ବହୁଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ବିବାଦରେ ପୁଣି ଏକ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସିଛି । ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ନିଜେ ଏକ ଭିଡିଓ ଜାରି କରି ନିଜ ଚିନ୍ତା ପ୍ରକାଶ କରିବା ପରେ ସୋସିଆଲ ମିଡିଆରେ ଏକ ପ୍ରକାର ଝଡ ହୋଇସାରିଛି । ଏହି ଭିଡିଓ ପାଇଁ ଅନୁଭବଙ୍କୁ ନେଇ ଆଲୋଚନା ଓ ସମାଲୋଚନା ହେଉଛି । ତେବେ ଅନୁଭବ ଜାରି କରିଥିବା ଭିଡିଓରେ ନିଜ ମନର ବ୍ୟଥା ଜନ ସାଧାରଣଙ୍କୁ ଜଣାଇଛନ୍ତି ।

ଏକ ବିଫଳ ଦାମ୍ପତ୍ୟ ଜୀବନକୁ ନେଇ ସେ ବ୍ୟଥିତ ଥିବା ଦେଖିବାକୁ ମିଳିଛି । ନିଜ ଭିଡିଓରେ ସାଂସଦ ଅନୁଭବ କହିଛନ୍ତି କି, ସେ ତାଙ୍କ ଜୀବନରେ ଗୋଟିଏ ମାତ୍ର ବଡ ଭୁଲ କରିଛନ୍ତି ତାହା ହେଉଛି ଉଚିତ ଜୀବନସାଥି ବାଛିବାରେ ସେ ବିଫଳ ହୋଇଛନ୍ତି । ନିଜ ଭଲ ପାଇ ବାହା ହୋଇଛନ୍ତି ସତ କିନ୍ତୁ ତାଙ୍କ ନିଜ ପସନ୍ଦ ହିଁ ତାଙ୍କୁ ଏତେ ଦୁଃଖ ଦେବ ସେ କେବେବି ଭାବି ନଥିଲେ । ଏହାସହ ଅନୁଭବ କହିଛନ୍ତି କି ଜୀବନରେ ସେ କେବେବି କୋର୍ଟ କଚେରୀ କଣ ଜାଣି ନଥିଲେ ।
କିନ୍ତୁ ଗତ କିଛି ବର୍ଷ ଧରି ତାଙ୍କୁ କୋର୍ଟ କଚେରୀ ଦୌଡିବାକୁ ପଡୁଛି ଯାହା ତାଙ୍କୁ ଅତ୍ୟନ୍ତ କଷ୍ଟ ଦେଉଛି । ତଥାପି ଏବେ ଯାଏଁ ତାଙ୍କୁ ନ୍ୟାୟ ମିଳିପାରୁ ନାହିଁ । ତେଣୁ ନ୍ୟାୟ ଅପେକ୍ଷା କରିବା ଠାରୁ ଭଲ ମୃତ୍ୟୁକୁ ଆପଣେଇ ନେବା ବୋଲି ବୋଲି ଅନୁଭବ ବ୍ୟଥିତ କଣ୍ଠରେ କହୁଥିବାର ଦେଖିବାକୁ ମିଳିଛି ।
ହେଲେ ଏହା କହିବାର ସାଙ୍ଗେ ସାଙ୍ଗେ ଏଭଳି ସେ କେବେବି କରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । କାରଣ ସେ ତାଙ୍କ ପରିବାର ପିତାମାତା ଓ ପ୍ରଶଂସକ ମାନଙ୍କୁ ଖୁବ ଭଲ ପାଆନ୍ତି । ତେଣୁ ସେମାନଙ୍କ ପାଇଁ କେବଳ ବଞ୍ଚିବେ । କିନ୍ତୁ ଗୋଟିଏ ସମୟ ଥିଲା ଯେବେ ଅନୁଭବ ଆତ୍ମହତୟଆ ଭଳି ପଦକ୍ଷେପ ନେବା ପାଇଁ ଚେଷ୍ଟା କରିଥିଲେ । ହେଲେ ପିତାମାତାଙ୍କ କଥା ଚିନ୍ତା କରି ଅଟକି ଯାଇଥିଲେ ।

ଅନୁଭବ ଏହିସବୁ ମନ୍ତବ୍ୟରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । କେହି କେହି ତାଙ୍କୁ ଧୈର୍ଯ୍ୟ ଧରିବା ସହ ଲୋକଙ୍କ ସେବାରେ ମନ ଲଗାଇବା ପାଇଁ ପରାମର୍ଶ ଦେଉଥିବା ବେଳେ ଆଉ କେହି କେହି ଏସବୁ କେବଳ ମିଛ ଅଭିନୟ ବୋଲି କହି ସମାଲୋଚନା କରୁଛନ୍ତି ।
ଅନୁଭବ ତାଙ୍କ ଭିଡିଓରେ ପତ୍ନୀ ବର୍ଷାଙ୍କ ନାଁ ନନେଇ ପରୋକ୍ଷରେ ତାଙ୍କ ଆଡକୁ ଆକ୍ଷେପ କରିଛନ୍ତି । ତେବେ ଜଣେ ନେତା ଏବଂ ଅଭିନେତା ହୋଇ ଏଭଳି କରିବା ତାଙ୍କୁ ଶୋଭା ଦେଉ ନାହିଁ ବୋଲି ଅନେକ ଲୋକ କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।