ଜାଣନ୍ତୁ କ୍ଷୀର ପିଇବାର ଠିକ ସମୟ, ଠିକ ଉପାୟ ଓ ଏହାର ଅଦ୍ଭୁତ ଫାଇଦା

କ୍ଷୀର ଏକ ମାତ୍ର ଜିନିଷ ଯିଏ ସଂପୂର୍ଣ୍ଣ ଆହାର ସହିତ ସମାନ ହୋଇଥାଏ ଓ ଏହି କାରଣ ହୋଇଥାଏ କି ଜନ୍ମ ହୋଇଥିବା ଶିଶୁ କୁ ଯେଉଁ ଜିନିଷ ସର୍ବ ପ୍ରଥମେ ଦିଆ ଯାଇଥାଏ ତାହା କ୍ଷୀର ଅଟେ । କ୍ଷୀରର ଗୁଣକୁ ଦେଖିଲେ ଏହା କୌଣସି ଅମୃତ ଠାରୁ କମ ନୁହେଁ । କିନ୍ତୁ ଏହାକୁ ଭୁଲ ଉପାୟରେ ବ୍ୟବହାର କରିବା ଦ୍ଵାରା ଫାଇଦା ହେବା ବଦଳରେ ଆମକୁ କ୍ଷତି ହୋଇଥାଏ ।

ଏଥିପାଇଁ ଆଜି ଆମେ ଜାଣିବା ଗୋଟିଏ ଦିନରେ କେତେ କ୍ଷୀର ପିଇ ପାରିବା, କ୍ଷୀର ପିଇବାର ଠିକ ସମୟ, ଓଜନ ବଢାଇବା ଓ କମାଇବା ଲୋକଙ୍କୁ କ୍ଷୀର କିପରି ବ୍ୟବହାର କରିବା ଆବଶ୍ୟକ, କ୍ଷୀର କିପରି ହେବା ଦରକାର, କ୍ଷୀର କିଏ ପିଇବା ଆବଶ୍ୟକ ଓ କିଏ ପିଇବା କଥା ନୁହେଁ ଓ କ୍ଷୀରକୁ କେଉଁ କେଉଁ ଜିନିଷ ସହିତ ଖାଇଲେ କଣ କଣ ଫାଇଦା ଓ କ୍ଷତି ହୋଇଥାଏ ।

Image courtesy: Google

କ୍ଷୀର ପୋଷକ ତତ୍ତ୍ଵରେ ଭରପୁର ହୋଇଥାଏ ଏଥିପାଇଁ ଏହାକୁ ଠିକ ଉପାୟରେ ଓ ଠିକ ସମୟରେ ପିଇବା ଦ୍ଵାରା ପାଚନ ଏହା କ୍ରିୟାକୁ ଠିକ କରିଥାଏ, ମସ୍ତିସ୍କ ଶକ୍ତି ବଢାଇଥାଏ । ଓଜନ ନ ବଢିବା, ହାଡ କମଜୋର, କବ୍ଜ, ରାତିରେ ନିଦ ନ ଆସିବା ଭଳି ସମସ୍ୟାରେ ଲାଭ ଦେବା ସହିତ ତ୍ଵଚ୍ଚା, ବାଳ ସେକ୍ସୁଆଲ ହେଲ୍ଥ କୁ ମଝବୁତ କରିଥାଏ ।

କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ ଓ ଭିଟାମିନ D ର ମାତ୍ରା ସବୁଠୁ ଅଧିକ ଥାଏ । ପ୍ରତିଦିନ 1-2 ଗ୍ଳାସ କ୍ଷୀର ପିଇବା ଉଚିତ କିନ୍ତୁ ଯଦି ଆପଣ ଜିମ ଯାଉଛନ୍ତି ବା ଅଧିକ ପରିଶ୍ରମ କରୁଛନ୍ତି ତେବେ କ୍ଷୀରର ମାତ୍ରା ଅଳ୍ପ ବଢାଇ ପାରିବେ ।

ସେମିତି ତ କ୍ଷୀରର ବ୍ୟବହାର କେବେ ବି କରାଯାଇ ପାରେ କିନ୍ତୁ ରାତିରେ କ୍ଷୀର ପିଇବା ସବୁଠୁ ଭଲ ହୋଇଥାଏ । ସେମିତି ବି ସକାଳେ ଖାଲି ପେଟରେ କ୍ଷୀର ପିଆଯାଇପାରେ କିନ୍ତୁ ଯେଉଁ ଲୋକଙ୍କୁ କବ୍ଜ, ଅପାଚନ ଓ ଗ୍ୟାସ ର ସମସ୍ୟା ରହିଥାଏ ସେମାନଙ୍କୁ ଖାଲି ପେଟରେ କ୍ଷୀର ପିଇବା ଉଚିତ ନୁହେଁ ।

Image courtesy: Google

କ୍ଷୀର ସବୁବେଳେ ହାଲ୍କା ଗରମ ବା ଉଷୁମ ପିଇବା ଆବଶ୍ୟକ । କ୍ଷୀର ହଜମ ହେବା ପାଇଁ ଟିକେ କଷ୍ଟ ହୋଇଥାଏ ଯଦି ଆପଣ ଥଣ୍ଡାକ୍ଷୀର ବା ଫ୍ରିଜରେ ରଖିଥିବା କ୍ଷୀର ପିଅନ୍ତି ତାହା ହଜମ ହେବା ଅଧିକ କଷ୍ଟ ହୋଇଥାଏ, ଏହି କାରଣରୁ କ୍ଷୀରରେ ଥିବା ପୋଷକ ତତ୍ତ୍ଵର ପୁରା ଲାଭ ଆମ ଶରୀରକୁ ମିଳିପାରେ ନାହିଁ ।

Image courtesy: Google

କ୍ଷୀର ଆମକୁ ଜୀବିତ ପ୍ରାଣୀଠାରୁ ମିଳିଥାଏ ଏଥିପାଇଁ ଏଥିରେ ହରମୋନ, ଏନଯାଇମ ଓ ଏମିନୋ ଏସିଡର ମାତ୍ରା ଅଧିକ ଥାଏ । କ୍ଷୀର ଖାଦ୍ୟ ଖାଇବା ପରେ ପରେ ପିଇବା ଉଚିତ ନୁହେଁ ଯାହା ଦ୍ଵାରା ଏସିଡିଟି, ପେଟ ଫୁଲିବା ଓ ଅପାଚନ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏଥିପାଇଁ ସବୁବେଳେ ଖାଦ୍ୟ ଖାଇବାର 2 ଘଣ୍ଟା ପରେ ଓ ଶୋଇବାର ଅଧ ଘଣ୍ଟା ପୂର୍ବରୁ କ୍ଷୀର ପିଇବା ଆବଶ୍ୟକ ।

Image courtesy: Google

ଖଟା ଫଳ, ଅଏଲି ଖାଦ୍ୟ, ନମକିନ ଓ ଚଟପଟି ଖାଦ୍ୟ ସହିତ, ପରେ ବା ପୂର୍ବରୁ କ୍ଷୀର ପିଇବା ଉଚିତ ନୁହେଁ ଯାହା ଦ୍ଵାରା ଏହା ଆମ ପାଚନ କ୍ରିୟାକୁ ବହୁତ କମଜୋର କରିଥାଏ ଯାହା ଦ୍ଵାରା ଅପାଚନ, ଗ୍ୟାସ, ଆମ୍ବିଳା ହାକୁଟି, କମଜୋରି ଓ ପେଟ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଆପଣଙ୍କର ପାଚନ ସମସ୍ୟା ନାହିଁ ତେବେ କ୍ଷୀର ସହିତ ସେଓ ଓ କଦଳୀର ସେବନ କରି ପାରନ୍ତି ।

Image courtesy: Google

କ୍ଷୀର ଓ ନନଭେଜ ଖାଦ୍ୟ ଏକ ସହିତ ଖାଇବା ଉଚିତ ନୁହେଁ ଓ ଯଦି ବି ଖାଆନ୍ତି ତେବେ ଖାଇବାରେ 2-3 ଘଣ୍ଟା ଅନ୍ତର ରଖିବା ଆବଶ୍ୟକ ।

କ୍ଷୀର ସହିତ ଦହିର ସେବନ କରିବା ବିଲକୁଲ ଉଚିତ ନୁହେଁ ।

ଯେଉଁ ଲୋକଙ୍କ ଶରୀରରେ ବଡ କ୍ଷତ ହୋଇଥାଏ ବା ନଗଦ ରେ ସର୍ଜରୀ ହୋଇଥିବ ସେହି ଲୋକମାନଙ୍କୁ କ୍ଷୀର କିଛି ଦିନ ପର୍ଯ୍ୟନ୍ତ ଖାଇବା ଉଚିତ ନୁହେଁ କାରଣ ଲଗାତାର କ୍ଷୀର ପିଇବା ଦ୍ଵାରା କ୍ଷତ ଜଲ୍ଦି ଶୁଖିପାରେ ନାହିଁ । କ୍ଷୀର ସମ୍ବଧୀୟ ଆମ ଏହି ଲେଖାଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ । ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ସ୍ୱାସ୍ଥ୍ୟ ଟିପ୍ସ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।