Nandini ଦେଖେଇଲେ ସବୁ ପ୍ରମାଣ, ତାଙ୍କ ହ୍ଵାଟ୍ସଆପ୍ ଚାଟ୍ ଦେଖେଇ କହିଲେ ଦେଖ କେମିତି ମୋ ସହ ସେମାନେ…’ ଦେଖନ୍ତୁ Video

ରାଜଧାନୀରେ ବାହାଘର ପରଦିନ ବୋହୂ ଫେରାର ହେବା ଘଟଣାରେ ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି ବୋହୂ ନନ୍ଦିନୀ । ସେ ସୁନାଗହଣା ଓ ଟଙ୍କା ନେଇ ଫେରାର ବୟଫ୍ରେଣ୍ଡ ସହ ହେବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନନ୍ଦିନୀ । ଶ୍ଵଶୁର ଘର ଲୋକେ ତାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଉଥିବା ବେଳେ ନନ୍ଦିନୀ କିନ୍ତୁ ନିଜ ତରଫରୁ ସମସ୍ତ କଥାର ସଫେଇ ଦେଇଛନ୍ତି । ନନ୍ଦିନୀଙ୍କ କହିବା ଅନୁଯାୟୀ ତାଙ୍କ ଘରର ଆର୍ଥିକ ଅବସ୍ଥା ସେତେବେ ସ୍ବଚ୍ଛଳ ନଥିବାରୁ ତାଙ୍କ ମାଆ କିଛି ଦେଇପାରିବେ ନାହିଁ ବୋଲି ବଳରାମଙ୍କ ପରିବାରକୁ ସିଧାସିଧା କହିଥିଲେ ।

ଏହା ଶୁଣିବା ପରେ ବଳରାମଙ୍କ ପରିବାର ସେମିତି ବାହାଘର କରିବା ପାଇଁ ରାଜି ହୋଇ ଯାଇଥିଲେ । ପୁଅଘରେ ନିର୍ବନ୍ଧ ହେବ କହି ତାଙ୍କୁ ଡକାଇଥିଲେ । କିନ୍ତୁ ସେଠି ପହଞ୍ଚିବା ପରେ ବିବାହ ପାଇଁ ସବୁ ଆୟୋଜନ ସରିଛି ବୋଲି କହି ନନ୍ଦିନୀ ଓ ତାଙ୍କ ଘରଲୋକଙ୍କୁ ବୁଝେଇ ବାହାଘର କରି ଦେଇଥିଲେ । କିନ୍ତୁ ସେଦିନ ରାତିରେ ଯୌତୁକ ଆଣିବା ପାଇଁ ତାଙ୍କୁ ଧମକାଇବା ସହ ସେମାନେ ଯାହା କହିବେ ତାହା ଶୁଣିବା ପାଇଁ ଧମକାଇଥିଲେ ।

ନନ୍ଦିନୀ ବହୁତ ଡରିଯାଇ ଥିଲେ ଓ ନିଜ ଘରଲୋକଙ୍କୁ ଏ ବିଷୟରେ ଜଣାଇଥିଲେ । ତା’ ପରଦିନ ସକାଳେ ନନ୍ଦିନୀଙ୍କ ଶାଶୁ ତାଙ୍କୁ ଖାଲି ଭାତ ଏବଂ ଆଚାର ଖାଇବାକୁ ଦେଇଥିବା କଥା ସେ କହିଥିଲେ । ଯାହା ସେ ପ୍ରମାଣ କରି ଦେଖାଇଛନ୍ତି । ନନ୍ଦିନୀ ନିଜ ବଡ ଭଉଣୀଙ୍କ ସହ ଚାଟିଂ କରିବା ସମୟରେ ଭାତ ଥାଳିର ଫଟୋ ଉଠାଇ ପଠାଇଥିଲେ ।

କାଲି ଠାରୁ କିଛି ଖାଇ ନାହାନ୍ତି ଏବଂ ସେ ଏମିତି ବୋଲି ଜାଣିଥିଲେ ଏ ବାହାଘର ପାଇଁ କେବେବି ରାଜି ହୋଇ ନଥାନ୍ତେ ବୋଲି କହିଛନ୍ତି । ଯାହାକି ତାଙ୍କ ମେସେଜରୁ ସ୍ପଷ୍ଟ ଦେଖିବାକୁ ମିଳୁଛି । ଏହାସହ ନନ୍ଦିନୀ ଏଥିପାଇଁ ନିଜ ଜୀବନକୁ ଘୃଣା କରନ୍ତି ବୋଲି ଲେଖିଛନ୍ତି । କିନ୍ତୁ ବାହାଘରର କେବଳ ଗୋଟିଏ ଦିନରେ ନନ୍ଦିନୀ କାହିଁକି ଘରଛାଡି ଚାଲିଗଲେ ଏ କଥାର ସ୍ପଷ୍ଟ ଜବାବ ମିଳିପାରୁ ନାହିଁ । ତେବେ ନନ୍ଦିନୀ କିନ୍ତୁ କହୁଛନ୍ତି ଯେ ତାଙ୍କ ଶାଶୁଘର ଲୋକଙ୍କ ବ୍ୟବହାର ଓ ଚାଲିଚଳନ ତାଙ୍କୁ କିଛି ଠିକ ଲାଗି ନଥିଲା ।

ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଭାବି ସେ ଶାଶୁଘର ଘର ଛାଡି ଚାଲି ଆସିଥିବା କୁହନ୍ତି । ଏଥିପାଇଁ ସେ ନିଜ ଘରଲୋକଙ୍କ ଅନୁମତି ମଧ୍ୟ ନେଇଥିଲେ ବୋଲି ସଫେଇ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।