ବାହାଘରର ପରଦିନ ବୋହୂ ଘରଛାଡି ଫେରାର ହୋଇଯିବା ଘଟଣାରେ ଉଭୟ ପକ୍ଷରୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମନ୍ଦିର ଯିବେ କହି ନନ୍ଦିନୀ ଫେରାର ହେବା ପରେ ପ୍ରଥମେ ବଳରାମଙ୍କ ପରିବାର ନନ୍ଦିନୀଙ୍କ ଚରିତ୍ର ଉପରେ ଆରୋପ ଲଗାଇଥିଲେ । ନନ୍ଦିନୀଙ୍କର ତାଙ୍କ ଭିଣୋଇ ସହ ସମ୍ପର୍କ ଥିବା କହିବା ସହ ବାସର ରାତିରେ ବଳରାମ ଶୋଇ ପଡିଥିବା ବେଳେ ନନ୍ଦିନୀ ଭିଣୋଇ ସହ ଉଲ-ଗଗ୍ନ ହୋଇ ଭିଡିଓ କଲ୍ କରୁଥିବା ମଧ୍ୟ ଅଭିଯୋଗ ଆଣିଥିଲେ ।

ଯାହାକି ବଳରାମଙ୍କ ହଠାତ ନିଦ ଭାଙ୍ଗିଯିବାରୁ ସେ ଦେଖି ନେଇଥିଲେ ଏବଂ ନନ୍ଦିନୀ ତାଙ୍କ ଗୋଡତଳେ ପଡି ଭୁଲ ମାଗିବା କଥା ସେ ଗଣମାଧ୍ୟମ ଆଗରେ କହିଥିଲେ । କିନ୍ତୁ ନନ୍ଦିନୀ ଏକତାକୁ ଖଣ୍ଡନ କରିବା ସହ ରାତିସାରା ବଳରାମଙ୍କ ସହ କଥା ହେଉଥିଲେ ଏବଂ ବଳରାମ ତାଙ୍କ ପରିବାର ବିଷୟରେ ତାଙ୍କୁ କହୁଥିଲେ ବୋଲି ମନ୍ତବ୍ୟ ଦେଇଥିଲେ । ଆଉ ଏବେ ବଳରାମ ଓ ନନ୍ଦିନୀ ବାସର ରାତିରେ ସମ୍ବନ୍ଧ ରଖିବା କଥା ମିଡିଆ ଆଗରେ ଖୋଲି କହିଛନ୍ତି ବଳରାମ ।
ସେ କହିଛନ୍ତି କି, ସେଦିନ ରାତିରେ ନନ୍ଦିନୀ ତାଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲେ ଓ ପ୍ରପୋଜ ମଧ୍ୟ କରିଥିଲେ । ଏହାସହ ତାଙ୍କୁ ଶାଆରୀଇରିକ ସବମ୍ବନ୍ଧ ରଖିବା ପାଇଁ ନିଜ ଆଡୁ ଆମନ୍ତ୍ରଣ ଦେଇଥିଲେ । କିନ୍ତୁ ଏନେଇ ଏବେ ପର୍ଯ୍ୟନ୍ତ ବଳରାମ ଏବଂ ନନ୍ଦିନୀ ଚୁପ୍ ଥିବାବେଳେ ଏବେ ମିଡିଆ ଆଗରେ ବଳରାମ ଏକଥା ଖୋଲି କହିଛନ୍ତି ।
ଏହାସହ ବଳରାମ କହିଛନ୍ତି କି, ତାଙ୍କୁ ବର୍ତ୍ତମାନ ନନ୍ଦିନୀଙ୍କ ଭିଣୋଇ, ମଧ୍ୟସ୍ଥି ଓ ତାଙ୍କ ସହଯୋଗୀ ମାନେ ଫୋନ କରି ଧମକ ଦେଇଛନ୍ତି ଯେ ସେ ଯଦି ନନ୍ଦିନୀଙ୍କ ସହ ସବମ୍ବନ୍ଧ ରଖିବା କଥା କାହା ଆଗରେ କୁହନ୍ତି ତେବେ ସେମାନେ ବଳରାମ ଓ ତାଙ୍କ ପରିବାରକୁ ଜୀବନରେ ମାଆରିଇଦେବେ । ତେବେ ଧୀରେ ଧୀରେ ଅନେକ ରହସ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଉଭୟ ପକ୍ଷଙ୍କ କଥାରେ ତାଳମେଳ ରହୁ ନଥିବା ମଧ୍ୟ ଦେଖିବାକୁ ମିଳୁଛି ।

ତେବେ ବାହାଘର ପରଦିନ ହିଁ ନନ୍ଦିନୀ ଏଭଳି ପଦକ୍ଷେପ କାହିଁକି ନେଲେ ଓ କିଏ ସତ କହୁଛି ଏବଂ କିଏ ମିଛ କହୁଛି ତାହା ପରଖିବା କଷ୍ଟକର ହୋଇପଡୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।