ଦେବୀ ଭାଗବତର ନବମ ସ୍କନ୍ଧରେ ସୁନ୍ଦର ଭାବେ ଉଲ୍ଲେଖ ରହିଛି କି ଯେଉଁ ଘରର ପୂଜାଘରେ ଶାଳଗ୍ରାମ, ତୁଳସୀ ଓ ଦକ୍ଷିଣାବର୍ତ୍ତୀ ଶଙ୍ଖ ଥାଏ, ସେହି ଘରେ ସ୍ଵୟଂ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଶାସ୍ତ୍ର ଅନୁସାରେ ଦେବତା ଓ ରାକ୍ଷସ ମାନଙ୍କର ମନ୍ଥନ ବେଳେ ଦକ୍ଷିଣାବର୍ତ୍ତୀ ଶଙ୍ଖର ଉତ୍ପତ୍ତି ହୋଇଥିଲା, ଯାହାକୁ ଭଗବାନ ବିଷ୍ଣୁ ନିଜ ଦକ୍ଷିଣ ହସ୍ତରେ ଧାରଣ କରନ୍ତି ଓ ଏହା ମା ଲକ୍ଷ୍ମୀଙ୍କର ମଧ୍ୟ ଅତିପ୍ରିୟ ହୋଇଥାଏ । ତେବେ ଘରେ ଶଙ୍ଖ ରଖିବାର କିଛି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଆସନ୍ତୁ ଜାଣିବା ।

ଶଙ୍ଖ ଦୁଇ ପ୍ରକାରର ଥାଏ ଯଥା ବାମବର୍ତ୍ତୀ ଏବଂ ଦକ୍ଷିଣାବର୍ତ୍ତୀ । ଦକ୍ଷିଣାବର୍ତ୍ତୀ ଶଙ୍ଖ ବା ଯାହାର ପେଟ ଦକ୍ଷିଣକୁ ଥାଏ ଏହିଭଳି ଶଙ୍ଖ ବହୁତ କମ୍ ଦେଖିବାକୁ ମିଳେ । ଏହାକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମଧ୍ୟ ମାନାଯାଏ । ଶଙ୍ଖରେ ରଖା ଯାଉଥିବା ପାଣି ପବିତ୍ର ନଦୀର ପାଣିଷ ସଦୃଶ ବୋଲି ଶାସ୍ତ୍ରରେ କୁହାଯାଇଛି । ସେହି ପାଣିରେ ଆପଣ ଦେବତାଙ୍କୁ ସ୍ନାନ କରାଇ ପାରିବେ । କିନ୍ତୁ ମନେରଖନ୍ତୁ ସଙ୍ଘରେ ପାଣି ଭରିବା ବେଳେ ଏହାକୁ କେବେ ହେଲେ କୌଣସି ପାତ୍ରରେ ସିଧାସଳଖ ବୁଡେଇ ପାଣି ଭରିବେ ନାହିଁ ।
କାରଣ ଶଙ୍ଖର ପିଠି ଭାଗକୁ ଅଶୁଦ୍ଧ ସ୍ଥାନ ବୋଲି କୁହାଯାଏ । ପାଣିରେ ଶଙ୍ଖର ପିଠି ଲାଗିବା ଦ୍ଵାରା ସେହି ପାଣି ଦେବାସ୍ନାନ ପାଇଁ ଉପଯୋଗୀ ହୋଇ ନଥାଏ । ତେଣୁ ସବୁବେଳେ ଅନ୍ୟ ଏକ ପାତ୍ରରେ ପାଣି ନେଇ ଶଙ୍ଖର ପେଟପଟେ ସେଥିରେ ପାଣି ଭରନ୍ତୁ ।

ଶାସ୍ତ୍ରରେ କୁହାଯାଇଛି କି ଯେଉଁ ବ୍ୟକ୍ତି ଶଙ୍ଖକୁ ଭୂମି ଉପରେ ରଖି ପୂଜାର୍ଚ୍ଚନା କରିଥାନ୍ତି ସେହି ପୂଜା ନିଷ୍ଫଳ ହୋଇଥାଏ । ତେଣୁ ଶଙ୍ଖକୁ କେବେ ହେଲେ ଭୂମି ଉପରେ ରଖନ୍ତୁ ନାହିଁ । ଶଙ୍ଖ ରଖିବା ପାଇଁ ଏକ ଆସନ ବା ସିଂହାସନ ନିଶ୍ଚୟ ପ୍ରସ୍ତୁତ କରନ୍ତୁ ଓ ତାହା ଉପରେ ଶଙ୍ଖକୁ ରଖନ୍ତୁ । କୌଣସି ପାତ୍ର କିମ୍ବା ଏକ ଲାଲ ରଙ୍ଗର କପଡା ଉପରେ ମଧ୍ୟ ଆପଣ ଏହି ଶଙ୍ଖକୁ ରଖିପାରିବେ ।
ଶଙ୍ଖକୁ ଆପଣ ପ୍ରତିଦିନ ବିଧିବଦ୍ଧ ଭାବେ ପୂଜା କରି ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ । ଶଙ୍ଖ କୌଣସି ଛୋଟିଆ ଜିନିଷ ନୁହେଁ, ଆମ ଶାସ୍ତ୍ରରେ ଏହାର ଅନେକ ମହତ୍ଵ ରହିଛି । ଶଙ୍ଖକୁ ଭକ୍ତି ସହକାରେ ବିଧିବଦ୍ଧ ଭାବେ ପୂଜା କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ ବାସସ୍ଥାନ ଆମ ଘରେ ରହିଥାଏ ।

ଶଙ୍ଖ ପୂଜା କରିବା ସମୟରେ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ସହ ମା ଲକ୍ଷ୍ମୀଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ । ଏହାସହ ଶଙ୍ଖଙ୍କର ଗାୟତ୍ରୀ ମନ୍ତ୍ର ମଧ୍ୟ ଜପ କରନ୍ତୁ । ଏହିସବୁ କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବ । ଆପଣଙ୍କ ଘରେ କେବେବି ଅନ୍ନ, ବସ୍ତ୍ର ଓ ଧନର ଅଭାବ ରହିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।