ଦୁନିଆରେ ଅନେକ ବିଚିତ୍ର ତଥା ଆଶ୍ଚର୍ଯ୍ୟ ଲାଗୁଥିବା ଘଟଣା ଘଟିଥାଏ । ସେଥିରୁ କିଛି ପ୍ରକୃତିର ନିୟମ ତ ଆଉ କିଛି ମନୁଷ୍ୟକୃତ ହୋଇଥାଏ । ପ୍ରକୃତି ସବୁବେଳେ ପରିବର୍ତ୍ତନ ଚାଖି ଥାଏ । ଆଜି ବିଜ୍ଞାନ ଓ ଟେକ୍ନୋଲୋଜି ବଳରେ ମଣିଷ ଅନେକ କିଛି ଆବିଷ୍କାର କରି ସାରିଲାଣି । ତେବେ ଆଜି ଆମେ ଆପଣଙ୍କୁ ମଣିଷ ତିଆରି କରିଥିବା ଏଭଳି ଏକ ଜିନିଷ ବିଷୟରେ କହିବୁ ଜାହ କୌଣସି ବିସ୍ମୟ ଠାରୁ କିଛି କମ୍ ନୁହେଁ ।
ଦକ୍ଷିଣ କୋରିଆର ସୁବାନକୋଷ୍ଟରେ ଏପରି ଏକ ସହର ତିଆରି ହେଉଛି ଯାହା ଭାସମାନ ସହର । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଆସନ୍ତା ବର୍ଷ ସୁଦ୍ଧା ଏହି ସହରଟି ସଂପୂର୍ଣ୍ଣ ହୋଇଯିବ ବୋଲି କୁହାଯାଉଛି । ଏହା ଦୁନିଆର ପ୍ରଥମ ଏଭଳି ସହ ହେବ ଯାହା ସମୁଦ୍ର ମଝିରେ ଭାମାନ ଅବସ୍ଥାରେ ରହିବ । ଓସେନିକ୍ସ କମ୍ପାନୀ ପକ୍ଷରୁ ତିଆରି କରା ଯାଉଥିବା ଏହି ନିଆରା ପ୍ରୋଜେକ୍ଟକୁ ମିଳିତ ଜାତିସଂଘ ମଧ୍ୟ ସବୁଜ ସଙ୍କେତ ଦେଇସାରିଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପାଣିରେ ଥିବା ସହରକୁ କୌଣସି ବନ୍ୟା ଭୟ ରହିବ ନାହିଁ । ଏକଥା ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବ । କାରଣ ନଦୀକୂଳରେ ଘର ଥିଲେ ଆମେ ବନ୍ୟା ଚିନ୍ତାରେ ରହିଥାଉ । କିନ୍ତୁ ଏଠାରେ ପାଣି ଉପରେ ଘର କରି କେମିତି ବନ୍ୟା ଚୀନତାରୁ ମୁକ୍ତ ରହିବ । କିନ୍ତୁ ଏହା ପ୍ରଥମ ଥର ପାଇଁ ସମ୍ଭବ ହେବାକୁ ଯାଉଛି ।
ପ୍ରଥମେ ଏହା ୨୦୨୫ରେ ତିଆରି ଶେଷ ହେବ ବୋଲି କୁହା ଯାଉଥିବା ବେଳେ ବର୍ତ୍ତମାନ ଏହାର ଦୁଇ ବର୍ଷ ପୂର୍ବରୁ ତିଆରି ହୋଇଯିବ ବୋଲି କୁହାଯାଉଛି । ସମୁଦ୍ରରେ ଜଳସ୍ତର ବୃଦ୍ଧି ହେଲେ ମଧ୍ୟ ସମୁଦ୍ର ସହରରେ ଥିବା ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଏଥିପାଇଁ ସମୁଦ୍ର ମଝିରେ କୃତ୍ରିମ ଦୀପ ତିଆରି କରାଯିବ ଯାହା ବାତ୍ୟାକୁ ଏଡାଇବାରେ ସକ୍ଷମ ହେବ ବୋଲି କୁହାଯାଉଛି । ଏପରିକି ସହରରେ ବିଦ୍ୟୁତ ତଥା ଆଲୋକିକରଣ ପାଇଁ ମଧ୍ୟ ସ୍ଵତନ୍ତ୍ର ସୋଲାର ଲାଇଟର ବ୍ୟବସ୍ଥା କରାଯାଉଛି ।
ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ସହର ଭିତରେ ପାଣିରେ ଚାଷ କରା ଯାଇପାରିବ ଓ ବିଶୁଦ୍ଧ ପିଇବା ପାଣିର ମଧ୍ୟ ବ୍ୟବସ୍ଥା କରାଯାଇଛି । ସହରରେ ଅନେକ ଦୀପପୁଞ୍ଜ ଥିବାରୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବା ପାଇଁ ବୋଟର ସାହାଯ୍ୟ ନିଆଯିବ ।
ଏହି ପ୍ରୋଜେକ୍ଟକୁ ପ୍ରସ୍ତୁତ କରିବା ପାଇଁ ସମୁଦାୟ ୨୦୦ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ ବୋଲି । ତେବେ ଲୋକମାନେ ଏଠାରେ ଭଡା ଦେଇ ରହିବେ କି ନାହିଁ ତାହା ଏଯାଏଁ ଜଣା ପଡିନାହିଁ । ସହରର କ୍ଷେତ୍ର ୭୫ ହେକ୍ଟରରୁ ବି ଅଧିକ ହେବ । ଏଠାରେ ରହୁଥିବା ଲୋକମାନେ କେବଳ ଗଛଲତାରୁ ହିଁ ନିଜର ଖାଦ୍ଯ ତିଆରି କରିବାର ସୁଯୋଗ ପାଇବେ ।
ଏଠାରେ ତିଆରି ହେବାକୁ ଥିବା କୋଠାଗୁଡିକ ସାତ ମହଲାରୁ ଅଧିକ ରଖାଯିବ ନାହିଁ । ଆରମ୍ଭରୁ ଏଠାରେ ୧୦ରୁ ୧୨ ହଜାର ଲୋକ ବସବାସ କରିବେ । ଧୀରେ ଧୀରେ ଏହି ସଂଖ୍ୟା ଏକ ଲକ୍ଷକୁ ବୃଦ୍ଧି ପାଇବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।