ସୋସିଆଲ ମିଡିଆରେ ଅନୁଭବ ଓ ବର୍ଷାଙ୍କ ବିବାଦକୁ ନେଇ ଚର୍ଚ୍ଚା ଥମିବାରେ ନାଁ ନେଉନାହିଁ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ଲୋକପ୍ରିୟ ଯୋଡିଙ୍କ ବୈବାହିକ ଜୀବନର ବିବାଦ ଏବେ ଏକ ପ୍ରକାର ଦାଣ୍ଡରେ ପଡି ହାଟରେ ଗଡୁଛି କହିଲେ ଅତ୍ଯୁକ୍ତି ହେବନାହିଁ । ବର୍ଷା ଓ ଅନୁଭବ ଦୁହେଁ ପରସ୍ପରଙ୍କ ନାଁରେ ବିଭିନ୍ନ ମାମଲାକୁ ନେଇ କୋର୍ଟର ଦ୍ଵାରସ୍ଥ ହୋଇଥିବା ବେଳେ ଅନେକ ସମୟରେ ସୋସିଆଲ ମିଡିଆରେ ମଧ୍ୟ ପରୋକ୍ଷ ଭାବେ ଉଭୟଙ୍କ ମନାନ୍ତର ସାମ୍ନାକୁ ଆସୁଛି ।
ଏବେ ନିକଟରେ ଅନୁଭବ ଭିଡିଓ ଜାରି କରି ପତ୍ନୀ ବର୍ଷାଙ୍କ ସହ ସମ୍ପର୍କରେ ତିକ୍ତତାକୁ ନେଇ ସମସ୍ତଙ୍କ ଜଣାଇଛନ୍ତି । ଏଥିପାଇଁ ଅନୁଭବଙ୍କୁ ଅନେକ ସମାଲୋଚନା କରା ଯାଉଥିବା ବେଳେ କେହି କେହି ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି । ଅନୁଭବଙ୍କ ଭିଡିଓରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ତେବେ ଓଲିଉଡର ଦିଗଜ ଅଭିନେତା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଅନୁଭବଙ୍କ ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଅନୁଭବ ନିଜ ଭିଡିଓରେ କହିଥିଲେ କି, ସେ ତାଙ୍କ ଜୀବନରେ ଏକମାତ୍ର ଭୁଲ କରିଛନ୍ତି ଯାହା ହେଉଛି ବର୍ଷାଙ୍କୁ ସେ ଭଲ ପାଇଛନ୍ତି ।
କାରଣ ସେହି ଭଲ ପାଇବା ଆଜି ତାଙ୍କ ଜୀବନ ବରବାଦ କରି ଦେଇଛି । ସେ ଜୀବନରେ କେବେ କୋର୍ଟ କଚେରୀ ଦେଖି ନଥିଲେ, କିନ୍ତୁ ବର୍ଷାଙ୍କ ପାଇଁ ଆଜି ତାଙ୍କୁ ବାରମ୍ବାର କୋର୍ଟ ଦୌଡିବାକୁ ପଡୁଛି । ଗଣମାଧ୍ୟମ ମଧ୍ୟ କେବଳ ବର୍ଷାଙ୍କ ସମର୍ଥନରେ ସବୁକିଛି ଦେଖାଉଛି । ତାଙ୍କ କଥା ପ୍ରକୃତରେ କେହିବି ବୁଝିବାକୁ ବା ଶୁଣିବାକୁ ଚେଷ୍ଟା କରୁ ନାହାନ୍ତି ।
ତେବେ ସିଦ୍ଧାନ୍ତଙ୍କୁ ଏ ସମ୍ପର୍କରେ ପଚରା ଯିବାରୁ ସେ କହିଛନ୍ତି କି, ସେ ଯେହେତୁ ସୋସିଆଲ ମିଡିଆରେ ସେତେ ସକ୍ରିୟ ରୁହନ୍ତି ନାହିଁ ବା ସୋସିଆଲ ମିଡିଆକୁ ଏତେ ପସନ୍ଦ କରନ୍ତି ନାହିଁ ତେଣୁ ଅନୁଭବ ପ୍ରକୃତରେ କଣ କହିଛନ୍ତି ସେ ତାହା ଜାଣନ୍ତି ନାହିଁ । କିନ୍ତୁ ଭଲ ପାଇବା କେବେବି ଭୁଲ ନୁହେଁ । କାରଣ ଆମେ ସମସ୍ତେ ପ୍ରେମରେ ପରସ୍ପର ସହ ବନ୍ଧା ହୋଇଛୁ । ହୁଏତ ବୁଝାମଣା ଭୁଲ ହୋଇପାରେ ଓ ଅନେକ କାରଣରୁ ମନରେ ତିକ୍ତତା ଆସିପାରେ କିନ୍ତୁ ପ୍ରେମ କେବେବି ଭୁଲ ନୁହେଁ ବୋଲି ସିଦ୍ଧାନ୍ତ ଦୃଢ କଣ୍ଠରେ କହିଛନ୍ତି ।
ଏହାସହ ସେ କହିଛନ୍ତି କି, ପ୍ରକୃତ ଘଟଣା କଣ ବା ଅନୁଭବ କଣ କହିଛନ୍ତି ଜାରି କରିଥିବା ଭିଡିଓରେ ସେ ଜାଣନ୍ତି ନାହିଁ । ହେଲେ ଜଣେ ବଡ ଭାଇ ହିସାବରେ ଏତିକି କହିବେ କି ଧୈର୍ଯ୍ୟ ଧର, ଯାହାବି ହୋଇଛି ସବୁ ନିଶ୍ଚୟ ଠିକ ହୋଇଯିବ । ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ ଏଭଳି ମନ୍ତବ୍ୟ ଆପଣଙ୍କ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।