନୁଭବ ଦିଲ୍ଲୀ ଯାଇ ବର୍ଷାଙ୍କ ବିରୋଧରେ ଏତଲା ଦେଇଥିଲେ ।
ଏହାପରେ ଅନୁଭବ ତାଙ୍କ ଓକିଲ ଏବଂ ବାନ୍ଧବୀ ଜାଗ୍ରତି ଶୁକ୍ଲାଙ୍କ ସହ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଥିଲେ । କିଛିଦିନ ତଳେ ବର୍ଷାଙ୍କୁ ଟାର୍ଗେଟ କରି ଅନୁଭବଙ୍କ ବାନ୍ଧବୀ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ । ଯାହା ଖୁବ ଭାଇରାଲ ହୋଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।