ପ୍ରସବ ପରେ ଅବସାଦ ବା ପୋଷ୍ଟପାର୍ଟମ ଡିପ୍ରେସନ, କେମିତି ଦୂର କରିବେ ? ଜାଣନ୍ତୁ ମନସ୍ତତ୍ବବିତ୍ Swagatika Samantaray ଙ୍କ ଖାସ୍ ଟିପ୍ସ

ପ୍ରସବ ପରେ ବା ଗର୍ଭବତୀ ଥିବା ସମୟରେ ମହିଳାଙ୍କ ଶାରୀରିକ ପରିବର୍ତ୍ତନ ହେବା ସ୍ଵାଭାବିକ । କିନ୍ତୁ ଅନେକ ସମୟରେ ମାନସିକ, ଭାବନାତ୍ମକ ତଥା ବ୍ୟବହାରରେ ଅନେକ ପରିବର୍ତ୍ତନ ହୋଇଥାଏ । ଯାହାକୁ ପୋଷ୍ଟପାର୍ଟମ ଡିପ୍ରେସନ ବା ପ୍ରସାବ ପରର ଅବସାଦ ବୋଲି କୁହାଯାଏ । ତେବେ ଏହା ହେବାର କାରଣ କଣ ଓ ଏଥିରୁ ସେମାନେ କିପରି ମୁକୁଳିବେ ? ଏ ବିଷୟରେ ଆସନ୍ତୁ ଜାଣିବା ମନସ୍ତତ୍ଵବିତ୍ ସ୍ଵାଗତିକା ସାମନ୍ତରାୟଙ୍କ ଠାରୁ ।

ମହିଳା ଗର୍ଭବତୀ ହେବା ସମୟ ଠାରୁ ତାଙ୍କ ଶରୀରରେ ଅନେକ ହରମୋନ ତିଆରି ହୋଇଥାଏ । ଏଗୁଡିକ ତାଙ୍କର ଶାରୀରିକ ଗଠନ ଏବଂ ମାନସିକ ଚିନ୍ତା ଉପରେ ପ୍ରଭାବ ପକାଇଥାନ୍ତି । ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ ଯାହା ଅନେକ ମହିଳାଙ୍କୁ ଗ୍ରହଣ କରିବା କଷ୍ଟ ହୋଇଥାଏ । ଯାହାଫଳରେ ତାଙ୍କ ଶାରୀରିକ ସୌନ୍ଦର୍ଜ୍ୟକୁ ନେଇ ତାଙ୍କ ଚିନ୍ତା ବଢିଥାଏ । ଏହାଛଡା ପିଲା ହେବା ପରେ ଅନେକ ମହିଳା ଭାବନ୍ତି କି ତାଙ୍କ ସ୍ଵାଧୀନତା ଚାଲିଯିବ ଓ ପିଲାର ଦାୟିତ୍ଵ ତାଙ୍କୁ ବୋଝ ଏକ ଭଳି ଲାଗେ ।

ସେଥିପାଇଁ ଅନେକ ମହିଳା ଅବସାଦରେ ଚାଲିଯାନ୍ତି । ଆମ ଦେଶରେ ଅନେକ ମହିଳା ଗର୍ଭବତୀ ହେଲେ ଆର୍ଥିକ ସ୍ଥିତିକୁ ଦେଖି ମଧ୍ୟ ଖୁବ ଚିନ୍ତିତ ହୋଇ ପଡନ୍ତି । ଏହାସହ ପିଲାର ଯତ୍ନ ନେବାରେ ପରିବାର ତଥା ସମାଜର ଭୂମିକାକୁ ନେଇ ମଧ୍ୟ ଅନେକ ମାଆ ଅବସାଦଗ୍ରସ୍ତ ହୋଇଯାନ୍ତି । ଏହିପରି ଅନେକ କାରଣ ଥାଏ ପୋଷ୍ଟପାର୍ଟମ ଡିପ୍ରେସନର ।

ଅବସାଦ ହେଉଥିଲେ ମହିଳା ଖୁବ ଶୀଘ୍ର ରାଗିଯାନ୍ତି, କଥା କଥାରେ କାଣ୍ଡିବାକୁ ଲାଗନ୍ତି, ଅଧିକ ସମୟ ଧରି ଶୋଇ ରୁହନ୍ତି କିମ୍ବା ଶୋଇବାକୁ ଇଚ୍ଛା କରନ୍ତି ନାହିଁ, ବହୁତ ଖାଆନ୍ତି ନଚେତ ବିଲକୁଲ ଖାଆନ୍ତି ନାହିଁ ଓ ସାମାନ୍ଯ କଥାରେ ବିରକ୍ତ ହୋଇଯାନ୍ତି । ଏହିପରି ଅନେକ ପରିବର୍ତ୍ତନ ଦେଖାଦିଏ ମହିଳାଙ୍କ ଠାରେ । ଏହି ଡିପ୍ରେସନର ଶିକାର ହେବାର ସମ୍ଭାବନା ପ୍ରାୟତଃ ସବୁ ମହିଳାଙ୍କ ଠାରେ ରହିଥାଏ । ଆମ ସମାଜରେ ବହୁତ କମ୍ ଲୋକ ଏସବୁ ପ୍ରତି ସଚେତନ ଥାଆନ୍ତି ବା ଏସବୁ ବୁଝିପାରନ୍ତି ।

କିନ୍ତୁ ଏସବୁ ପ୍ରତି ସଚେତନ ହୋଇ ଏହାର ଲକ୍ଷଣକୁ ଭଲଭାବେ ବୁଝି ପାରିଲେ ଯାଇ ଏହାର ଚିକିତ୍ସା କରା ଯାଇପାରିବ । ଡିପ୍ରେସନକୁ ଅନେକ ବୁଝି ନପାରି ଏହାର ଅଲଗା କାରଣ ସବୁ ଦେଖାଇଥାନ୍ତି । କିନ୍ତୁ ଏନେଇ ଡାକ୍ତରଙ୍କ ସହ ପରାମର୍ଶ କଲେ ଯାଇ ଏଥିରୁ ବାହାରିବାରେ ଆପଣ ସଫଳ ହୋଇପାରିବେ ।

ତେବେ ଆଜିକାଲି ପୁରୁଷ ମାନଙ୍କୁ ତଥା ବାପା ମାନଙ୍କୁ ମଧ୍ୟ ଏହି ଡିପ୍ରେସନ ହେଉଥିବାର ଦେଖାଯାଉଛି । ପିଲା ସମ୍ଭାଳିବାକୁ ନେଇ ପିତାମାତା ଉଭୟ ଚିନ୍ତିତ ହୋଇପଡନ୍ତି ଓ ବାପାକୁ ମଧ୍ୟ ପିଲା ସହ ମାଆର ଯତ୍ନ ନେବାକୁ ପଡିଥାଏ । ତେଣୁ ଅନେକ ସମୟରେ ପୁରୁଷଙ୍କ ଠାରେ ମଧ୍ୟ ପୋଷ୍ଟପାରତ୍ମା ଡିପ୍ରେସନ ଦେଖା ଦେଇଥାଏ ।

ସେଥିପାଇଁ ପ୍ରସବ ପରେ ଏମିତି କିଛି ବି ଲକ୍ଷଣ ଦେଖା ଦେଉଥିଲେ ଏହାକୁ ଅଣଦେଖା ନକରି ସେଥିପ୍ରତି ଯତ୍ନବାନ ହେବା ଉଚିତ ଓ ଏ ସମ୍ପର୍କରେ ଡାକ୍ତରଙ୍କ ପରାମର୍ଶ କରିବା ଦ୍ଵାରା ଆପଣ ନିହାତି ଭାବେ ଏଥିରୁ ମୁକୁଳି ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।