ସାଧାରଣତଃ ଲୋକମାନେ ଘରେ କୁକୁର ଏବଂ ବିଲେଇ ଭଳି ଜୀବ ପାଳିଥାନ୍ତି ଓ ସେମାନଙ୍କୁ ବାହାରକୁ ବୁଲିଯିବା ସମୟରେ ସାଥିରେ ବୁଲେଇ ନେଇଥାନ୍ତି । ଏଠାରେ କିନ୍ତୁ ଏହା ସଂପୂର୍ଣ୍ଣ ଅଲଗା । ମହିଳା ଜଣକ ପୋଷା କୁକୁର ଭଳି ଜଙ୍ଗଲି ବାଘକୁ ଘରେ ପାଳିଛନ୍ତି । ବାଘ ନାଁ ଶୁଣିଲେ ମନରେ ଛନକା ପଶିଯାଏ । କିନ୍ତୁ ବାଘକୁ ଏଭଳି ଘରେ ପାଳିବା କଥା ବହୁତ କମ୍ ଦେଖିବାକୁ ବା ଶୁଣିବାକୁ ମିଳେ । ବାଘ ସହ ବାହାରେ ବୋଟିଂର ମଜା ନେଉଥିବା ବେଳେ ଭାଇରାଲ ହେଉଛି ଏହି ମହିଳାଙ୍କ ଭିଡିଓ ।
ଯାହାକି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ବାଘ ସହ ତାଙ୍କର ଏତେ ଭଲ ବନ୍ଧୁତା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । ଆପଣ ଆଗରୁ ହୁଏତ ଏଭଳି ଘଟଣା କେବେ ଦେଖି ନଥିବେ । ମଣିଷ ପୁଣି ବାଘ ସହ ବୁଲୁଛି ଶୁଣିଲେ ଯେକେହି ବି ଅବିଶ୍ଵାସ କରିବ । କାରଣ ବାଘ ଏକ ହିଂସ୍ର ଜନ୍ତୁ, ଯାହାକୁ ମଣିଷକୁ ନିଜ ଶିକାର ବନେଇବାକୁ ଗୋଟିଏ ମୂହୁର୍ତ୍ତ ବି ଲାଗିବନି । କିନ୍ତୁ ବାଘ ହେଉଛି ଏହି ମହିଳାଙ୍କ ଗୃହପାଳିତ ପଶୁ ।
ଭିଡିଓରେ ଆପଣ ଦେଖି ପାରୁଥିବେ କି ଏହି ମହିଳା ଜଣକ କିଭଳି ଦୁଃସାହସିକ କାର୍ଯ୍ୟ କରୁଛନ୍ତି । ବାଘ ସହ ବୋଟିଂ କରୁଛନ୍ତି ମହିଳା । ଏହି ଦୃଶ୍ୟ ଦେଖି ଆପଣ ଜାଣି ପାରୁଥିବେ କି ଉଭୟ ବାଘ ଓ ମହିଳା ବୋଟିଂକୁ ଉପଭୋଗ କରୁଛନ୍ତି । ଏକଲା ମହାବଳ ବାଘ ସହ ମହିଳା ଜଣକ କିଭଳି ନିର୍ଭୟରେ ବୁଲୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ମହିଳା ଜଣକ ଏକ ରବର ବୋଟରେ ବାଘ ସହ ଆରାମରେ ବୋଟିଂ କରୁଛନ୍ତି । ବାଘଟି ଖୁବ ଆରାମରେ ଡଙ୍ଗା ଉପରେ ବସି ରହିଛି ଓ ତା’ ପଛରେ ମହିଳା ଜଣକ ବସି ପାଣିରେ କାତ ମାରୁଛନ୍ତି । ମହିଳାଙ୍କ ସହ ବାଘଟି ମଧ୍ୟ ବେଶ ମଜା ନେଇ ପାଣିରେ ଶାନ୍ତ ଭାବେ ବସି ସବୁକିଛି ଉପଭୋଗ କରୁଛି । ଏହି ଭିଡିଓ ସମସ୍ତଙ୍କୁ ଖୁବ ପସନ୍ଦ ଆସୁଥିବା ବେଳେ ଲୋକେ ନାନା ପ୍ରକାରର କମେଣ୍ଟ ମଧ୍ୟ ଦେଉଛନ୍ତି ।
ଜଣେ ୟୁଜର୍ସ ତ ଲେଖିଛନ୍ତି କି ଏମିତି କରିବାକୁ ମୋର ମଧ୍ୟ ସ୍ଵପ୍ନ ରହିଛି । ତେବେ ଆପଣଙ୍କୁ ଏହି ଦୃଶ୍ୟ ଦେଖି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।