ପିଲାଙ୍କ ପାଇଁ 30 ବର୍ଷ ପୁରୁଷ ବେଶରେ ଜୀବନ କାଟିଲେ ମହିଳା, ଏହି କାରଣରୁ ନେଇଥିଲେ ଏହିପରି ଏକ ବଡ ନିଷ୍ପତ୍ତି

ମାଆ ତା’ ପିଲାଙ୍କ ସୁରକ୍ଷା ପାଇଁ କିଛି ବି କରିପାରେ । ଏଥିପାଇଁ ସେ ଦୂର୍ଗା ଓ କାଳି ରୂପ ମଧ୍ୟ ଧାରଣ କରିପାରେ । ମାଆର ଶକ୍ତିର ଆକଳନ କରିବା ଅସମ୍ଭବ ଅଟେ । ପିଲାଙ୍କ ଭଲ ପାଇଁ ସେ ଦୁନିଆରୁ ସବୁ ସମସ୍ଯାକୁ ମାତ୍ ଦେଇପାରେ । ସେମିତି ଏକ ଅବିଶ୍ଵାନୟୟ କାର୍ଯ୍ୟ କରି ଦେଖାଇଛନ୍ତି ଏହି ମହିଳା । ପିଲାଙ୍କ ପାଇଁ ଛଦ୍ମବେଶ ଧାରଣ କରିଛନ୍ତି ଏହି ମାଆ । ପିଲାଙ୍କ ପାଇଁ ଗତ ୩୦ ବର୍ଷ ହେଲା ପୁରୁଷ ବେଶରେ ଜୀବନ କାଟୁଛନ୍ତି ଏହି ମାଆ ।

ତାଙ୍କ ବିବାହର ମାତ୍ର ୧୫ଦିନ ପରେ ତାଙ୍କ ସ୍ଵାମୀ ଚାଲିଯିବାରୁ, ପିଲାଙ୍କ ଲାଳନପାଳନ ପାଇଁ ସେ ଏହି ବଡ ନିଷ୍ପତ୍ତି ନେଇଛନ୍ତି । ପିଲାଙ୍କ ପାଇଁ ସବୁବେଳେ ଏମିତି ପୁରୁଷ ବେଶରେ ସେ ବଞ୍ଚିବାକୁ ଚାହାଁନ୍ତି । ମହିଳା ହୋଇ ପୁରୁଷ ବେଶରେ ବଞ୍ଚୁଛନ୍ତି ପେଚିଆମଲ । ଏହି ଘଟଣାଟି ତାମିଲନାଡୁର ଟୁଥୁକୁଣ୍ଡି ଅଞ୍ଚଳର । ବିବାହାର ମାତ୍ର ୧୫ ଦିନରେ ତାଙ୍କ ସ୍ଵାମୀ ହୃଦଘାତରେ ପ୍ରାଣ ହରାଇଥିଲେ । ଏହାପରେ ଜନ୍ମ ନେଇଥିଲା ତାଙ୍କ ଏକ କନ୍ୟା ସନ୍ତାନ । ପିଲା ଜନ୍ମ ହେବା ପରେ ସେ ବିଭିନ୍ନ ସ୍ଥାନରେ କମ କରିବାକୁ ଆରମ୍ଭ କଲେ ।

କିନ୍ତୁ ପ୍ରାୟତଃ ସ୍ଥାନରେ ସେ ଶାରୀରିକ ଶୋଷଣର ଶିକାର ହେଲେ । ତଥାପି ମହିଳାଜଣକ ଦ୍ଵିତୀୟ ବିବାହ ନକରି ଏକାକୀ ନିଜ ଛୁଆର ଲାଳନପାଳନ କରିବା ପାଇଁ ପୁରୁଷ ବେଶରେ ରହିବା ଆରମ୍ଭ କରିଦେଲେ । ରୂପ ସହ ନିଜ ନାମ ମଧ୍ୟ ସେ ବଦଳାଇ ଦେଇଥିଲେ । ସେ ତାଙ୍କ ନାମ ରଖିଥିଲେ ମୁଥୁ । ମହିଳା ଜଣକ ନିଜ ଚୁଟି କାଟି ପୁରୁଷଙ୍କ ଭଳି ଛୋଟ କରିଦେଲେ ଓ ଲୁଙ୍ଗି ସହ ଢୋଲା ସାର୍ଟ ପିନ୍ଧିବା ଆରମ୍ଭ କରିଦେଲେ । ଏହିପରି ପୁରୁଷ ବେଶରେ ରହି ସେ ବିଭିନ୍ନ କମ୍ପାନୀ ଏବଂ ଦୋକାନୀ ମାନଙ୍କରେ କାମ କଲେ ।

ଏହାଦ୍ବାରା ସେ ଆଉ ଶାରୀରିକ ଶୋଷଣର ଶିକାର ହେଲେ ନାହିଁ । ତାଙ୍କୁ ସହକର୍ମୀ ମାନେ ମୁଥୁ ମାଷ୍ଟର ବୋଲି ଡାକନ୍ତି । ନିଜ ଭୋଟର ଆଇଡି, ପ୍ୟାନ କାର୍ଡ ଓ ଆଧାର କାର୍ଡରେ ମଧ୍ୟ ଏହି ନାଁ ରଖିଲେ ମହିଳା । ଏଭଳି ନିଷ୍ପତ୍ତି ପ୍ରଥମେ ତାଙ୍କୁ ଅସୁବିଧାରେ ପକାଇଥିଲା । କିନ୍ତୁ ସେ ପଛଘୁଞ୍ଚା ଦେଇ ନଥିଲେ । ନିଜ ଝିଅ ପାଇଁ ପୁରୁଷ ଭଳି ଅଭିନୟ କରିବାକୁ ସେ ବାଧ୍ୟ ହୋଇଥିଲେ । ବସ୍ ରେ ଯିବାବେଳେ ପୁରୁଷଙ୍କ ସିଟରେ ବସୁଥିଲେ ଓ ପୁରୁଷଙ୍କ ଟଏଲେଟ ମଧ୍ୟ ବ୍ୟବହାର କରୁଥିଲେ ।

ପେଚିଆମଲଙ୍କୁ ଏବେ ୫୭ ବର୍ଷ ହୋଇଥିବା ବେଳେ ତାଙ୍କ ଏକମାତ୍ର ଝିଅର ବିବାହ ମଧ୍ୟ କରି ସାରିଲେଣି । ଆଗମୁ ମଧ୍ୟ ସେ ଏହି ପୁରୁଷ ପରିଚୟ ନେଇ ବଞ୍ଚିବାକୁ ଚାହୁଁଛନ୍ତି । ସତରେ ସମ୍ମାନ ଓ ସୁରକ୍ଷାର ସହ ବଞ୍ଚିବା ପାଇଁ ଅଭିନୟ କରିବା ଜୀବନରେ କେତେ କଷ୍ଟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।