ଘର କାନ୍ଥରୁ ବାହାଘର ବେଳେ ଅଙ୍କା ଯାଇଥିବା ଚିତ୍ର ଏବେବି ସଜ ଅଛି । ବାହାଘରକୁ ମାତ୍ର ଦୁଇ ମାସ ବିତିଛି ସେପଟେ ପତ୍ନୀର ପଣତକାନିରେ ଜୀବନ ହାରି ଦେଇଛି ସ୍ଵାମୀ । କାରଣ ମାତ୍ର ଦୁଇ ମାସ ହେବ ବାହାଘର ହୋଇଥିବା ବେଳେ ପତ୍ନୀ ସାତ ମାସର ଗର୍ଭବତୀ ଥିବା ଜଣାପଡିଛି । ସତେ ଯେମିତି ସ୍ବାମୀର ଆତ୍ମା ତାକୁ ପଚାରୁଛି କି ତୁମ ପେଟରେ ବଢୁଥିବା ଏ ଛୁଆ କାହାର । ମୋହନଙ୍କ ଆତ୍ମା ସତେ ଯେମିତି କହୁଛି କି ଯଦି ତୁ ଆଉ କାହାକୁ ଭଲ ପାଇଥିଲୁ ଓ ତ ଛୁଆକୁ ପେଟରେ ରଖିଥିଲୁ ତେବେ ମୋତେ କାହିଁକି ବାହା ହେଉଥିଲୁ ।

ଦୁଇ ମାସ ହେବ ବାହାଘର ହୋଇ ପେଟରେ ସାତ ମାସର ଛୁଆ ଆସିଲା କେଉଁଠୁ । ଏ ଛୁଆ କାହାର ବୋଲି ମୋହନଙ୍କ ମନରେ କେତେ ପ୍ରଶ୍ନ ନ ଉଠିଥିବ । କିନ୍ତୁ ଉତ୍ତର ପାଇ ନପାଇ ନିଜ ଜୀବନକୁ ଅସହ୍ୟ ମନେକରି ପ୍ରାଣ ହରେଈ ଦେଇଛନ୍ତି ମୋହନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ଅନ୍ତର୍ଗତ କୁକୁଡାବାହାଳି ଗାଁ’ରେ । ଏହି ଗାଁ’ର ମୋହନ ଦେହୁରି ରେଢାଖୋଲ ବ୍ଲକ ବରଗଡ ବାହାଲ ପଞ୍ଚାୟତର ଡଙ୍ଗାପଥର ଗାଁ’ର ହିମାଦ୍ରି ଦେହୁରିଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ ।
ବିବାହକୁ ମାତ୍ର ଦୁଇମାସ ହୋଇଥିବା ବେଳେ ପତ୍ନୀ ସାତ ମାସର ଗର୍ଭବତୀ ଅଛନ୍ତି । ମୋହନ ଏକଥା ଜାଣିବା ପରେ ନିଜ ମାନସିକ ଭାରସାମ୍ୟ ହରାଇ ଜୀବନ ହାରି ଦେଇଛନ୍ତି । ହିମାଦ୍ରି ସାତ ମାସ ଗର୍ଭବତୀ ଥିବା ଘଟଣା ଜଣାପଡିବା ପରେ ଉଭୟ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।

ଏକଥା ରେଢାଖୋଲ ଥାନା ଓ ଗାଁ କମିଟିରେ ମଧ୍ୟ ଆଲୋଚନା ହୋଇଥିଲା । ଏହାପରେ ପତ୍ନୀ ହିମାଦ୍ରି ବାପଘରେ ଯାଇ ରହିବା ସହ ସ୍ବାମୀଙ୍କୁ ଓଲଟା ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ବାହା ହୋଇ ପତ୍ନୀ ସହ ସୁଖରେ ଘର ସଂସାର କରିବାର କେତେ ଯେ ସ୍ଵପ୍ନ ଦେଖିଥିବେ ମୋହନ । କୋନତୁ ସ୍ତ୍ରୀଙ୍କ ଏଭଳି କାର୍ଯ୍ୟ ତାଙ୍କୁ ଅପମାନିତ କରିବା ସହ ଟାଙ୍କେ ସବୁ ସ୍ଵପ୍ନକୁ ଭାଙ୍ଗି ଚୁରମାର କରି ଦେଇଛି ।
ଏହି ସବୁ କଥା ଆଉ ସହି ନପାରି ମୋହନ ଆଜି ନିଜ ଘରେ ନିଜ ଜୀବନ ହାରି ଦେଇଛନ୍ତି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।